ଜାତୀୟ ସୁରକ୍ଷା ସପ୍ତାହ ପାଳନ ଆରମ୍ଭ କରିବା ପାଇଁ ବେଦାନ୍ତ ଲିମିଟେଡ୍ ଝାରସଗୁଡ଼ା ପକ୍ଷରୁ ପ୍ରଥମ ଜିଲ୍ଲା ସ୍ତରୀୟ ସୁରକ୍ଷା ପଦଯାତ୍ରା ଆୟୋଜିତ

Vedanta Safety Marchବେଦାନ୍ତ ଲିମିଟେଡ୍, ଝାରସୁଗୁଡ଼ାର ସ୍ୱାସ୍ଥ୍ୟୃ, ସୁରକ୍ଷା ଏବଂ ପରିବେଶ (ଏଚ୍ଏସ୍ଇ) ବିଭାଗ ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଆରମ୍ଭ କରିବା ସ୍ୱରୂପ ଫ୍ୟାକ୍ଟରିଜ୍ ଆଣ୍ଡ ବଏଲର୍ସ ବିଭାଗ ସହଯୋଗରେ ଝାରସୁଗୁଡ଼ାରେ ପ୍ରଥମ ଜିଲ୍ଲା ସ୍ତରୀୟ ସୁରକ୍ଷା ମାର୍ଚ (ପଦଯାତ୍ରା) ଆୟୋଜନ କରାଯାଇଛି । ଫ୍ୟାକ୍ଟରିଜ୍ ଆଣ୍ଡ ବଏଲର୍ସ ବିଭାଗର ଅତିରିକ୍ତ ନିର୍ଦେଶକ ଶ୍ରୀଯୁକ୍ତ ଅନୀଲ କୁମାର ନନ୍ଦ ପତାକା ଦେଖାଇ ଏହି ପଦଯାତ୍ରାକୁ ଉଦ୍ଘାଟନ କରିଛନ୍ତି ଯେଉଁଥିରେ ଅଲ୍ଟ୍ରାଟେକ୍, ଓପିଜିସି, ଆଇଓସିଏଲ୍, ଟିଆର୍ଏଲ୍ ଏବଂ ଏସ୍ଏମ୍ସି ଭଳି ସଂସ୍ଥାର ୫୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।
ହୋଟେଲ୍ ବିଷ୍ଣୁ ପ୍ୟାଲେସ୍ରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିବା ଏବଂ ବେହରମାଲ୍ ଛକରେ ଶେଷ ହୋଇଥିଲା, ଯେଉଁଠାରେ ଅଂଶଗ୍ରହଣକାରୀମାନେ ସୁରକ୍ଷା ଶପଥ ପାଠ କରିଥିଲେ । ଶ୍ରୀ ନନ୍ଦ ଜୀବନର ପ୍ରତିଟି କ୍ଷେତ୍ରରେ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ, ତାହା ବ୍ୟକ୍ତିଗତ ହେଉ କିମ୍ବା ବୃତିଗତ, ତାହା ହେଉଛି ଯେକୌଣସି ପ୍ରକାର ସଙ୍କଟକୁ ପ୍ରତିହତ କରିବା ପାଇଁ ଏକ ସମାଜର ସଫଳତାର ମୂଳ ଅଂଶ । ତେଣୁ, ସମସ୍ତଙ୍କୁ ଆଗେଇ ଆସିବାକୁ ହେବ ଏବଂ ନିଜକୁ ସୁରକ୍ଷିତ ରଖିବାର ଦାୟିତ୍ୱ ଗ୍ରହଣ କରିବାକୁ ପଡ଼ିବ । ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିତ୍ୱ ଯଥା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀଯୁକ୍ତ ଏସ୍ କ୍ରିସନ୍ ଏବଂ ଜିଲ୍ଲା ଅଗ୍ନିଶମ ଶ୍ରୀଯୁକ୍ତ ଶୁଭାଶିଷ ମୁଦୁଲି ଉପସ୍ଥିତ ଥିଲେ । ଉଭୟ ଶିଳ୍ପ ସଂସ୍ଥାରେ ଦୁର୍ଘଟଣାର ମାତ୍ରା କମ୍ କରିବା ପାଇଁ ବିଶ୍ୱ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ନିଜ ଅଭିଭାଷଣରେ, ଶ୍ରୀଯୁକ୍ତ ଚୋ ୟୋ ଚାନ୍-ମୁଖ୍ୟ ଏଚ୍ଏସ୍ଇ-ବେଦାନ୍ତ ଲିମିଟେଡ୍ ନିଜର ଅଭିଜ୍ଞତା ଏବଂ ଏକ୍ଷେତ୍ରରେ ରହିଥିବା ବିଶେଷତା ବିଷୟରେ କହିଥିଲେ ଏବଂ ଅଂଶଗ୍ରହଣ କରିଥିବା ସଂସ୍ଥାଗୁଡ଼ିକର ସଦସ୍ୟମାନଙ୍କୁ ସୁରକ୍ଷା ଟିପସ୍ ପ୍ରଦାନ କରିଥିଲେ ଏବଂ ଏହି ସୁରକ୍ଷା ସଚେତନତା ଉପସ୍ଥିତ ଥିବା ଉଭୟ ସଂସ୍ଥା ଭିତର ଏବଂ ବାହାରର ସମସ୍ତଙ୍କୁ ସୁରକ୍ଷାରେ ଉନ୍ନତି ଆଣିବା ପାଇଁ ରହିଥିବା ପ୍ରତିଶ୍ରୁତିବଦ୍ଧତା ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

Share in top social networks!
Powered By Indic IME