କେନ୍ଦ୍ରକୁ ଅର୍ଥମନ୍ତ୍ରୀ ଶ୍ରୀ ବେହେରାଙ୍କ ପତ୍ର ଓଡ଼ିଶାରେ ଜୀବନବୀମା ନିଗମର ଜୋନାଲ୍ ଅଫିସ ଖୋଲାଯାଉ

ଓଡ଼ିଶାରେ ଖୁବ୍ ଶୀଘ୍ର ଭାରତୀୟ ଜୀବନବୀମା ନିଗମ(ଏଲ୍.ଆଇ.ସି)ର ଏକ ଜୋନାଲ୍ ଅଫିସ ଖୋଲିବା
ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ
ଅନୁରୋଧ ଜଣାଇଛନ୍ତିା ରାଜ୍ୟରେ ଭାରତୀୟ ଜୀବନବୀମା ନିଗର ୧୦ ଲକ୍ଷରୁ ଅଧ#କ ପଲିସିଧାରୀ ଥ#ବା ଦର୍ଶାଇ
ସେହି ପରିପ୍ରେକ୍ଷୀରେ ଓଡ଼ିଶାରେ ଏକ ଜୋନାଲ&୍ କାର୍ଯ୍ୟାଳୟ ଖୋଲାଯିବା ଅତ୍ୟନ୍ତ ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ
ବେହେରା ଉଲ୍ଲେଖ କରିଛନ୍ତିା
କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟ୍ଲୀଙ୍କ ନିକଟକୁ ଆଜି ଲିଖ#ତ ଏକ ପତ୍ରରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା
ଦର୍ଶାଇଛନ୍ତି ଯେ, ୨୦୦୬ ମସିହାରେ କୋଲକାତାସ୍ଥିତ ଜୋନାଲ&୍ ଅଫିସର ପୃଥକୀକରଣ କ୍ରମେ ନୂତନ ଭାବରେ
ପାଟ୍ନାଠାରେ ପୂର୍ବ-କେନ୍ଦ୍ରୀୟ ଜୋନାଲ୍ ଅଫିସ ଖୋଲାଯାଇଛି ଏବଂ ତାହା ଅଧୀନରେ ଓଡ଼ିଶା ବ୍ୟାପାର ରହିଛିା
ଓଡ଼ିଶାର ପଲିସିଧାରୀମାନେ ହଜାର କିଲୋମିଟର ଦୂରବର୍ତ୍ତୀ ପାଟନା ଯାଇ ବୀମା ସଂପର୍କିତ ବିଭିନ୍ନ ଉପଲବ୍ଧି ହାସଲ
କରିବାରେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତିା
୨୦୧୨-୧୩ ଆଥ#ର୍କ ବର୍ଷଠାରୁ ଓଡ଼ିଶାରେ ନୂଆ ଜୋନାଲ୍ ଅଫିସ୍ ଖୋଲିବାକୁ କ୍ରମାଗତ ଦାବି ହୋଇ
ଆସୁଥ#ଲେ ମଧ୍ୟ ଏଯାବତ୍ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇ ନଥ#ବା ଦୁଃଖଦାୟକ ବୋଲି ମନ୍ତ୍ରୀ ଶ୍ରୀ ବେହେରା
ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତିା
ରାଜ୍ୟରେ ଆଥ#ର୍କ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମକୁ ଅଧ#କ ଦୃଢ଼ ଓ ସଶକ୍ତ କରିବା ଦିଗରେ ନିରନ୍ତର ବୀମା ସେବାର
ଗୁରୁତ୍ୱ ରହିଥ#ବାବେଳେ ଓଡ଼ିଶାରେ ତୁରନ୍ତ ଭାରତୀୟ ଜୀବନବୀମା ନିଗମର ଏକ ଜୋନାଲ୍ ଅଫିସ୍ ଖୋଲିବା
ସକାଶେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତିା

Share in top social networks!