ପୂର୍ବାଶା: ପୂର୍ବ ସଙ୍ଗେ ପୂର୍ବର ସଂଯୋଗ; ଭାରତ-ପ୍ରଶାନ୍ତ ମହାସାଗର ସହିତ ଉତର ପୂର୍ବ ଏବଂ ପୂର୍ବ ଭାରତକୁ ସଂଯୋଗ କରିବାର ଏକ ପ୍ରୟାସ

Purbasa-East-Meets-East-2ନୂଆଦିଲ୍ଲୀଠାରେ ୨୦୧୭ ମସିହା ଡିସେମ୍ବର ମାସରେ ଆୟୋଜିତ ଭାରତ-ଏସିଆନ ସହଭାଗିତାଅ୨୫ ସମ୍ମିଳନୀର ସଫଳ ସମାପନ ପରେ କଳିଙ୍ଗ ଇଂଟରନ୍ୟାଶନାଲ ଫାଉଣ୍ଡେସନ ପୂର୍ବ ଭାରତର ଐତିହାସିକ ସହର ଭୁବନେଶ୍ୱରଠାରେ ଏହାର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଆର୍ନ୍ତଜାତିକ ସମ୍ମିଳନୀ ମାର୍ଚ୍ଚ ମାସ ୧୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବାକୁ ଯାଉଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ଇଂଟରନ୍ୟାଶନାଲ ଫାଉଣ୍ଡେସନର ଅଧ୍ୟକ୍ଷ ଆମ୍ବାସେଡର ଶ୍ରୀ ଲଳିତ୍ ମାନସିଂହ ସୂଚନା ଦେଇ କହିଥିଲେ ଯେ, ଭୁବନେଶ୍ୱରସ୍ଥିତ ହୋଟେଲ ମେ’ଫେୟାର ଲାଗୁନ ଏହି ସମ୍ମିଳନୀର ସଭାସ୍ଥଳୀ ଅଟେ । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ଡ଼ି.ପି ବାଗଚୀ, ଏବଂ କଳିଙ୍ଗ ଇଂଟରନ୍ୟାଶନାଲ ଫାଉଣ୍ଡେସନର ଟ୍ରଷ୍ଟି ଆମ୍ବାସେଡର ଶ୍ରୀ ଅବସର ବେଉରିଆ ଓ ସୁଶ୍ରୀ ଶ୍ରୀରୂପା ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
କଳିଙ୍ଗ ଇଂଟରନ୍ୟାଶନାଲ ଫାଉଣ୍ଡେସନ ଏକ ସ୍ୱତନ୍ତ୍ର ଏବଂ ନିରପେକ୍ଷ ବିଚାରଧାରା ସମ୍ପନ୍ନ ସଂସ୍ଥା ଯାହା ଭାରତ ଏବଂ ଅନ୍ୟାନ୍ୟ ଦେଶମାନଙ୍କ ମଧ୍ୟରେ ଏକ ନୂତନ ଏବଂ ମଜଭୂତ ଭାଗିଦାରୀର ବିକାଶ କରିଆସୁଅଛି ।
ପୂର୍ବାଶା: ପୂର୍ବ ସଙ୍ଗେ ପୂର୍ବର ସଂଯୋଗ- ଭାରତ-ପ୍ରଶାନ୍ତ ମହାସାଗର ସହିତ ଉତର ପୂର୍ବ ଏବଂ ପୂର୍ବ ଭାରତକୁ ସଂଯୋଗ କରିବାର ଏକ ପ୍ରୟାସ, ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀର ବିଷୟବସ୍ତୁ ଅଟେ । ପ୍ରଥମଥର ପାଇଁ ଏହି ସମ୍ମିଳନୀ ଭାରତର ପୂର୍ବ ଏବଂ ଉତରପୂର୍ବ ରାଜ୍ୟଗୁଡିକୁ ଏହାର ପଡୋଶୀ ରାଷ୍ଟ୍ର ଯେପରିକି ବାଂଲାଦେଶ, ଭୂଟାନ, ନେପାଳ, ଶ୍ରୀଲଙ୍କା ଇତ୍ୟାଦି ଓ ବିସ୍ତୀର୍ଣ୍ଣ ଭାରତ-ପ୍ରଶାନ୍ତ ମହାସାଗର ଅଂଚଳଗୁଡିକ ସହିତ ଯୋଡି ରଖିବା ନିମନ୍ତେ ପ୍ରୟାସ କରିବ । ଭାରତର ଉତରପୂର୍ବାଂଚଳ ରାଜ୍ୟ ଯେପରିକି ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ ଏବଂ ତ୍ରିପୁରା, ପୂର୍ବ ଭାରତର ରାଜ୍ୟ ଯେପରିକି ବିହାର, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରିପୁରା, ଛତିଶଗଡ, ଝାଡଖଣ୍ଡ, ଓଡିଶା ଏବଂ ପଶ୍ଚିମବଙ୍ଗ, ଦକ୍ଷିଣ ପୂର୍ବ ଭାରତର ରାଜ୍ୟ ଆଣ୍ଡାମାନ ନିକୋବର ଦ୍ୱୀପ ମଧ୍ୟରେ ଆଦିମ କାଳରୁ ଇତିହାସ, ସଂସ୍କୃତି, ଭାଷା ଏବଂ ପରିପାଟୀ ଓ ଚଳଣିରେ ସମାନତା ଅଛି । ଉଭୟ ଦକ୍ଷିଣ ପୂର୍ବ ଏସିଆ ଏବଂ ପୂର୍ବ ଏସିଆ ମଧ୍ୟରେ ଐତିହ୍ୟର ଯୋଗସୂତ୍ର ସ୍ଥାପନ ହୋଇଛି- ଗୋଟିଏ ସ୍ଥଳପଥରେ ଏବଂ ଅନ୍ୟଟି ଜଳପଥରେ ଯୋଗାଯୋଗର ମାଧ୍ୟମ ।
ଚତୁର୍ଥ ଖ୍ରୀଷ୍ଟପୂର୍ବ ବେଳକୁ ବିଭିନ୍ନ ନାବିକ, ବ୍ୟବସାୟୀ, ଶିକ୍ଷାବିତ୍ ଏବଂ କଳାକାରମାନେ ଭିନ୍ନ ଭିନ୍ନ ଦେଶମାନ ପରିଭ୍ରମଣ କରି ଦକ୍ଷିଣ ପୂର୍ବ ଏସିଆର ଲୋକମାନଙ୍କ ସହିତ ଯୋଗସୂତ୍ର ସ୍ଥାପନ କରିଥିଲେ । ଭାରତର ପୂର୍ବ ଉପକୂଳସ୍ଥିତ ବିଶାଳ ଭୂଖଣ୍ଡର ଅଧିକାରୀ ସାମୁଦ୍ରିକ ନୌବାଣିଜ୍ୟ କରୁଥିବା ସାଧବପୁଅମାନେ ପ୍ରଥମେ ଏହା ସ୍ଥାପନ କରିଥିଲେ । ଆର୍ଥିକ ନିବେଶ ଦ୍ୱାରା ସାଂସ୍କୃତିକ ସମ୍ବନ୍ଧର ବିକାଶର ଆଭାଷ ଏହାଦ୍ୱାରା ସ୍ପଷ୍ଟ ଅନୁମେୟ । ସାଧବପୁଅମାନେ ପୂର୍ବ ଭାରତ ଏବଂ ଭାରତ-ପ୍ରଶାନ୍ତ ମହାସାଗର ଅଂଚଳ ମଧ୍ୟରେ ଶାନ୍ତି ଓ ସଂସ୍କୃତିର ବାର୍ତାବହ ସାଜିଥିଲେ । ଏଥି ନିମନ୍ତେ କଳିଙ୍ଗକୁ ଐତିହାସିକ ବନ୍ଧନ ନିମନ୍ତେ ଉପଯୋଗ କରାଯାଉଛି ଯାହା ଅଖଣ୍ଡ ଭାରତକୁ ଏକତାର ସୂତ୍ରରେ ବାନ୍ଧିରଖିବ ।
‘କେଆଇଏଫ’ର ଅଧ୍ୟକ୍ଷ ଆମ୍ବାସେଡର ଲଲିତ୍ ମାନସିଂହଙ୍କ ସ୍ୱାଗତ ସମ୍ବର୍ଦ୍ଧନାରୁ ଏହି ସମ୍ମିଳନୀ ପ୍ରାରମ୍ଭ ହେବାକୁ ଥିବାବେଳେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଉତର ପୂର୍ବ ଓ ପୂର୍ବ ଭାରତର ରାଜ୍ୟଗୁଡିକର ଏବଂ ମୁଖ୍ୟମନ୍ତ୍ରୀମାନେ ଏହି ସମ୍ମିଳନୀକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଖ୍ୟାତନାମା ଶିକ୍ଷାବିତ୍ ପ୍ରଫେସର ଭି. ସୂର୍ଯ୍ୟନାରାଣନଙ୍କ ଦ୍ୱାରା ରଚିତ ଇଣ୍ଡୋନେସିଆ ସମ୍ବନ୍ଧିତ ପୁସ୍ତକ ଏବଂ ଶ୍ରୀଯୁକ୍ତ ସୁଦୀପ ସେନଙ୍କୁ ବାଲି ସମ୍ବନ୍ଧିତ ରଚିତ ପୁସ୍ତକ ପାଇଁ ‘କଳିଙ୍ଗ ସରସ୍ୱତୀ ସମ୍ମାନ’ରେ ସମ୍ମାନିତ କରାଯିବ ।
ଏହି ଉଦ୍ଘାଟନୀ ସମାରୋହରେ ଓଡ଼ିଶା ନୃତ୍ୟ ଏକାଡେମୀର ଅଧ୍ୟକ୍ଷା ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଦ୍ୱାରା ପୂର୍ବାଶା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ।
ପ୍ରାୟତଃ ୮ଗୋଟି ଅଧିବେଶନରେ ନିମ୍ନଲିଖିତ ବିଷୟବସ୍ତୁ ଉପରେ ଏହି ସମ୍ମିଳନୀ ଆୟୋଜିତ ହେବ-ସହାୟକ ମୂଲ୍ୟବୋଧ ଏବଂ ସାଧାରଣ ଭାଗ୍ୟ, ଅର୍ଥନୈତିକ ସହଭାଗିତା, ସାମୁଦ୍ରିକ ଯୋଗାଯୋଗ ଏବଂ ଭାରତ-ପ୍ରଶାନ୍ତ ମହାସାଗର ତଟବର୍ତୀ ଅଂଚଳର ସୁରକ୍ଷା, ଶକ୍ତି କ୍ଷେତ୍ରରେ ସହଭାଗିତା, ମହିଳା, ଯୁବକ ଏବଂ ନାଗରିକ ସମାଜକୁ ଏକତ୍ରିତ କରିବା ଓ ଆଭ୍ୟନ୍ତରୀଣ ଯୋଗାଯୋଗ, ଭାରତର ଦ୍ୱିପାକ୍ଷିକ ଚୁକ୍ତି, ପର୍ଯ୍ୟଟନ, ସଂସ୍କୃତି ଏବଂ ବୌଦ୍ଧ ଧର୍ମ ଏବଂ ଅନ୍ୟ କିଛି ନୂତନ ଅଧିବେଶନ ।
ଆଂଚଳିକ ସଂଯୋଗୀକରଣ, ଦ୍ୱିପାକ୍ଷିକ ଆଲୋଚନା- ଭାରତ ସବୁଠୁ ପସନ୍ଦଯୋଗ୍ୟ ରାଷ୍ଟ୍ର, ପର୍ଯ୍ୟଟନ, ସଂସ୍କୃତି, ବୌଦ୍ଧ ଧର୍ମ ଏବଂ ଅନ୍ତିମ ସାରାଂଶ ଓ ପରବର୍ତୀ ଅଧିବେଶନ । ୨୫ ଜାନୁଆରୀ ୨୦୧୮ରେ ନୂଆ ଦିଲ୍ଲୀରେ ପୂର୍ବ-ପୂର୍ବ ସହଯୋଗିତାରେ ଆୟୋଜିତ ହୋଇଥିବା ନୂତନ-ଚାର୍ଟର ଇଣ୍ଡୋ-ଏସିଆ କମେମୋରେଟିଭ ସମିଟ୍ରେ ଏହି ବିଷୟବସ୍ତୁର ଉପôତି ।
ସମ୍ମିଳନୀରେ ପ୍ରେଜେଂଟେସନ୍ ପ୍ରସ୍ତୁତ କରିଥିବା ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ଶିକ୍ଷାବିତ୍, ରାଜନୈତିଜ୍ଞ, ପ୍ରତିରକ୍ଷା କର୍ମୀ, କଳାକାର ଏବଂ ଅନ୍ୟାନ୍ୟ, ସେମାନେ ହେଲେ- ଡଃ ରଜତ ନାଗ୍, ଆମ୍ବାସାଡର ଭି ଏସ୍ ଶେଷାଦ୍ରୀ, ଡଃ ପ୍ରବୀର ଦେ, ଆମ୍ବାସାଡର ଅନିଲ୍ ୱାଧା, ଏଡିଏମ୍ ଆର କେ ଧୱନ୍, ଭାରତୀୟ ନୌସେନାର ପୂର୍ବତନ ନୌସେନା ଅଧିକାରୀ ମୁଖ୍ୟ, ଜେନେରାଲ ପିକେ ସିଂ, ୟୁନାଇଟେଡ୍ ସର୍ଭିସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଡଃ ଧ୍ରୁବ ଜୟଶଙ୍କର, ବ୍ରୁକିଂ ଇନ୍ଷ୍ଟିଚ୍ୟୁସନ୍ ଏବଂ ପ୍ରଫେସର୍ ହର୍ଷ ଭି ପନ୍ଥ, ଅବଜରଭେର୍ ରିସର୍ଚ୍ଚ ଫାଉଣ୍ଡେସନ୍, ପ୍ରଭାତ ସିଂ, ସିଏମ୍ଡି, ପେଟ୍ରୋନେଟ୍ ଏଲ୍ଏନ୍ଜି ଲିଃ, ଆମ୍ବାସାଡର ନିଲମ ଦେଓ, ଗେଟୱେ ହାଉସର ନିଦେ୍ର୍ଧଶକ, ଆମ୍ବାସାଡର ରାଜିଭ ଭାଟିଆ, ପ୍ରଫେସର ଏସ ଡି ମୁନି, ପ୍ରଫେସର ବଳଦାସ ଘୋଶାଲ୍, ଜେନେରାଲ ଅରଭିନ୍ଦର ଲାମ୍ବା, ପୂର୍ବତନ ସେନା ଉପାଧ୍ୟକ୍ଷ, ପ୍ରଫେସର ବେଣୁଧର ପାତ୍ର, ସୁଶ୍ରୀ ଲୋପାମୁଦ୍ରା ମୈତ୍ର ବାଜପାଇ, ଶ୍ରୀ ପି ଉପେନ୍ଦ୍ର ଶର୍ମା, ପ୍ରଫେସର ଶ୍ରୀ ସୁନ୍ଦରରମଣ, ଜେଏନୟୁ ଏବଂ ଡଃ ଉଡାଇ ବାନୁ ସିଂ, ପ୍ରତିରକ୍ଷା ଅଧ୍ୟୟନ ଏବଂ ବିଶ୍ଳେଷଣ ଇନ୍ଷ୍ଟିଚ୍ୟୁଟ୍ ଫର ଡିଫେନ୍ସ ଷ୍ଟଡିଜ୍ ଏବଂ ଆନାଲିସିସ୍ ।
ଦେଶ ତଥା ଦେଶ ବାହାରୁ ଆସିଥିବା ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯେଉଁମାନେ କି ମୁଖ୍ୟ ଅଭିଭାଷଣ ପ୍ରଦାନ କରିବେ ସେମାନେ ହେଲେ ହନ୍ ଗାମିନି ଜୟଓିକ୍ରାମା ପରେରା, ବୌଦ୍ଧ ଶାସନ ମନ୍ତ୍ରୀ, ଶ୍ରୀଲଙ୍କା ଏବଂ ହନ ଏକଏଏମ୍ ଶାହଜହନ କମଲ, ବିମାନ ଚଳାଚଳ ଏବଂ ପର୍ଯ୍ୟଟନ ମନ୍ତ୍ରୀ, ବାଂଲାଦେଶ ।
ଏହା ବ୍ୟତୀତ ପ୍ରଫେସର ଅଜରନ୍ ସୁଲକ ଶିଭରକଶ, ଥାଇଲାଣ୍ଡ ଅଷ୍ଟମ ଅଧିବେଶନରେ ସ୍ୱତନ୍ତ୍ର ଉଦ୍ବୋଧନ ଦେବେ ।
ଅନ୍ୟ ଦେଶ ତଥା ଦେଶ ବାହାରୁ ଆସିଥିବା ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମଧ୍ୟରେ ଯେଉଁମାନେ କି ଏହି ସମ୍ମିଳନୀରେ ଉଦ୍ବୋଧନ ଦେବେ ସେମାନେ ହେଲେ, ଡଃ ରିଜଲ ଅବଦୁଲ କାଦିର, ଉପ-ନିଦେ୍ର୍ଧଶକ, ମ୍ୟାରିଟାଇମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଲେସିଆ, ଆମ୍ବାସଡର ପାଲିଥା କୋହୋନା, ଶ୍ରୀଲଙ୍କା, ୟୁ ଖିନ୍ ମୌଙ୍ଗ, ମିଆଁମାର ଏବଂ ଡଃ ରଜନ ଭଟରାଇ, ନେପାଲ, ଏଡିଏମ୍ ଜୟନ୍ତ କୋଲୋମ୍ବେଙ୍ଗ, ପୂର୍ବତନ ନୌସେନା ମୁଖ୍ୟ (ଶ୍ରୀଲଙ୍କା), ଡଃ ସୁଥିଫନ୍ଦ ଚିରଥିଭାଟ (ଥାଇଲାଣ୍ଡ), ପ୍ରଫେସର ଅରୁଣା ଗୋପିନାଥ (ମାଲେସିଆ), ଡଃ ନୈଙ୍ଗ ସ୍ୱେ ଓ (ମିଆଁମାର୍), ସୁଶ୍ରୀ ସିତି କ୍କପ୍ରୱି (ବ୍ରୁନେଇ), ଶ୍ରୀ ହର୍ଷା ନଭରତ୍ନେ (ଶ୍ରୀଲଙ୍କା), ଶ୍ରୀ ପ୍ରିଡା ତାଇସୁୱାନ୍ (ଥାଇଲାଣ୍ଡ), ଡଃ ଏନରିଚୋ ବସିଲୋ (ଫିଲିପାଇନ୍ସ) ଏବଂ ଶ୍ରୀ ସ୍ୱର୍ଣ୍ଣିମ୍ ୱାଗେଲ୍ (ନେପାଳ), ଭେନ ପ୍ରଫେସର ମହିନ୍ଦା ସାଙ୍ଗରଖିଥା ଥେରା (ଶ୍ରୀଲଙ୍କା) ଏବଂ ଶ୍ରୀ ସୋମବୁନ୍ ଚୁଙ୍ଗପ୍ରାମ୍ପ୍ରି (ଥାଇଲାଣ୍ଡ) ।
ଦ୍ୱିପାକ୍ଷିକ ଆଲୋଚନା ଉପରେ ଅଧିବେଶନରେ ଭିଏତ୍ନାମ, ଶ୍ରୀଲଙ୍କା, ବାଂଲାଦେଶ, ଇଣ୍ଡୋନେସିଆ, ଥାଇଲାଣ୍ଡ୍, ଫିଲିପାଇନ୍ସ, ମିଆଁମାର୍ର ଆମ୍ବାସାଡରମାନେ ଏବଂ ଅଷ୍ଟେ୍ରଲିଆ ଡେପୁଟି ହାଇ-କମିସନର ଓ ଜାପାନ୍ର ମିନିଷ୍ଟର ଅଫ୍ ଇକୋନୋମିକ ଏମ୍ବାସି ବକ୍ତବ୍ୟ ପ୍ରଦାନ କରିବେ ଯାହାକି ଏହି ସମ୍ମିଳନୀର ମୁଖ୍ୟ ଆକର୍ଷଣ ହେବ । ଭାରତୀୟଙ୍କ ପକ୍ଷରୁ ଆମ୍ବାସଡର ପିନାକ ଚକ୍ରବର୍ତୀ, ପ୍ରଫେସର ସୂର୍ଯ୍ୟନାରାୟଣ ଏବଂ ଆମ୍ବାସଡର୍ ଦୀପା ଗି ୱାଧା ସେମାନଙ୍କର ମତାମତ ପ୍ରଦାନ କରିବେ ।
ଓଡ଼ିଶାର ବିଶାଳ କଳିଙ୍ଗ ସାମ୍ରାଜ୍ୟ ଠାରୁ ଆଜିର ‘ଆକ୍ଟ ଇଷ୍ଟ ନିତୀ’ ପର୍ଯ୍ୟନ୍ତ ଭାରତର ଦୃଷ୍ଟିକୋଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏହା ବର୍ତମାନ ଏସିଆନ ଦେଶ ବ୍ୟତୀତ ବିସ୍ତୀର୍ଣ୍ଣ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳ ପର୍ଯ୍ୟନ୍ତ ବ୍ୟାପି ଭାରତ ମହାସାଗର ଅଂଚଳ ତଥା ପଶ୍ଚିମ ପ୍ରଶାନ୍ତ ମହାସାଗର ଅଂଚଳଗୁଡିକୁ ମିଶାଇ ଏକ ଏକକ ଆଂଚଳିକ ସଂଗଠନରେ ପରିଣତ ହୋଇପାରିଛି । ଏହା ଓଡ଼ିଶାର ଅନ୍ୟତମ ବାର୍ଷିକ ପର୍ବ ବାଲିଯାତ୍ରା ବା ବାଲିଦ୍ୱୀପକୁ ଯାତ୍ରାକୁ ଏକ ନୂତନ ଦିଗ ପ୍ରଦାନ କରୁଛି । ଏହି ସମ୍ମିଳନୀ ପରେ କଳିଙ୍ଗ ଇଂଟରନ୍ୟାସନାଲ ଫାଉଣ୍ଡେସନ ଭାରତ ତଥା ଭାରତ ବାହାରୁ ଆସିଥିବା ଅତିଥିମାନଙ୍କୁ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ଅନୁଭବ କରିବା ନିମନ୍ତେ ଏକ ଅଭିନବ ସାଂସ୍କୃତିକ ଐତିହ୍ୟ ଯାତ୍ରାର ସୁଯୋଗ ପ୍ରଦାନ କରୁଛି ।

Share in top social networks!
Powered By Indic IME