ଦଶମ ବାର୍ଷିକ ଉସôବ ଓ କ୍ରୀଡା ଦିବସ ଅନୁÂିତ

PALASA HIGH SCHOOL ANNUAL DAY ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତ ର ପଳସାଠାରେ ଥିବା ପଳସା ଉଚ୍ଚ ପ୍ରାଥମିକ ମଧ୍ୟ ଇଂରାଜି ବିଦ୍ୟାଳୟର ବାର୍ଷିକ ଉସôବ ଓ କ୍ରୀଡା ଦିବସ ଅନୁÂିତ ହୋଇଯାଇଛି । ପିତାମ୍ବର ମହାନ୍ତିଙ୍କ ସଭାପତିତ୍ୱରେ ଅନୁÂିତ ସଭାରେ ମୁଖ୍ୟଅତିଥିଭାବେ ଖଇରା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ ଯୋଗଦେଇଥିବାବେଳେ ମୁଖ୍ୟବକ୍ତାଭାବେ କବି ରାଧାଶ୍ୟାମପଣ୍ଡା ଯୋଗଦେଇ ଶିକ୍ଷାର ଉପକାରିତା ଉପରେ ଛାତ୍ରଛତ୍ରୀମାନଙ୍କୁ ବୁଝାଇଥିଲେ । ପ୍ରଧାନ ଶିକ୍ଷକ ମାନସ କୁମାର ବାରିକ ଅତିଥିପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁନେଇ ୧୦୦ମିଟର ଦୌଡ,କୁଇଜ୍,ଲଙ୍ଗଜମ୍ପ୍,ସ୍କିପିଙ୍ଗ୍,ଡ୍ୟାନ୍ସ ଓ ସଙ୍ଗୀତର ପ୍ରତିଯୋଗିତାରେ କୃତିତ୍ୱ ହାସଲକରିଥିବା ବିଶ୍ୱଜିତ ,ପ୍ରକାଶ ଦାସ,ତପସ୍ୱିନୀ ପଣ୍ଡା,ଅଭିଲିପ୍ସା ପାଇକରାୟ,ଆଦ୍ୟାଶ୍ୟା ଦାସ,ଦେବାଶିଷ ବାରିକ,ବିଶ୍ୱରଞ୍ଜନ ବେଜ,ସୁମନ୍ତ ଦାସ,ସାଇସୃତି ବାରିକ,ନମିତା ନାୟକ ପ୍ରମୁଖ କୃତିଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସହକାରୀ ଶିକ୍ଷକ ଉମାକାନ୍ତ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!
Powered By Indic IME