କଲେଜ ଛାତ୍ରୀକୁ ମାଡ ଭିଡିଓ ଭାଇରାଲ, ଥାନାରେ କେସ୍ ରୁଜୁ

khaira college student VIRAL PHOTOବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଅଣଛାତ୍ର ପପୁ ଓରଫ ହେମନ୍ତ କୁମାର ଘଡାଇ ଖଇରା ଥାନା ନୂଆଗାଁବଡ ଗ୍ରାମର ଜନୈକ ଛାତ୍ରୀ ଯିଏକି ଔପଦା କଲେଜର କଳା ବିଭାଗର ଶେଷ ବର୍ଷର ଛାତ୍ରୀଙ୍କୁ ଏକ ତରଫା ଭାବରେ ଭଲ ପାଉଥିଲା । ଗତ ଜାନୁୟାରୀ ୨୪ ତାରିଖରେ ପପୁ ଔପଦା କଲେଜର ଫାଟକ ସମ୍ମୁଖରେ ହାତଧରି ଟାଣିବା ସହିତ ମାଡମାରିଥିଲେ । ଏଥିରେ ଛାତ୍ରୀଜଣଙ୍କ ପ୍ରତିବାଦ କରିବାରୁ ପପୁ ଉତ୍ୟକ୍ତ ହୋଇ ଶକ୍କ୍ତ ଚାପୁଡା ମାରିଥିଲା ।ଛାତ୍ରୀ ଜଣଙ୍କ ଲୋକଲଜ୍ଜ୍ୟା ଯୋଗୁଁକେଉଁଠି ଅଭିଯୋଗକରିନଥିଲେ । ମାଡମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଆଜି ଛାତ୍ରୀଙ୍କର ବାପା ଔପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ କେସ ରୁଜୁକରିଛି । ପୁଲିସ ଯୁବକକୁ ଧରିବାରେ ସକ୍ଷମ ହୋଇପାରି ନ ଥିଲାବେଳେ ଅଭିଯୁକ୍ତ ଓ ପୀଡିତାଙ୍କ ଘର ଖଇରା ଥାନାରେ ହୋଇଥିବାବେଳେ ଘଟଣାଘଟିଛି ଔପଦା ଥାନା ଅଂଚଳରେ । ଉଭୟ ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ସବୁମହଲରୁ ଦାବି ହେଉଛି ।

Share in top social networks!
Powered By Indic IME