ଏସ୍.ଟି. ଓ ଏସ୍.ସି.ଙ୍କ ପାଇଁ ୨୦୧୮-୧୯ ଶିକ୍ଷା ବର୍ଷଠାରୁ ୧୧ଟି ନୂଆ ଆଦର୍ଶ ଆବାସିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ : ମନ୍ତ୍ରୀ ଶ୍ରୀ ମାଝୀ

୨୦୧୮-୧୯ ଶିକ୍ଷା ବର୍ଷଠାରୁ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ
ଅଧ#ନରେ ଗୋଟିଏ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ୬ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ, ୪ଟି କଳିଙ୍ଗ ଆଦର୍ଶ
ଆବାସିକ ବିଦ୍ୟାଳୟ କାର୍ଯ୍ୟକ୍ଷମ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି ।
ଏହି ବିଦ୍ୟାଳୟଗୁଡ଼ିକ ନିମନ୍ତେ ଷଷ୍ଠଶ୍ରେଣୀରେ ନାମ ଲେଖାଇବା ପାଇଁ ଟ୍ରାଇବାଲ୍ ରୁରାଲ ଟ୍ୟାଲେଣ୍ଟ ସର୍ଚ୍ଚ
ପ୍ରବେଶିକା ପରୀକ୍ଷା ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀମାନଙ୍କଠାରୁ ବିଜ୍ଞାପନ ମାଧ୍ୟମରେ ଦରଖାସ୍ତ ଆହ୍ୱାନ କରାଯାଇଛି ।
ଏଥ#ପାଇଁ ସମୁଦାୟ ସ୍ଥାନର ଶତକଡ଼ା ତିନିଭାଗ ଭିନ୍ନକ୍ଷମ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଅଟେ । ନିର୍ଦ୍ଦିଷ୍ଟ ସ୍ଥାନ
ସଂଖ୍ୟାର ୧୦ ପ୍ରତିଶତ ସ୍ଥାନ ଏଜୁକେସନ୍ କମ୍ପ୍ଲେକ୍ସର ବାଳିକା, ସମ୍ପୃକ୍ତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟମାନଙ୍କରେ
କାର୍ଯ୍ୟରତ ଶିକ୍ଷକ/କର୍ମଚାରୀ ତଥା ସ୍ଥାନୀୟ ବାସିନ୍ଦା ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଟି.ଆର୍.ଟି.ଏସ୍. ଲିଖିତ ପ୍ରବେଶିକା
ପରୀକ୍ଷା ମାଧ୍ୟମରେ ସେମାନଙ୍କର ଉତ୍କର୍ଷତା/ଯୋଗ୍ୟତା ଭିତ୍ତିରେ ଦିବ୍ୟାଧ୍ୟାୟୀ ହିସାବରେ ଚୟନ କରାଯିବ । ଉକ୍ତ ପ୍ରବେଶିକା
ପରୀକ୍ଷା ପାଇଁ କୌଣସି ଫିସ୍ ଦେବାକୁ ପଡ଼ୁନାହିଁ । ପ୍ରକାଶ ଥାଉ କି, ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ, କନିସି,
ବ୍ରହ୍ମପୁର, ଗଞ୍ଜାମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ବାଳକ ଓ ବାଳିକାଙ୍କ ନିମନ୍ତେ ୬୦ଟି ଲେଖାଁଏ ସ୍ଥାନ
ଉଦ୍ଦିଷ୍ଟ ରହିଛି । ସେହିପରି ୬ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିମନ୍ତେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି
ବର୍ଗର ଉଭୟ ବାଳକ ଓ ବାଳିକାଙ୍କ ନିମନ୍ତେ ୩୦ଟି ଲେଖାଏଁ ସ୍ଥାନ ଉଦ୍ଦିଷ୍ଟ ରହିଛି । ଏହି ୬ଟି ଏକଲବ୍ୟ ଆଦର୍ଶ ଆବାସିକ
ବିଦ୍ୟାଳୟ ସମ୍ବଲପୁର, ବଲାଙ୍ଗିର, ରାୟଗଡ଼ା, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ରହିଛି । ସେହିପରି ମାଲକାନଗିରି,
କନ୍ଧମାଳ ଓ ନବରଙ୍ଗପୁରରେ ଥ#ବା ୪ଟି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ନିମନ୍ତେ ଅନୁସୂଚିତ ଜନଜାତି ଓ ଅନୁସୂଚିତ
ଜାତି ବର୍ଗର ବାଳକ ଓ ବାଳିକାଙ୍କ ନିମନ୍ତେ ୩୦ଟି ଲେଖାଁଏ ସ୍ଥାନ ଉଦ୍ଦିଷ୍ଟ ରହିଛି । ଏହି ୧୧ଟି ଆଦର୍ଶ ବିଦ୍ୟାଳୟରେ
ସମୁଦାୟ ୭୨୦ଟି ସ୍ଥାନ ପାଇଁ ଛାତ୍ରଛାତ୍ରୀମାନେ ନାମ ଲେଖାଇବେ ।
ସମ୍ପ୍ରତି ରାଜ୍ୟରେ ଏହାକୁ ମିଶାଇ ଗୋଟିଏ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ, ୧୯ଟି ଏକଲବ୍ୟ ଆଦର୍ଶ
ଆବାସିକ ବିଦ୍ୟାଳୟ ଏବଂ ୪ଟି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ।

Share in top social networks!
Powered By Indic IME