ବାସୁଦେବପୁର ବ୍ଲକର ବିଜେପି ନେତୃମଣ୍ଡଳୀ ବିଜେଡିରେ ମିଶିଲେ

joinning (1) ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର
କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଢ଼ୁଆଁ, ଜଗନ୍ନାଥପୁର ପଞ୍ଚାୟତର ବିଜେପି
ସମର୍ଥôତ ସରପଞ୍ଚଙ୍କ ସମେତ ୭୦ରୁ ଊଦ୍ଧ୍ୱର୍ ବିଜେପି କର୍ମୀ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ଆଜି ବିଜୁ ଜନତା ଦଳରେ
ଆନୁÂାନିକ ଭାବେ ସାମିଲ ହୋଇଛନ୍ତି ।
ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ
ସ୍ୱାଗତ କରିବା ସହ କହିଥିଲେ ଯେ ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ
କରୁଛି । ଆଜିର ଏହି ଯୋଗଦାନ ଫଳରେ ବାସୁଦେବପୁର ବ୍ଲକ ତଥା ନିର୍ବାଚନ ମଣ୍ଡଳୀରେ ଦଳ ଆହୁରି ଶକ୍ତିଶାଳୀ ହେବ ଓ ଦଳକୁ
ସୁଦୃଢ଼ କରିବା ଦିଗରେ ବିଜୁ ଜନତା ଦଳରେ ନୂତନ ନେତୃମଣ୍ଡଳୀ-କର୍ମୀଙ୍କ ଯୋଗଦାନ ସହାୟକ ହେବ ବୋଲି ଶ୍ରୀଯୁକ୍ତ
ପଟ୍ଟନାୟକ କହିଥିଲେ ।
ବିଜେଡିରେ ଯୋଗଦେଇଥିବା ନେତୃମଣ୍ଡଳୀଙ୍କ ମଧ୍ୟରେ ଜିଲ୍ଲା କୃଷକ ମୋର୍ଚ୍ଚା ଉପ-ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ
ପ୍ରଭାତ ବିଶ୍ୱାଳ, ଜନ୍ନାଥପୁର ସରପଞ୍ଚ ଯଦୁନାଥ ନାୟକ, ପଢ଼ୁଆଁ ସରପଞ୍ଚ ଦୀନବନ୍ଧୁ ଦାସ, ପୂର୍ବତନ ସରପଞ୍ଚ ପ୍ରଭାକର ଦାଶ,
କୁମରପୁରର ପୂର୍ବତନ ସରପଞ୍ଚ ସନାତନ ତରେଇ, ଶ୍ରୀକାନ୍ତ ଚନ୍ଦ୍ର ସାହୁ, ଶ୍ରୀକାନ୍ତ ସାହୁ, ସୁବାଶ ପାଣି, ତ୍ରିଲୋଚନ ଦେ ପ୍ରମୁଖ
ଅନ୍ତର୍ଗତ । ଏହି ଯୋଗଦାନ ଅବସରରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ସ୍ୱାଇଁ,
ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME