ଶିଶୁ ଶ୍ରମ ଉଚ୍ଛେଦ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ କର୍ମଶାଳା

IMG-20180314-WA0010କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ ସେଣ୍ଟର(ପିକକ୍) ପକ୍ଷରୁ ଶିଶୁ ଶ୍ରମ ଉଚ୍ଛେଦ ସଂପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା ବୁଧବାର ଦିନ ଅନୁÂିତ ହୋଇଯାଇଛି । ଏହି କର୍ମଶାଳାରେ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ପରିପାଶ୍ୱର୍ରେ ଥିବା ଶିଶୁଶ୍ରମିକମାନଙ୍କୁ ଉଦ୍ଧାର କରି ବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରାଇ ପାରିଲେ ଶିଶୁ ଶ୍ରମିକ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଥିଲେ । ପିକକ୍ ଅନୁÂାନର ସଂପାଦକ ରଞ୍ଜନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି କର୍ମଶାଳାରେ ଜିଲ୍ଲା ଶ୍ରମ ଅଧିକାରୀ ଅଜୟ କୁମାର ପ୍ରଧାନ ଯୋଗଦେଇ ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭା ରହିଛି । ଏଣୁ ଶିଶୁ ଶ୍ରମିକ ଭାବରେ କାମ କରୁଥିବା ଶିଶୁମାନଙ୍କୁ ଉଦ୍ଧାର କରି ଆଇନଗତ ଭାବରେ ଥଇଥାନ କରିବା ପାଇଁ ସମସ୍ତଙ୍କ ସହଭାଗିତା ଆବଶ୍ୟକ । କେନ୍ଦୁଝର ଜିଲ୍ଲାକୁ ଶିଶୁ ଶ୍ରମିକମୁକ୍ତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଯେଉଁ ଅଞ୍ଚଳରେ ଅଛନ୍ତି ଉକ୍ତ ଅଞ୍ଚଳକୁ କିପରି ଶିଶୁ ଶ୍ରମିକମୁକ୍ତ କରିବା ସେନେଇ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ପିକକ୍ର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶିକା ଅନୁରାଧା ମହାନ୍ତି ଏହି କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ପାଟଣା ବ୍ଲକର ୧୨ଟି ଗ୍ରାମ ଶିଶୁ ଶ୍ରମମୁକ୍ତ କରାଯାଇଥିବାବେଳେ ଏହି ଅଭିଯାନକୁ ଆଗକୁ ସମଗ୍ର ଜିଲ୍ଲାକୁ କିପରି ଶିଶୁ ଶ୍ରମମୁକ୍ତ କରିବା ସେନେଇ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଏହି ଅବସରରେ କିଶୋର ନ୍ୟାୟ,ଯତ୍ନ ଓ ସୁରକ୍ଷା ଆଇନ-୨୦୧୫ରେ ଶିଶୁ ଶ୍ରମିକମାନଙ୍କ ପାଇଁ ଥିବା ବ୍ୟବସ୍ଥା ଓ ସେମାନଙ୍କ ଥଇଥାନ ଉପରେ ଆଲୋଚନା କରାଯାଇଥିଲା । ଶେଷରେ ପିକକ୍ର କାର୍ଯ୍ୟକ୍ରମ ପରିଚାଳିକା ଜ୍ୟୋର୍ତିମୟୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପିକକ୍ର ପ୍ରକଳ୍ପ ସଂଯୋଜକ ସତ୍ୟନାରାୟଣ ମହାନ୍ତ ଓ ଆଡଭୋକେସି ନେଟୱାର୍କର ମୋନିକା ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Share in top social networks!
Powered By Indic IME