ନକଲି ମଦ କାରଖାନା ଠାବ ସାମଗ୍ରୀ ଜବଦ ସହିତ ୩ ଗିରଫ

khaira mada jabad (14)ବିଭିନ୍ନ ବିଦେଶୀ ମଦ କଂପାନୀର ନକଲି ମଦ ତିଆରି କରୁଥିବା ବେଳେ ଅବକାରୀ ବିଭାଗ ଦ୍ୱାରା ଚଡାଉ କରି ମଦ ଜବଦ ସହିତ ଅଭିଯୁକ୍ତକୁ ମଦ ତିଆରି ଅଭିଯୋଗରେ ଗିରଫ କରିଛି । ସୋର ଅବକାରୀ ବିଭାଗ ପକ୍ଷରୁ ଖଇରା ବ୍ଲକ ବରଦା ଗ୍ରାମରେ ଚଡଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବଦ କରିବା ସହିତ ମଦ ତିଆରି କାରଖାନା ମାଲିକ ରବିନ୍ଦ୍ର ପାଡୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତା ସହତ ମଦ ତିଆରି ସରଞାମ ବୋତଲ, ଠିପି , ସ୍ପିରିଟ ,ରାସାୟନିକ ସାମଗ୍ରୀ ଓ ରଂଗ ଜବଦ କରିଛି । ସୋର ଅବକାରୀ ବିଭାଗ ଏଥି ସହିତ ସିମୁଳିଆ ଥାନା ଅଡା ଓ କୁପାରୀରେ ମଧ୍ୟ ବେଆଇନ ମଦ ଚଡାଉ କରି ଦେଶୀ ଓ ବିଦେଶୀ ମଦ ଜବଦ କରିଥିବା ବେଳେ ପ୍ରଦିପ ବାରିକ ଓ ବିକାଶ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅବକାରୀ ଅଧୀକ୍ଷକ ମନୋଜ ସେଠୀଙ୍କ ନିଦେ୍ର୍ଧଶକ୍ରମେ ସୋର ଅବକାରୀ ଅଧିକାରୀ କୁଳମଣି ମହାରଣା ଓ ଭା୍ରମ୍ୟମାଣ ଅଧିକାରୀ କେଶବ ଚନ୍ଦ୍ର ଦାସଙ୍କ ସମେତ ଅବକାରି ଓ ପୋଲିସ କର୍ମଚାରୀ ମାନେ ସହ ଯୋଗ କରିଥିଲେ ।ବରଦାରେ ଠାବ ହୋଇଥିବା ନକଲି ବିଦେଶୀ ମଦ କାରଖାନା ଦୀର୍ଘଦିନ ଧରିଚାଲିଥିଲା ବେଳେ ପୋଲିସ ଓ ଅବକାରୀ ବିଭାଗ ଜାଣିଶୁଣି ନଜର ନ ଦେବା ସାଧାରଣରେ ଚର୍ଚ୍ଚା ହେଉଛି ।

Share in top social networks!
Powered By Indic IME