ହୃଦଘାତରେ ଶ୍ରମିକର ମୃତ୍ୟୁ

ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଡପୋଖରୀ ପଞ୍ଚାୟତ କଦଳୀଗଡିଆ ଗ୍ରାମର ନାୟକ କ୍ରସରରେ ବସିଥିବାବେଳେ ହୃଦଘାତରେ ମୃତ୍ୟୁହୋଇଛି । ନିଳଗିରି ଅଂଚଳ ରିଙ୍ଗିପୁର ଗ୍ରାମର କଟି ସିଂ କାମ କରିବା ପାଇଁ ଏହି କ୍ରସରକୁ ଆସିଥିଲା । ନାୟକ କ୍ରସର ଖରାପ ଥିବାରୁ ମିସ୍ତ୍ରିମାନେ ସଜାଡୁ ଥିବାବେଳେ ବୃଦ୍ଧ ଜଣଙ୍କ ବସି ଦେଖୁଥିଲେ । ତୁରନ୍ତ ଖଇରା ମେଡିକାଲକୁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହ ଜବଦ କରି ଅପମୃତ୍ୟୁ ମାମଲା ରୁଜୁକରିଥିବାବେଳେ ଶବବ୍ୟବଛେଦ ନିମନ୍ତେ ପଠାଇଛି ।

Share in top social networks!
Powered By Indic IME