ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ

ନାରୀ ଓ ପୁରୁଷ ଉଭୟେ ପରସ୍ପର ସହେଯାଗିତା ଓ ବୁଝାମଣାରେ ସମାଜର ସ୍ରୋତରେ କାମ କରିବାକୁ ମହିଳା ସମାଜକୁ ଆହ୍ୱାନ
 ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳାଙ୍କ ପ୍ରତି ସମର୍ପିତ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ମଧ୍ୟ ଆଲୋଚନା
 ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ କାନନବାଲା ପଟ୍ଟନାୟକଙ୍କୁ “ ଅନନ୍ୟା ପ୍ରତିଭା”ରେ ସମ୍ମାନୀତ
 ମହିଳା ମୋର୍ଚ୍ଚାର ସାଂଗଠନିକ କ୍ଷେତ୍ରରେ ଦକ୍ଷତା ଥିବା ୫ ଜଣ ପୂର୍ବତନ ରାଜ୍ୟ ସଭାନେତ୍ରୀ, ୫ ଜଣ ଜିଲ୍ଲା ସଭାନେତ୍ରୀ ଏବଂ ୫ ଜଣ ମଣ୍ଡଳ ସଭାନେତ୍ରୀଙ୍କୁ ସମ୍ବର୍ଦ୍ଧନା
BJP Mahila Morcha_Womenday (3)

ମହିଳାମାନେ କିପରି ସୁରକ୍ଷିତ ରହିବେ ? ସମାଜରେ ପୁରୁଷ ଏବଂ ନାରୀମାନଙ୍କ ଭିତରେ କିପରି ସମାନତା ଆସିବ ? ତୃଣମୃଳ ସ୍ତରରରୁ ମହିଳା ତାଙ୍କର ମୈାଳିକ ଅଧିକାର କିପରି ପାଇପାରିବେ ଏବଂ ମହିଳାମାନେ କିପରି ଦେଶର ପ୍ରଗତିରେ ସାମିଲ ହୋଇପାରିବେ ? ଏଭଳି ଅନେକ ପ୍ରସଙ୍ଗକୁ ନେଇ ଆର୍ନ୍ତଜାତିକ ମହିଳା ଦିବସ ଅବସରରେ ରାଜ୍ୟ ମହିଳା ମୋର୍ଚ୍ଚା ତରଫରୁ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏଥି ସହ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳାଙ୍କ ପ୍ରତି ସମର୍ପିତ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ବେଟି ବଚାଓ ବେଟି ପଢାଓ,ଜନନୀ ସୁରକ୍ଷା ଯୋଜନା,ଜନଧନ ଯୋଜନା ,ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା,ଉଜ୍ଜଳା ଯୋଜନା,ମୋଦି କେୟାର,ସୁକନ୍ୟା ସମୃଦ୍ଧି ଯୋଜନା,ଶାଦି ସାଗୁନ ଯୋଜନା,ସ୍ୱଚ୍ଛ ଭାରତ ଏବଂ ଜାତୀୟ ପୃଷ୍ଟି ମିଶନ ଆଦି ଯୋଜନା ଗୁଡିକ ତୃଣମୃଳ ସ୍ତରରେ କିପରି ପହଂଚି ପାରିବ ସେ ନେଇ ବିଜେପି ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ ଗୁରୁତ୍ୱାରୋପ କରିଥିଲେ । ସେହିପରି ଦେଶ ତଥା ରାଜ୍ୟର ବିକାଶରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ ମହିଳାମାନଙ୍କ ସହଭାଗିତା ରହିବା ନିହାତି ଆବଶ୍ୟକ ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।
ଚଳିତ ବର୍ଷର ଆର୍ନ୍ତଜାତିକ ମହିଳା ଦିବସର ଥିମ ରହିଛି ପ୍ରେସ ଫର ପ୍ରୋଗ୍ରେସ । ଏହାର ଅର୍ଥ ହେଉଛି ମହିଳାଙ୍କ “ପ୍ରଗତି ପାଇଁ ଜୋର୍ ଲଗାଓ” । ଏହି ବିଷୟ ଅନୁଯାୟୀ ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡାଙ୍କ ନେତ୍ୃତ୍ୱରେ ଶହଶହ ମହିଳା କାର୍ଯ୍ୟକର୍ତା ଏକାଠୀ ହୋଇ “ବିକାଶ ପାଇଁ ମହିଳାଙ୍କୁ ପ୍ରୋତ୍ସାହନ” ନାମରେ ଏକ ଶୋଭାଯାତ୍ରା ଦ୍ୱାରା ସମାଜକୁ ସଚେତନତା ବାର୍ତା ଦେଇଥିଲେ । ସେହିପରି ଓଡିଶାର ଅଗଣିତ ମହିଳାଙ୍କ ସମସ୍ୟାର ସ୍ୱରକୁ ବିଜେପିର ସ୍ୱର ଭାବରେ ଗ୍ରହଣ କରି ସରକାରଙ୍କ ଆଗରେ ସମସ୍ୟାର ସମାଧାନକୁ ନେଇ ଚାପ ପ୍ରୟୋଗ କରାଯିବ ବୋଲି ଶ୍ରୀମତି ପରିଡା କହିଛନ୍ତି ।
ଆନ୍ତର୍ଜାତୀକ ମହିଳା ଦିବସ ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ହୋଇଥିବା ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ.ମାଳବିକା ରାୟ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ନାରୀ କଲ୍ୟାଣ ଯୋଜନାର ସଫଳ ରୁପାୟନକୁ ଭୂୟସୀ ପ୍ରଶଂସା କରିଥିଲେ । ଏକ ସୁସ୍ଥ ସମାଜ ଗଠନରେ ନାରୀ ଓ ପୁରୁଷ ଉଭୟେ ପରସ୍ପର ସହେଯାଗିତା ଓ ବୁଝାମଣାରେ ସମାଜର ସ୍ରୋତରେ କାମ କରିବାକୁ ଅଧ୍ୟାପିକା ଡ.ରାୟ ମହିଳା ସମାଜକୁ ଆହ୍ୱାନ ଦେଇଛନ୍ତି ।
ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଥିବା ଏହି ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ସଂଗୀତା କୁମାରୀ ସିଂହଦେଓ, ପୂର୍ବତନ ମନ୍ତ୍ରୀ ତଥା ମହିଳା ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ସୁରମା ପାଢୀ, ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଓ ସୀମନ୍ତିନୀ ଜେନା, ଅବିନେତ୍ରୀ ଅନୁ ଚୈାଧୁରୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ଉପସ୍ଥପିତ କରିଥିଲେ ।
ଏହି ଅବସରରେ ମହିଳା ମୋର୍ଚ୍ଚାର ସାଂଗଠନିକ କ୍ଷେତ୍ରରେ ଦକ୍ଷତା ଥିବା ୫ ଜଣ ପୂର୍ବତନ ରାଜ୍ୟ ସଭାନେତ୍ରୀ, ୫ ଜଣ ଜିଲ୍ଲା ସଭାନେତ୍ରୀ ଏବଂ ୫ ଜଣ ମଣ୍ଡଳ ସଭାନେତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ପୂର୍ବତନ କଟକ ମହାନଗର ନିଗମ ନଗରପାଳିକା ନିବେଦିତା ପ୍ରଧାନ, ବିଜୟଲକ୍ଷ୍ମୀ ମିଶ୍ର, ଗାୟତ୍ରୀ ଦାଶ ଏବଂ ଜୟନ୍ତୀ ପଢିଆରୀଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା । ସେହିପରି ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ କାନନବାଲା ପଟ୍ଟନାୟକଙ୍କୁ “ଅନନ୍ୟା ପ୍ରତିଭା”ରେ ସମ୍ମାନୀତ କରାଯାଇଥିଲା ।
ଏହି ସଭାରେ ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ଶ୍ରୀମତୀ ପ୍ରତିଭା ଶତପଥୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ରାଜ୍ୟ ଉପ ସଭାନେତ୍ରୀ ସୁଷମା ବିଶ୍ୱାଳ, ସଂପାଦିକା ଦିପ୍ତିରେଖା ନାୟକ, କଳ୍ପନା ଲେଙ୍କା, ମନିଷା ବେହେରା, ଲକ୍ଷ୍ମୀ ହାଁସଦା, ରାଜ୍ୟ କୋଷାଧ୍ୟକ୍ଷା ବିଜୟଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅନ୍ୟତମ ରାଜ୍ୟ ଉପ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।