ଜେଏସ୍ ପିଏଲ ଫାଉଣ୍ଡେସନ ତରଫରୁ ଯୋଡା ରେ ଶିଳ୍ପୀ ଙ୍କୁ ଟେରାକୋଟା ତାଲିମ

Training 1 କେନ୍ଦୁଝର ଜିଲ୍ଲା ର ଏକ ପ୍ରମୁଖ ଲୁପ୍ତପ୍ରାୟ ଶିଳ୍ପକଳା ଟେରାକୋଟା ର ପୁନଃଉଦ୍ଧାର ପାଇଁ, ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଲିମିଟେଡ (ଜେଏସ୍ ପିଏଲ୍) ର ଔଦ୍ୟୋଗିକ ସାମାଜିକ ଉତ୍ତରଦାୟୀତ୍ବ (ସି ଏସ ଆର) ଆର୍ମ, ଜେଏସ୍ ପିଏଲ୍ ଫାଉଣ୍ଡେସନ ତରଫରୁ ଏକ ତାଲିମ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି I ଯୋଡା ବ୍ଲକ ର ଅସେଇକଳା ଗ୍ରାମରେ ଆରମ୍ଭ ହୋଇଥିବା ଏହି ୯୦-ଦିନିଆ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କୁ ଜୀବନ ଜୀବିକା ର ନୁତନ ମIଧ୍ୟମ ଦେଖାଇବା ସହ ସେମାନଙ୍କୁ ତାଙ୍କ ର ସାମାଜିକ ତଥା ସଂIସ୍କୃତିକ ପରିଚୟ ପ୍ରଦାନ କରିବାରେ ସହାୟକ ହୋଇପାରିବ I
କମ୍ପାନୀ ର ଏହି ପଦକ୍ଷେପ ଦ୍ବାରା ଅସେଇକଳା ଗ୍ରାମ ର ୩୦ଟି ପରିବାର ଉପକୃତ ହୋଇପାରିବେ I ସେମାନଙ୍କୁ ଟେରାକୋଟା ରେ କଳା ନୈପୁଣ୍ୟତା ର ତାଲିମ ଦେବା ସହ ପାରମ୍ପାରିକ ଏବଂ ଆଧୁନିକ କଳା ର ମିଶ୍ରଣ ରେ ନୁତନତ୍ବ ଆଣି ତାହାକୁ ପ୍ରୟୋଗ କରିବା ପାଇଁ ମଧ୍ୟ ଶିକ୍ଷା ଦିଆଯିବ I
ଏହି ପରିପ୍ରେକ୍ଷୀ ରେ କମ୍ପାନୀର ବଡବିଲ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ସୁରେଶା ଜି କହିଲେ,” ନିଶ୍ଚିତଭାବରେ ଏହି ତାଲିମ୍ କାର୍ଯ୍ୟକ୍ରମ ଟି ଏହି ଅଂଚଳର ଟେରାକୋଟା କଳା, ଯାହାକି ସୁନ୍ଦର କIରୁକାର୍ଯ୍ୟ ଏବଂ କଳା ନୈପୁଣ୍ୟତା ପାଇଁ ପ୍ରସିଦ୍ଧ, ତାହାକୁ ପୁନଃଉଦ୍ଧାର କରିବାରେ ସହାୟକ ହେବ I”
ତାଲିମ ଶେଷରେ ସଫଳ କାରିଗର ମାନଙ୍କୁ ଜିଲ୍ଲା ଶିଳ୍ପ କେନ୍ଦ୍ର (ଡି ଆଇ ସି) ରେ ପଂଜୀକୃତ କରାଇ ସାର୍ଟିଫିକେଟ୍ ପ୍ରଦାନ କରାଯିବ I ଏହା ସେମାନଙ୍କୁ ବ୍ୟବସାୟ ଲାଗି ସରକାରୀ ରୁଣ ରେ ଛାଡ ପାଇବାରେ ସହାୟକ ହେବI ସହ ରାଜ୍ୟ ତଥା ବାହାରେ ଆୟୋଜିତ ହେଉଥିବା ପ୍ରଦର୍ଶନୀ ରେ ନିଜ ର ଉତ୍ପାଦ ବିକ୍ରୀ କରିବାରେ ମଧ୍ୟ ସହାୟକ ହେବ I
ଜେଏସ୍ ପିଏଲ୍ ଫାଉଣ୍ଡେସନ ର ଏହି ପଦକ୍ଷେପ କୁ ପ୍ରଶଂସା କରି ଅସେଇକଳI ସରପଂଚ ଶ୍ରୀ ଦିଲିପ୍ ନାୟକ କହିଲେ, “ସରକାରୀ ପ୍ରୋତ୍ସାହନ ଏବଂ ଏଥିରେ କୌଣସି ଲାଭଖୋର ବ୍ୟବସାୟୀ ସାମିଲ୍ ହୋଇ ନ ଥିବାରୁ, ବର୍ତମାନ କାରିଗର ମାନେ ନିଜ ଉତ୍ପାଦ ର ସଠିକ୍ ମୁଲ୍ୟ ପାଇ ପାରିବେ I ଏଥିପାଇଁ ମୁଁ ଜେଏସ୍ ପିଏଲ୍ ଫାଉଣ୍ଡେସନ କୁ କୃତଜ୍ଞତା ଜ୍ଞାପନ କରୁଛି” I
ବିଭିନ୍ନ ସମୟରେ ତାଲିମ୍ ଶିବିର ଏବଂ କର୍ମଶାଳା ର ଆୟୋଜନ କରି, ଜେଏସ୍ ପିଏଲ୍ ଫାଉଣ୍ଡେସନ ଓଡିଶା, ଛତିଶଗଡ଼ ଏବଂ ଝାରଖଣ୍ଡ ରେ ବହୁ ପାରମ୍ପରିକ କଳIକାର ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିଛି I ଜିଲ୍ଲା ଶିଳ୍ପ କେନ୍ଦ୍ର ଏବଂ ଓରମାସ୍ ର ସହାୟତାରେ ଜେଏସ୍ ପିଏଲ୍ ଫାଉଣ୍ଡେସନ ଅନୁଗୁଳ ଜିଲ୍ଲାର ପାରିପରI ଗ୍ରାମରେ ୩୦ ଜଣ ମହିଳା କାରିଗରଙ୍କୁ ସହଯୋଗ ର ହାତ ବଢ଼Iଇଛି I ତାଲିମ୍ ପରେ ଏହି ମହିଳା ମାନେ ଯେଉଁ ମାନଙ୍କୁ ପାରମ୍ପାରିକ କୁମ୍ଭାର ଚକ ବାରଣ କରାଯାଇଛି, ସେମାନେ ବିଦ୍ୟୁତ ଚIଳିତ ଚକ ବ୍ୟବହାର କରି ଉତ୍ପIଦରେ ନୁତନତା ଆଣିଛନ୍ତି I ଜେଏସ୍ ପିଏଲ୍ ଫାଉଣ୍ଡେସନ, କଳା ସାମଗ୍ରୀ ଉତ୍ପାଦ ର ଚାହିଦା ବଢ଼ାଇବା ପାଇଁ ସେମାନଙ୍କୁ କୌଶଳ ବୃଦ୍ଧି ତାଲିମ ଦେବା ସହ ବଜାର ସହ ସଂଯୋଗୀକରଣ ମଧ୍ୟ କରାଉଛି I

Share in top social networks!
Powered By Indic IME