ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‍ କର୍ପୋରେସନ୍‍ର ଅଧ୍ୟକ୍ଷ ଭାବେ ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ

Pravat A Mishraମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୮ ତାରିଖରେ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‍
କର୍ପୋରେସନ୍‍ର ଅଧ୍ୟକ୍ଷ ଭାବେ ବରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ମନୋନୀତ କରିବା
ପରେ ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଦାୟିତ୍ୱ ଗ୍ରହଣ ସମୟରେ ଆଗ୍ରୋ ଇଣ୍ଡଷ୍ଟି୍ରଜ୍‍ କର୍ପୋରେସନ୍‍ର
ପରିଚାଳନା ନିଦେ୍ର୍ଧଶକଙ୍କ ସମେତ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।
ଦାୟିତ୍ୱ ଗ୍ରହଣ କରିବା ପରେ ବିଜେଡି ନେତା ସୌଭାଗ୍ୟ ନାୟକ, ସଂଜୟ ବାବୁ, କୁନବିହାରୀ ଦାସ, ପ୍ରଦୀପ ବିଶୋୟୀ,
ନିତ୍ୟାନନ୍ଦ ଭୋଇ, ବିଶ୍ୱରଞ୍ଜନ ସାହୁ, ଅଶ୍ୱିନୀ ସାହୁ, ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ପରେ ପରେ ଅଧ୍ୟକ୍ଷ ଶ୍ରୀ ମିଶ୍ର ଅଧିକାରୀମାନଙ୍କ ସହିତ ସମୀକ୍ଷା କରି କହିଥିଲେ ଯେ କୃଷି କ୍ଷେତ୍ରରେ ଆଧୁନିକୀକରଣ
କରାଯାଇ କିପରି କମ୍‍ ଖର୍ଚ୍ଚରେ ଅଧିକ ଉପôାଦନ ହୋଇପାରିବ ଏବଂ ଆଧୁନିକ ଜ୍ଞାନକୌଶଳ ଚାଷୀମାନେ କିଭଳି
ଉପଯୋଗ କରିପାରିବେ ବିଭିନ୍ନ ସମୟରେ ଟ୍ରେନିଂ କ୍ୟାମ୍ପ ଜରିଆରେ ସେ ବିଷୟରେ ଧ୍ୟାନ ଦେବାକୁ କହିଥିଲେ ।