ମାର୍ଚ୍ଚ ୯ରେ “ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ର ଉଦ୍ଘାଟନ ସମାରୋହ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୯ ତାରିଖ ଦିନ ସନ୍ଧ୍ୟା ୫ଟା ୧୫ ମିନିଟ୍ ସମୟରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରସ୍ଥ “ଉତ୍କଳ ମଣ୍ଡପ’ଠାରେ “”ସ୍ୱତନ୍ତ୍ର ଉନ୍ନୟନ ପରିଷଦ”ର ଶୁଭ ଉଦ୍ଘାଟନ କରିବୋ
ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୯ଟି ଜନଜାତି ବହୁଳ ଜିଲ୍ଲାର ବିଭିନ୍ନ ଜନଜାତି ଗୋଷ୍ଠୀର ୬୮ଟି ଜନଜାତି ଦମ୍ପତ୍ତିଙ୍କ ସହିତ ଜିଲ୍ଲାସ୍ତରୀୟ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସଦସ୍ୟ ଯୋଗଦେବୋ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥ#ବା ବ୍ୟକ୍ତିବିଶେଷଙ୍କୁ ଏହି ସମାରୋହରେ ସମ୍ବର୍ଦ୍ଧିତ କରାଯିବା ଜନଜାତି ସମୂହର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ତଥା ସେମାନଙ୍କର ପ୍ରାଚୀନ ସଂସ୍କୃତି, ପାରମ୍ପରିକ ସାମାଜିକ ପ୍ରଥା, ପୂଜାପାଠ ଓ ପର୍ଯ୍ୟଟନସ୍ଥଳର ସଂରକ୍ଷଣ ଏବଂ ନୃତ୍ୟଗୀତ, କଳା ଓ ହସ୍ତଶିଳ୍ପର ପ୍ରସାର ନିମିତ୍ତ “ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଗଠନ କରାଯାଇଛିା