ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସୁନ୍ଦରପୁର ଅଞ୍ଚଳରୁ ଏକ ଜୀବିତ ମାଇ ହରିଣ ଉଦ୍ଧାର

KHAIRA HARINA UDHARବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସୁନ୍ଦରପୁର ଅଞ୍ଚଳରୁ ଏକ ଜୀବିତ ମାଇ ହରିଣ ଉଦ୍ଧାର ହୋଇଛି । ଆଜି ଭୋର ସମୟରେ ହରିଣଟି କୌଣସି କାରଣ ବଶତଃ ଜନବସତି ଅଞ୍ଚଳକୁ ପଳାଇ ଆସିଥିଲା । ଦିନ ହୋଇଯାଇଥିବାରୁ ଫେରି ପାରିନଥିଲା । ସୁନ୍ଦରପୁର ଅଞ୍ଚଳର ଯୁବକ ମାନେ ହରିଣଟିକୁ ଉଦ୍ଧାର କରି କୁପାରୀ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗର କର୍ମଚାରୀ ମାନେ ସେଠାରେ ପହଞ୍ଚି ହରିଣଟିକୁ ଉଦ୍ଧାର କରିଥିଲେ । ଆହତ ହରିଣଟି ୨ ବର୍ଷର ବୋଲି ଜଣାପଡିଛି । ଆହତ ହରିଣକୁ ଚିକିତ୍ସା ପରେ କୁଳଡିହା ଅଭୟାରଣ୍ୟରେ ଛଡାଯିବ ବୋଲି ଫରେଷ୍ଟର ସୁମତି ଦାସ ପ୍ରକାଶ କରିଛନ୍ତି । ଶାରିଶୁଆ ପାହାଡରେ ବ୍ଲାଷ୍ଟିଂ ଓ ଭାରି ଜାନ ଚଳାଚଳ ଯୋଗୁଁ ଯିବଜନ୍ତୁ ମାନେ ଜନବସତିକୁ ପଳାଇ ଆସୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Share in top social networks!
Powered By Indic IME