ଖଇରା ଫତେପୁର ରାସ୍ତାରେ ଶହଶହ ଖାଲ; ଜନସାଧାରଣଙ୍କ ବଢୁଛି ଚିନ୍ତା,ରାସ୍ତା ଅବରୋଧ କରିବା ଆଶଙ୍କା ।

khaira ftepur roadବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରୁ ଔପଦା ବ୍ଲକକୁ ସଂଯୋଗ କରୁଥିବା ଖଇରା ଫତେପୁର ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମିତ ରାସ୍ତାଟି ଏବେ ଜନସାଧାରଣଙ୍କ ପାଇଁ ମରଣ ଯନ୍ତା ପାଲଟିଛି । ଖଇରାରୁ ଔପଦା ବ୍ଲକ ଅଂଚଳ ସହିତ ମୟୁରଭଞ୍ଜକୁ ଏହି ରାସ୍ତାଟି ସଂଯୋଗ ହୋଇଥିବାବେଳେ ଦୈନିକ ଶହଶହ ଜନସାଧାରଣ ସହିତ ବିଭିନ୍ନ ପ୍ରକାର ଜରୁରୀକାଳୀନ ଗାଡିମୋଟର ଯିବାଆସିବା କରିଥାଏ । ଏହି ରାସ୍ତାଟିକୁ ଓ.ସି.ସି କମ୍ପାନୀ ଗତ ୨୦୧୨ରେ ନିର୍ମାଣ କରିଥିଲା । ଏବେ ରାସ୍ତାର ଅବସ୍ଥା ଖାଲ ଢୀପରେ ପରିଣତ ହୋଇ ଜନସାଧାରଣଙ୍କ ପାଇଁ ମୃତ୍ୟୁର କାରଣପାଲଟିଛି । ଯାହାବି ମରାମତି ହେଉଛି ତାହା ନିମ୍ନମାନର ହେଉଛି ବୋଲି ଅଞ୍ଚଳବାସୀ ମାନେ ପ୍ରକାଶ କରିଛନ୍ତି । ଢଳେଇଫାଟି ଆଁ କଲାଣି ଅଥଚ ମରାମତି ହେଉନାହିଁ । ପ୍ରତ୍ୟେକ ଦିନ ସେହି ରାସ୍ତା ଦେଇ ୩ ଗୋଟି ଜିଲ୍ଲାର ଲୋକ ଗତା ଗତ କରୁଛନ୍ତି । ଯାତ୍ରୀବାହୀ ବସ ଫତେପୁରରୁ ଭାୟା ଖଇରା ଦେଇ ବାଲେଶ୍ୱର, ଘଟଗାଁ ସହିତ ବିଭିନ୍ନ ସ୍ଥାନକୁ ଯିବା ଆସିବା କରୁଛି । ଯାତ୍ରୀ ମାନେ ବହୁ ବିପଦ ସଙ୍କୁଳ ଅବାସ୍ଥାରେ ଯାତାୟତ କରୁଛନ୍ତି । ଆହରିୁ ସ୍କୁଲ, କଲେଜର ଛାତ୍ର ଛତ୍ରୀ ମାନେ ସେହି ରାସ୍ତାରେ ଗମନା ଗମନ କରୁଛନ୍ତି । ୧୦୮,୧୦୨, ଦମକଳ ସେବା ପାଇଁ କେତେ କଷ୍ଟ ନିଜେ ନଦେଖିଲେ ଜାଣି ହେବ ନାହିଁ । ଅଞ୍ଚଳ ବାସୀ ମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ସରାକାରଙ୍କର ସବୁ ଯୋଜନା ଥାଇମଧ୍ୟ ଲୋକମାନେ ହନ୍ତସନ୍ତ ହୋଇ ଗମନା ଗମନ କରିବା ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ଅଙ୍ଗୁଳି ନିଦେ୍ର୍ଧଶକରୁଛି । ସେହି ପରି ଖଇରା-ଡୁଙ୍ଗୁରା ରାସ୍ତାରେ ପାଖାପାଖି ୩୦ଟି ଅଘୋଷିତ ହମ୍ପସ୍ ନିର୍ମାଣ ମଧ୍ୟ ଜନସାଧାରଣଙ୍କ ପାଇଁ ମୃତ୍ୟୁର କାରଣ ସାଜିଛି । ପ୍ରକାଶ ଥାଉକି ଏହା ପୂର୍ବରୁ ଖଇରା ବ୍ଲକର ବିଭିନ୍ନି ସମସ୍ୟା ବାବଦରେ ଗଣମାଧ୍ୟମ ଓ ଦୈନିକ ଖବର କାଗଜରେ ପ୍ରକାଶ ହୋଇଥିଲେ ମଧ୍ୟ ପ୍ରଶାସନର କୌଣସି ଦୃଷ୍ଟି ଏଠାରେ ପଡୁନାହିଁ ।

Share in top social networks!
Powered By Indic IME