ପୀଡ଼ିତାଙ୍କୁ ନ୍ୟାୟ ଓ ସାମାଜିକସ୍ତରରେ ଥଇଥାନକୁ ଗୁରୁତ୍ୱ ପ୍ରସ୍ତୁତି ହେବ ନିୟମାବଳୀ : ମନ୍ତ୍ରୀ ଶ୍ରୀ ସାମଲ

DSCN9849ଦୀର୍ଘ ଦୁଇଦିନ ଧରି •ଲିଥିବା ଗୁଣିଗାରେଡ଼ି ସମ୍ପର୍କିତ ମହିଳାମାନଙ୍କର ଅଧିକାର କ୍ଷୁର୍ଣ୍ଣ ଶୀର୍ଷକ ଜାତୀୟ କର୍ମଶାଳାରେ ଆକ୍ସନ ଏଡ଼୍, ଜାତୀୟ ମହିଳା କମିଶନ ଓ ବେଟି ଜିନ୍ଦାବାଦ ଅଭିଯାନର ମିଳିତ ଆନୁକୂଲ୍ୟରେ ହୋଟେଲ ଏମ୍ପାୟାରଠାରେ ଆୟୋଜିତ କର୍ମଶାଳାରେ, ମୁଖ୍ୟଅତିଥି ଭାବରେ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାରଙ୍କର ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦାନ କରି କହିଲେ ଯେ, ଗୁଣିଗାରେଡ଼ି ହେଉଛି ଅନ୍ଧବିଶ୍ୱାସ । ବିଂଶ ଶତାବ୍ଦୀରେ ଗୁଣିଗାରେଡ଼ିକୁ ବିଶ୍ୱାସ କରିବା ଅତ୍ୟନ୍ତ ଦୁଃଖର ବିଷୟ । ସଭ୍ୟ ସମାଜରେ ମଧ୍ୟ ମହିଳାଙ୍କ ଉପରେ ଅତ୍ୟା•ର ବଢୁଛି । ସାମାଜିକ ହିଂସା ଓ ଘରୋଇ ହିଂସାର ବିଲୋପ ଜରୁରୀ । ଗୁଣିଗାରେଡ଼ି ପ୍ରଭାବିତ ଜିଲ୍ଲାମାନଙ୍କରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ଏଭଳି ବ୍ୟବସ୍ଥାକୁ ପ୍ର୍ରତିହତ କରିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି । ଆଗାମୀ ବିଧାନସଭା ଅଧିବେଶନରେ ଏ ବାବଦରେ ଆଲୋଚନା ହେବ ଓ ନିୟମାବଳୀ ପ୍ରସ୍ତୁତ ପାଇଁ ବ୍ୟବସ୍ଥା ମଧ୍ୟ କରାଯିବ । ମହିଳାମାନଙ୍କ ପ୍ରତି ଅବି•ର କରୁଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଦଣ୍ଡବିଧାନ କରାଯିବ । ଏଥିନିମନ୍ତେ ପ୍ରତିବାଦର ସ୍ୱର ପ୍ରତ୍ୟେକସ୍ତରରୁ ଉଠିବା ଦରକାର ବୋଲ ମନ୍ତ୍ରୀ ଶ୍ରୀ ସାମଲ୍ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର କହିଲେ ଯେ, ଗୁଣିଗାରେଡ଼ିକୁ ବିଶ୍ୱାସ କରିବା ହେଉଛି ଖରାପ । ଏଥିରେ କୌଣସି ଶିଶୁର ଅଧିକାର ଉଲଘଂନ ହୁଏ, ସକ୍ରିୟ ଭାବରେ ଶିଶୁର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ାଯିବ । ଶିଶୁଙ୍କ ଉପରେ ହିଂସା, ଅତ୍ୟା•ର ଓ ଅସୁରକ୍ଷିତ ଭାବରେ ରହୁଥିବା ଶିଶୁମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରାଯିବ ବୋଲି ଶ୍ରୀମତୀ ମହାପାତ୍ର ଅବଗତ କରାଇଥିଲେ । ଏହି ଅବସରରେ ରାଜ୍ୟ ମହିଳା କମିଶନ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ଥଇଥାନ ବ୍ୟବସ୍ଥା ଓ ସାଂଗଠନିକସ୍ତରକୁ ମଜଭୁତ କରିବା ପାଇଁ ସମସ୍ତଙ୍କର ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । କର୍ମଶାଳାରେ ଆକ୍ସନ ଏଡ୍ର ଆଞ୍ଚଳିକ ପରି•ଳକ ଦେବବ୍ରତ ପାତ୍ର ଆଇନ୍ର ପରିବର୍ତ୍ତନ, ଗୁଣିଗାରେଡ଼ି ପ୍ରଭାବିତ ଜିଲ୍ଲାମାନଙ୍କରେ ବ୍ୟାପକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା, ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ୱ ଓ ସରକାରୀ ଯୋଜନାର ସୁଫଳର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଓଡ଼ିଶାକୁ ଏକ ଗୁଣି ଗାରେଡ଼ି ମୁକ୍ତ ରାଜ୍ୟ ଭାବେ ଗଢିତୋଳିବା ପାଇଁ ଆହ୍ୱାନ ଦେଇଥିଲୋ । ଦ୍ୱିତୀୟ ଅଧିବେଶନରେ ଆଡ଼ଭୋକେଟ କ୍ଷୀରୋଦ ରାଉତ କହିଲେ ଯେ, ଗୁଣିଗାରେଡ଼ି ସମ୍ପର୍କିତ ଆଇନ୍ର ପରିବର୍ତ୍ତନ ଜରୁରୀ । ଏଥିରେ ସମୟ ନିର୍ଦ୍ଧାରଣ, ସ୍ୱତନ୍ତ୍ର କୋର୍ଟ ଓ ଦାୟିତ୍ୱ ସମ୍ପର୍କିତ କୌଣସି ବ୍ୟବସ୍ଥା ନାହିଁ । ସମଦୃଷ୍ଟିର ସହଯୋଗୀ ସମ୍ପାଦକ ବିଘ୍ନେଶ୍ୱର ସାହୁ କହିଲେ ଯେ, ଆଇନ୍ର ପଞ୍ଝାକୁ ଶକ୍ତିଶଳୀ କରିବାକୁ ପଡ଼ିବ ଓ ପ୍ରତି ଜିଲ୍ଲାର ଲୋକକଳା ମାଧ୍ୟମରେ ଗୁଣିଗାରେଡ଼ିକୁ ବନ୍ଦ କରିବା ପାଇଁ ସଚେତନତାର ପ୍ରୟାସ କରିପାରିଲେ ଅନ୍ତତଃପକ୍ଷେ ଗୁଣିଗାରେଡ଼ିର ପ୍ରଭାବରୁ ରକ୍ଷା କରାଯାଇପାରିବ । ଉକ୍ତ ଅଧିବେଶନରେ ପ୍ରଫେସର ଦେବନାଥନ୍ ଓ ରଚନା ଶର୍ମା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷ ପର୍ଯ୍ୟାୟରେ ରାଜ୍ୟ ସୂଚନା କମିଶନର ଶଶିପ୍ରଭା ବିନ୍ଧାଣୀ ଯୋଗଦେଇ ବ୍ୟାପକ ଖସଡ଼ା ପ୍ରସ୍ତୁତି, ବିଭ୍ରାନ୍ତମୁକ୍ତ ତଥ୍ୟ ପ୍ରଦାନ, ଶବ୍ଦର ବ୍ୟବହାର, ମାନସିକ ପ୍ରସ୍ତୁତି, ଆରୋପ ଜନିତ ଅପରାଧ ଓ ବିଭିନ୍ନ ପ୍ରକାର ତର୍ଜମା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମକୁ ପରି•ଳନା କରିଥିଲେ ଆକ୍ସନ ଏଡ୍ର ଘାସିରାମ ପଣ୍ଡା, ବି.ଏନ୍. ଦୁର୍ଗା ଓ ଲୋପାମୁଦ୍ରା ବେହେରା । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିନିଧିମାନେ ଅଂଶଗ୍ରହଣ କରି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଦଳଗତ ଆଲୋଚନା ମାଧ୍ୟମରେ ବିପଦ ସଙ୍କୁଳ ପରିବାର, ଗୋÂୀ ଓ ଅଞ୍ଚଳର ଚିହ୍ନଟ, ନ୍ୟାୟ ବ୍ୟବସ୍ଥା ଓ ଆଇନ୍ର ସଠିକ୍ କାର୍ଯ୍ୟକାରିତା, ପ୍ରତିରୋଧ ଓ ସଚେତନତା ଓ ସହାୟକ ଅନୁÂାନର ଚିହ୍ନଟ ଓ ସେମାନଙ୍କ ଦାୟିତ୍ୱ କ’ଣ ହେବା ଦରକାର, ସେ ସମ୍ପର୍କରେ ବିଭିନ୍ନ ମତାମତ ସଂଗ୍ରହ କରାଯାଇଥିଲା ।

Share in top social networks!
Powered By Indic IME