ହୋଣ୍ଡାର ବାଇକ ‘ଡ୍ରିମ ୟୁଗା’

ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର୍ସ ଇଣ୍ଡିଆ (ଏଚଏମଏସଆଇ) ପକ୍ଷରୁ ନିର୍ମିତ ନୂଆପିଢି ଡ୍ରିମ ଲିଗାସିର ପ୍ରଥମ ମାସ ବାଇକ ‘ଡ୍ରିମ ୟୁଗା’ର ବଜାର ପ୍ରବେଶ ହୋଇଛି। ସ୍ଵତନ୍ତ୍ରଭାବେ ଏହି ବାଇକ ଭାରତୀୟ  ଗ୍ରାହକଙ୍କ ଆବଶ୍ୟକତାକୁ ଆଖିରେ ରଖି ପ୍ରସ୍ତୁତ କରାଯାଇଛି। ନୂଆ ଷ୍ଟାଇଲରେ ପ୍ରସ୍ତୁତ କରାଯାଇଥିବା ଏହି 110 ସିସି ଇଞ୍ଜିନଯୁକ୍ତ ବାଇକର ମାଇଲେଜ 72 କିଲୋମିଟର ରହିଛି। ହୋଣ୍ଡା ‘ଡ୍ରିମ ୟୁଗା’ର ଏକ୍ସଶୋ’ରୁମ ଦାମ ଭୁବନେଶ୍ଵରରେ 47,410 ଟଙ୍କାରୁ ଆରମ୍ଭ ହୋଇଛି। ତିନିଟି ଭାରିଆଣ୍ଟ ଓ 5 ଟି ଆକର୍ଷଣୀୟ ରଙ୍ଗରେ ଏହା ବଜାରରେ ଉପଲବ୍ଧ ହେଉଛି।   

 

Share in top social networks!