ଆସନ୍ତା କାଲି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁÂିତ ହେବ

ଆସନ୍ତାକାଲି ରାଜ୍ୟ ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ହେବ । ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁÂିତ ହେବ । ଏହି ବ÷÷ଠକରେ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ପଦାଧିକାରୀଙ୍କ ସହ ସମସ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିବେ । ଦିନ ୧୧ଟା ସମୟରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଉଦଘାଟନ କରିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥାକୁ ନେଇ ଦିଗଦର୍ଶନ ଦେବେ ।
ଯୁବକମାନଙ୍କର ବିଭିନ୍ନ ସମସ୍ୟା, ଭବିଷ୍ୟତ କାର୍ଯ୍ୟପନ୍ଥା, ରାଜନୈତିକ ରଣକୈାଶଳକୁ ନେଇ ଏହି ବୈଠକ କରାଯିବ । ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ଶାରଦା ପ୍ରସାଦ ଶତପଥୀ ଏବଂ ଯୁବମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଶ୍ରୀ କାଳନ୍ଦୀ ସାମଲ ପ୍ରମୁଖ ଉପସ୍ଥିତ ରହିବେ ।

Share in top social networks!
Powered By Indic IME