ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ପାଇଁ ମଧ୍ୟପ୍ରଦେଶରୁ ସଦ୍ୟ ନିର୍ବାଚିତ ହୋଇଥିବା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସମ୍ବର୍ନ୍ଧନା ଦିଆଯିବ: ବିଜେପି

27866948_1624968627586710_7171832390280521617_n ଆସନ୍ତା କାଲି ଦିନ ୧୧ଟା ସମୟରେ ଭାରତୀୟ ଜନତା ପାର୍ଟିର ନେତା ତଥା ଓଡିଶାର ଯୁବନେତା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ବିମାନବନ୍ଦରେ ଆସି ପହଂଚିବେ । ଶ୍ରୀ ପ୍ରଧାନ ପ୍ରଥମ ଓଡିଆ ଭାବେ ମଧ୍ୟପ୍ରଦେଶରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ରାଜ୍ୟ ବିଜେପି ତରଫରୁ ଭବ୍ୟ ସମ୍ବର୍ନ୍ଧନା ଦିଆଯିବ । ବିମାନବନ୍ଦରରୁ ଏକ ବିଶାଳ ପଟୁଆର ଦ୍ୱାରା ରାଜ୍ୟ କାର୍ଯ୍ୟାଳୟରେ ଆସି ଶ୍ରୀ ପ୍ରଧାନ ପହଂଚିବେ । ସାରା ଓଡିଶା ତଥା ରାଜ୍ୟ ବିଜେପି ତରଫରୁ ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀ ପ୍ରଧାନଙ୍କ ସ୍ୱାଗତକୁ ନେଇ ଏକ ଭବ୍ୟ ଆୟୋଜନ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଶ୍ରୀ ପ୍ରଧାନଙ୍କୁ ବିଶ୍ୱାସ କରି ସାଧାରଣଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଛନ୍ତି । ଶ୍ରୀ ପ୍ରଧାନ ପ୍ରଥମେ ବିହାରରୁ ଏବଂ ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କ୍ୟାବିନେଟ ମନ୍ତ୍ରୀ ହେବା ଓଡିଶା ଇତିହାସରେ ପ୍ରଥମ । ଏଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜ୍ୟବାସୀ ଏବଂ ରାଜ୍ୟ ବିଜେପି ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଓଡିଆ ଯୁବକ ଶ୍ରୀ ପ୍ରଧାନଙ୍କ ଦକ୍ଷତାକୁ ପରଖି ପ୍ରଧାନମନ୍ତ୍ରୀ ତାଙ୍କ ନିଜ ମନ୍ତ୍ରୀମଣ୍ଡଳରେ ସ୍ଥାନଦେବା ଓଡିଶା ପାଇଁ ଏକ ଗୈାରବର ବିଷୟ ବୋଲି ଶ୍ରୀ ଶର୍ମା କହିଛନ୍ତି ।

Share in top social networks!
Powered By Indic IME