“ଚାଉଳ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଆଜି ବଳକା ରାଜ୍ୟ ହୋଇପାରିଛି ‘ : ମନ୍ତ୍ରୀ ଶ୍ରୀ ପାତ୍ର

odishamap-5
ସରକାରଙ୍କ ତରଫରୁ କୃଷି କ୍ଷେତ୍ରରେ ନିଆଯାଉଥ#ବା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଯୋଗୁଁ ଓଡ଼ିଶା କୃଷି କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ଲାଭ କରିଛି ଏବଂ ଏହାର ଫଳ ସ୍ୱରୂପ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଓଡ଼ିଶା ପୁରସ୍କୃତ ହୋଇଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତିା
ଆଜି ରାଜ୍ୟସ୍ତରୀୟ କୃଷି ମହୋତ୍ସବ “କୃଷି ଓଡ଼ିଶା-୨୦୧୮’ର ଦ୍ୱିତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥ# ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଚାଉଳ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଆଜି ବଳକା ରାଜ୍ୟ ହୋଇପାରିଛି ଏବଂ ଏହା ବାହାର ରାଜ୍ୟକୁ ଏଫ୍ସିଆଇ ଜରିଆରେ ଚାଉଳ ରପ୍ତାନୀ କରୁଛିା ଚଳିତ ବର୍ଷ ଧାନ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧ#କ ହେବାର ଆଶା ରହିଛିା ତେବେ ବର୍ତ୍ତମାନ ଧାନ ଚାଷ ସହିତ ଅଧ#କ ପରିମାଣର ଅର୍ଥକାରୀ ଫସଲ ଚାଷ କରିବାର ସମୟ ଆସିଛିା ଯଦ୍ଦ୍ୱାରା କୃଷକମାନଙ୍କର ଆୟ ବୃଦ୍ଧି
ହୋଇପାରିବା ସମବାୟ ବ୍ୟାଙ୍କ ଜରିଆରେ କୃଷକମାନଙ୍କୁ କୃଷି କାର୍ଯ୍ୟରେ ବିନିଯୋଗ ହେଉଥ#ବା ପୁଞ୍ଜି ଏକ ପ୍ରତିଶତ ସୁଧ ହାରରେ ଯୋଗାଇ ଦିଆଯାଉଛିା ଯାହା ଦ୍ୱାରା ଚାଷୀମାନେ ବହୁଳ ମାତ୍ରାରେ ଉପକୃତ ହୋଇପାରୁଛନ୍ତି ବୋଲି ସେ ମତ ପ୍ରକାଶ କରିଥ#ଲୋ
ଉତ୍ସବରେ ସମ୍ମାନିତ ଅତିଥ# ଭାବେ ଯୋଗଦେଇ ବିଧାୟକ ଡ. ଅରୁଣ କୁମାର ସାହୁ କୃଷି ସହିତ ଓଡ଼ିଶାର ଧର୍ମ, ସଂସ୍କୃତି, ପରମ୍ପରା ଓ ପର୍ବପର୍ବାଣି ଆଦି ସହ ଜଡ଼ିତ ବୋଲି କହିଥ#ଲୋ ଏହା ଓଡ଼ିଶାର ସମଗ୍ର ଜନଜୀବନକୁ ପ୍ରଭାବିତ କରୁଥ#ବାରୁ କୃଷକମାନଙ୍କୁ ପ୍ରତ୍ୟେକ ସ୍ତରରେ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥ#ଲୋ ଉତ୍ସବରେ ସଭାପତିତ୍ୱ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ କହିଲେ ଯେ କୃଷି ଆମ ଜୀବନର ଧାରା ଓ ବଞ୍ଚ#ବାର ମାଧ୍ୟମା ତେଣୁ ସରକାର କୃଷି ଓ କୃଷକର ଉନ୍ନତି ନିମନ୍ତେ ଅନବରତ ଚେଷ୍ଟିତା ଆଗାମୀ ଦିନରେ ଏଥ# ନିମନ୍ତେ ଅନେକ କାର୍ଯ୍ୟ କରିବାର ଅଛି ଏବଂ ଆବଶ୍ୟକୀୟ ଯୋଜନା ପ୍ରସ୍ତୁତ କରାଯାଉଛିା କୃଷି ସକାଶେ ରାଜ୍ୟ ସରକାର ବିଭିନ୍ନ ରିହାତି ଓ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି, ଯାହାର ସଦୁପଯୋଗ କରି କୃଷକମାନେ ଉତ୍ପାଦନ ବୃଦ୍ଧି କରିବା ସହିତ ନିଜର ଆଥ#ର୍କ ଅଭିବୃଦ୍ଧି କରିପାରିବେ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥ#ଲୋ
ଏହି ଅବସରରେ କୃଷି ଉତ୍ପାଦନ କମିଶନର ଶ୍ରୀ ଗଗନ କୁମାର ଧଳ, ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସମ୍ମାନିତ ଅତିଥ# ଭାବେ ସେମାନଙ୍କର ବକ୍ତବ୍ୟ ରଖ#ଥ#ଲୋ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ସ୍ୱାଗତ ଭାଷଣ ପ୍ରଦାନ କରିଥ#ବା ବେଳେ ପଶୁପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ମହେନ୍ଦ୍ର କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥ#ଲୋ ଏହି ଉତ୍ସବରେ କୃଷି କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥ#ବା ୩୦ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥ#ଲାା

Share in top social networks!
Powered By Indic IME