“ରାଜ୍ୟ ସରକାର ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତି ନିମନ୍ତେ ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି’ : ମନ୍ତ୍ରୀ ଶ୍ରୀ ସାମଲ

ଆଜି ମହିଳା, ଶିଶୁ ବିକାଶ, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ଏମ୍ଏସ୍ଏମ୍ଇ ବାଣିଜ୍ୟ ମେଳା ଅବସରରେ ଆୟୋଜିତ “ଏମ୍ଏସ୍ଏମ୍ଇମାନଙ୍କ ପ୍ରଗତି: ମହିଳା, ଅନୁସୂଚିତ ଜାତି ଓ ଜନଜାତି ଉଦ୍ୟୋଗୀ/ଷ୍ଟାର୍ଟଅପ୍ ଉପରେ ପ୍ରାଧାନ୍ୟ’ ଶୀର୍ଷକ ତୃତୀୟ ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିକହିଲେ ଯେ ରାଜ୍ୟ ସରକାର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏବଂ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତି ସୁନିଶ୍ଚିତ କରିବାକୁ ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତିା ସେ ଆହୁରି କହିଥ#ଲେ ଯେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି, ଏମ୍ଏସ୍ଏମ୍ଇ ଓ ଶିଳ୍ପ ବିଭାଗର ବିଭିନ୍ନ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଉଦ୍ୟୋଗ ସ୍ଥାପନ ନିମନ୍ତେ ଆବଶ୍ୟକୀୟ ସୁବିଧାସୁଯୋଗ ପ୍ରଦାନ କରାଯାଉଛିା
ଓଡ଼ିଶାରେ ୩୮ ହଜାର ୪୭୭ଟି ଏମ୍ଏସ୍ଏମ୍ଇ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଛିା ଏହି ସଂଖ୍ୟା ଓଡ଼ିଶାର ସମୁଦାୟ ଏମ୍ଏସ୍ଏମ୍ଇ ସଂଖ୍ୟାର ୧୨.୩ ପ୍ରତିଶତା ଓଡ଼ିଶାରେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ସଂଖ୍ୟା ଜାତୀୟ ହାରଠାରୁ ଅଧ#କ ବୋଲି ଏମ୍ଏସ୍ଏମ୍ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା ଏହି ଆଲୋଚନା ଚକ୍ର ଅବସରରେ କହିଛନ୍ତିା ସେ ସୂଚନା ଦେଇଥ#ଲେ ଯେ ୧୮ ହଜାର ୮୦୦ଟି ଏମ୍ଏମ୍ଏମ୍ଇ ଅନୁସୂଚିତ ଜନଜାତି ବର୍ଗ ଓ ୨୮ ହଜାର ୮୩୫ଟି ଏମ୍ଏମ୍ଏମ୍ଇ ଅନୁସୂଚିତ ଜାତି ବର୍ଗର ଉଦ୍ୟୋଗୀଙ୍କ ମାଲିକାନାରେ ଚାଲିଛିା
ଜାତୀୟ କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର ନାଥ ତାଙ୍କ ବକ୍ତବ୍ୟରେ କହିଲେ ଯେ ଜାତୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ହବ୍ ୧୮/୦୮/୨୦୧୬ରେ ସୃଷ୍ଟି ହେବା ପରେ ଅନୁସୂଚିତ ଜାତି ଓ ଜନଜାତି ଉଦ୍ୟୋଗୀମାନଙ୍କୁ କେନ୍ଦ୍ରୀୟ ଉଦ୍ୟୋଗୀମାନଙ୍କ ଦ୍ୱାରା କ୍ରୟବେଳେ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ରଦାନ କରାଯାଉଛିା ଏହି ବର୍ଗର ଉଦ୍ୟୋଗୀମାନଙ୍କୁ ସଚେତନ କରାଇବା ପାଇଁ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ଚଳିତ ବର୍ଷ ଅଦ୍ୟାବଧ# ୨୦୯ କନ୍କ୍ଲେଭ୍ ଆୟୋଜନ କରିସାରିଛିା ପରବର୍ତ୍ତୀ କନ୍କ୍ଲେଭ୍ ଖୁବ୍ଶୀଘ୍ର ଓଡ଼ିଶାରେ ଆୟୋଜିତ ହେବା ଓଡ଼ିଶାରେ ଔଦ୍ୟୋଗିକ ବିକାଶ ନିମନ୍ତେ ଇନ୍କୁ&୍ୟବେସନ୍ କେନ୍ଦ୍ର ସ୍ଥାପନ କରିବାକୁ ସେ ପ୍ରସ୍ତାବ ଦେଇଥ#ଲୋ ଏଥ# ନିମନ୍ତେ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମି ଯୋଗାଇବା ଆବଶ୍ୟକ ବୋଲି ସେ କହିଥ#ଲୋ
ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା ଇଜ୍ ଅଫ୍ ଡୁଇଂ ବିଜ୍ନେସ୍ ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥ#ବା ପଦକ୍ଷେପ ସଂପର୍କରେ ଆଲୋକପାତ କରିଥ#ଲୋ ସେ ମହିଳା ଉଦ୍ୟୋଗୀମାନଙ୍କୁ ଗୋ-ସ୍ୱିଫଫ, ଗୋ-ସ୍ମାଇଲ୍, ଆପା ଆଦି ଅନ୍ଲାଇନ୍ ପ୍ଲାଟଫର୍ମ ବ୍ୟବହାର କରିବା ପାଇଁ ଆହ୍ୱାନ ଦେଇଥ#ଲୋ ଇଡ଼୍କୋ ନିକଟରେ ୫୦ ହଜାରରୁ ଏକର ଅଧ#କ ଜମି ଲ୍ୟାଣ୍ଡ ବ୍ୟାଙ୍କ୍ ଭାବେ ଶିଳ୍ପ ପ୍ରତିଷ୍ଠା ପାଇଁ ମହଜୁଦ୍ ରହିଛି ବୋଲି ସେ କହିଥ#ଲୋ
ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ସୂଚନା ଦେଇଥ#ଲେ ଯେ ନିଗମ ତା’ର ସଂଗ୍ରହଣର ଅନୂ୍ୟନ ୨୦ ପ୍ରତିଶତ ଏମ୍ଏସ୍ଏମ୍ଇମାନଙ୍କ ଠାରୁ କରିବା ଅନ୍ୟମାନଙ୍କ ମଧ୍ୟରେ ମିá ମନ୍ତ୍ରାର ପ୍ରତିଷ୍ଠାତ୍ରୀ ତଥା ନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ରସିମା ମିଶ୍ର, ଗୋବିନ୍ଦ ଧୂପକାଠି କ୍ଲଷ୍ଟରର ଶ୍ରୀମତୀ ଯାଜ୍ଞସେନୀ ଜେନା, ଲୁମିନସ୍ ଇନ୍ଫୋେଓ୍ୱସ୍ର ସହ-ପ୍ରତିଷ୍ଠାତ୍ରୀ ତଥା ସଭାପତି ଶ୍ରୀମତୀ ଜୟଶ୍ରୀ ମହାନ୍ତି ଏବଂ ମୁଦ୍ର୍ରଣ ଉଦ୍ୟୋଗୀ ଶ୍ରୀ କାର୍ତ୍ତିକେଶ୍ୱର ସେଠି ସେମାନଙ୍କର ସଫଳ କାହାଣୀ ସଂପର୍କରେ ଅବତାରଣା କରିଥ#ଲୋ ଏମ୍ଏସ୍ଏମ୍ଇ ଡିଆଇ ଶ୍ରୀ ଏସ୍.କେ. ସାହୁ ମହିଳା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉଦ୍ୟୋଗୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥ#ଲୋ
ପରିଶେଷରେ ଓଡିଶା ଯୁବ ଉଦ୍ୟୋଗୀ ସଂଘର ସଭାପତି ଶ୍ରୀ ବି.ଏନ୍. ମିଶ୍ର ଉଦ୍ଯାପନୀ ମନ୍ତବ୍ୟ ପ୍ରଦାନ କରିଥ#ବାବେଳେ ଓଡ଼ିଶା ରାଜ୍ୟ ଅର୍ଥ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.କେ. ଜେନା ଧନ୍ୟବାଦ ଅର୍ପଣ କରିଥ#ଲୋ

Share in top social networks!
Powered By Indic IME