ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଳପତିମାନଙ୍କ ସହ ବୈଠକ; ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ଉପରେ ଗୁରୁତ୍ୱାରୋପ

13-3-2018=3
ଆଜି ପୂର୍ବାହ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅନନ୍ତ ଦାସଙ୍କ ସଚିବାଳୟସ୍ଥ ପ୍ରକୋଷ୍ଠରେ ଉଚ୍ଚଶିକ୍ଷା କ୍ଷେତ୍ରରେ
ସଂସ୍କାର ନିମନ୍ତେ କୁଳପତିମାନଙ୍କ ସହିତ ମନ୍ତ୍ରୀ ଶ୍ରୀ ଦାସ ବିଚାରବିମର୍ଶ କରିଛନ୍ତିା ପ୍ରକାଶ ଥାଉକି ୨୦୧୭
ମସିହା ନଭେମ୍ବର ୧୬ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥ#ବା
କୁଳପତି ସମ୍ମିଳନୀରେ ଉଚ୍ଚଶିକ୍ଷାରେ ସୁଧାର ଆଣିବା ପାଇଁ ପାଞ୍ଚଟି କମିଟି ଗଠନ କରାଯାଇଥ#ଲାା ଏହି
କମିଟି ଦ୍ୱାରା ଦିଆଯାଇଥ#ବା ରିପୋର୍ଟକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ତର୍ଜମା କରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ
କରିବା ପାଇଁ କୁଳପତିମାନଙ୍କର ଏକ ବୈଠକ ଆହ୍ୱାନ କରିଥ#ଲୋ ଉକ୍ତ ବୈଠକରେ ଉଚ୍ଚଶିକ୍ଷା ବିଭାଗର
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜି.ଭି.ଭି. ଶର୍ମା, ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ସଚିବ ଶ୍ରୀ ବିନୋଦ କୁମାର,
ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ଯୁଗ୍ମ ଶାସନ ସଚିବ ଶ୍ରୀ ପରମେଶ୍ୱର
ବି., ଅତିରିକ୍ତ ଶାସନ ସଚିବ ଶ୍ରୀ ଅକ୍ଷୟ କୁମାର ମହାନ୍ତି ଏବଂ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଧୀରେନ୍
ପଟ୍ଟନାୟକଙ୍କ ସମେତ ବରିଷ୍ଠ ପଦାଧ#କାରୀମାନେ ଉପସ୍ଥିତ ଥ#ଲୋ
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକର ନିଷ୍ପତ୍ତି ଅନୁଯାୟୀ ୨୦୧୯-
୨୦ ଶିକ୍ଷାବର୍ଷରୁ ସ୍ନାତକୋତ୍ତର ସ୍ତରରେ ଏକକ ପ୍ରବେଶ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ହୋଇଛିା ଏହି
ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ
ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛିା ସାମ୍ସ୍ ମାଧ୍ୟମରେ ଉପସ୍ନାତକରେ ହେଉଥ#ବା ଆଡ୍ମିସନ୍
ପ୍ରକି୍ରୟାକୁ ଅଗଷ୍ଟ ୧୪ ତାରିଖ ମଧ୍ୟରେ ସୀମିତ ରଖ#ବାକୁ ନିଷ୍ପତ୍ତି ନିଆଯାଇଛିା ସିଏଚ୍ଏସ୍ଇ ଦ୍ୱାରା ଅନୁଷ୍ଠିତ
ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶନ ପରେ ଆଡ୍ମିସନ୍ ପ୍ରକି୍ରୟା ଆରମ୍ଭ କରାଯିବା ଏହା ଗୋଟିଏ ଚରଣରେ
ସୀମିତ ରହିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକକ ପାଠ୍ୟକ୍ରମ ଓ ପରୀକ୍ଷା
ପଦ୍ଧତି ଅନୁସରଣ କରାଯିବା ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ଅପରିବର୍ତ୍ତନୀୟ ଏକାଡେମୀ କ୍ୟାଲେଣ୍ଡର
ପ୍ରଚଳନକୁ କଡ଼ାକଡ଼ି ଭାବରେ ପାଳନ କରାଯିବା ଉପରେ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ୱାରୋପ କରିଛନ୍ତିା
ସେମିଷ୍ଟାର ପରୀକ୍ଷାରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ ପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛିା
ସର୍ବଭାରତୀୟ ସ୍ତରରେ ପ୍ରତିଯୋଗିତାମୂଳକ ପରୀକ୍ଷା ତଥା କ୍ତଊT ପରୀକ୍ଷାରେ ସଫଳତା ହାସଲ କରିବା
ନିମନ୍ତେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର କୋଚିଂ ପ୍ରଦାନ ନିମନ୍ତେ ମଧ୍ୟ ଆଜିର ବୈଠକରେ ନିଷ୍ପତ୍ତି
ଗ୍ରହଣ କରାଯାଇଛିା ରାଜ୍ୟର ୧୨ଟି ବିଶ୍ୱବିଦ୍ୟାଳୟର କୁଳପତିମାନେ ଏହି ବୈଠକରେ ଯୋଗଦେଇ ବିଭିନ୍ନ
ସଂସ୍କାରମୂଳକ ପଦକ୍ଷେପ ସଂପର୍କରେ ପ୍ରସ୍ତାବ ଉପସ୍ଥାପନା କରିଥ#ଲୋ

Share in top social networks!
Powered By Indic IME