ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚୁ୍ୟତ ସାମନ୍ତ

01 (5)ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଆଜି
ସକାଳେ ସାକ୍ଷାତ କରି ଆମ ଓଡ଼ିଶା ଅଧ୍ୟକ୍ଷ ତଥା ପୂର୍ବତନ କଂଗ୍ରେସ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ବିଶିଷ୍ଟ ସମାଜସେବୀ
ତଥା କିଟ୍‍ ଓ କିସ୍‍ ପ୍ରତିÂାତା ଅଚୁ୍ୟତ ସାମନ୍ତ ଆନୁÂାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ଏବଂ
ଶ୍ରୀ ସାମନ୍ତ ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବାରୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଉଭୟଙ୍କୁ ସ୍ୱାଗତ
କରିବା ସହ ଖୁବ୍‍ ଆନନ୍ଦ ପ୍ରକାଶ କରିଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ ଆଗାମୀ ଦିନରେ ଦଳର ସଂଗଠନକୁ ମଜଭୁତ
କରିବାରେ ଉଭୟେ ସହାୟକ ହେବେ । ଦଳ ପାଇଁ ସୌମ୍ୟରଞ୍ଜନ ଓ ଅଚୁ୍ୟତଙ୍କ ଯୋଗଦାନ ମୂଲ୍ୟବାନ ବୋଲି ଶ୍ରୀ ପଟ୍ଟନାୟକ
କହିଥିଲେ ।
ଏହି ଅବସରରେ ସୌମ୍ୟରଞ୍ଜନ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ “ମୁଁ ୨୩ବର୍ଷ ତଳେ ବିଜୁବାବୁଙ୍କ ସହ ଭୁବନେଶ୍ୱର
ବିଧାନସଭା ଆସନରେ ଲଢ଼ୁଥିଲି । ବିଜୁବାବୁ ଜିତିଲା ପରେ ମୋତେ ବ୍ୟକ୍ତିଗତ ଭାବେ ଡାକି କହିଥିଲେ ତାଙ୍କ ସହ ଯୋଗଦେବା
ପାଇଁ । ଆଜି ତାଙ୍କ ନାମରେ ପ୍ରତିÂିତ ଦଳରେ ଯୋଗ ଦେଉଛି । ଭାରତ ଏବଂ ଓଡ଼ିଶାରେ ରାଜନୀତିର ଅବସ୍ଥା ଯାହା, ସବୁ
ରାଜନୈତିକ ଦଳ ବିଚାର ଅନୁସାରେ ସଂଗଠିତ ହେବା ଦରକାର । ମୁଁ ପୂର୍ବରୁ କହିଛି, ବ୍ୟକ୍ତି ଓ ଦଳ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହନ୍ତି,
ପ୍ରସଂଗ ଓ ବିଚାର ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଆଜି ଆମ ପାଖରେ ଦୁଇଟି ପ୍ରସଂଗ । ଦେଶ ପାଇଁ ଭାରତ ବିଚାର ଗୋଟିଏ ପ୍ରସଂଗ
ହୋଇଥିବା ବେଳେ ଦ୍ୱିତୀୟ ପ୍ରସଂଗ ହେଉଛି ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ବିକାଶ କଥା । ତେଣୁ ଭାରତ ଯେଉଁ ସଂକଟରେ
ଅଛି ସେଥିଲାଗି ଏବଂ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ରାଜ୍ୟର ସମସ୍ତ ଛୋଟ ବଡ଼ ରାଜନୈତିକ ଶକ୍ତି ନିଜ ନିଜ ଦୃଷ୍ଟିକୋଣରୁ
ଏକାଠି ହୋଇ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଉଚିତ୍‍ । ମୁଁ କୌଣସି ସର୍ତ୍ତ ରଖି ଦଳରେ ମିଶିନାହିଁ । ଗୋଟିଏ ବିଚାର ସପକ୍ଷରେ
ଓଡ଼ିଶାର ସ୍ୱାର୍ଥ ଓ ସମ୍ମାନକୁ ଅଧିକ ସୁରକ୍ଷିତ କରିବା ପାଇଁ ଦଳରେ ସାମିଲ ହୋଇଛି ।”
ଶ୍ରୀ ସାମନ୍ତ କହିଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀରେ ମୁଁ ବହୁତ ଅଭିଭୂତ । ବିଶେଷତଃ ତାଙ୍କର ଯେଉଁ ନିର୍ମଳ
ଭାବମୂର୍ତ୍ତି ଗତ ୨୦ବର୍ଷ ଧରି ଅକ୍ଷୁଣ୍ଣ ରହିଛି, ତାଙ୍କର ଯେଉଁ ସାଧୁତା, କାର୍ଯ୍ୟ କରିବାରେ ନିÂା, ସରଳତା ଓ ନମ୍ରତା ପ୍ରତି ଆକୃଷ୍ଟ
ହୋଇ ମୁଁ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛି । ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟ ମୋତେ ବହୁତ ଆକୃଷ୍ଟ କରିଛି ।
ମୋର ବିଶ୍ୱାସ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମୋର ସମାଜସେବା କାର୍ଯ୍ୟ ଆହୁରି ଦୃଢ଼ୀଭୂତ ହୋଇପାରିବ ।
ଆଜିର ଏହି ଉଭୟ ଯୋଗଦାନ ଉତ୍ସବରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ମହେଶ୍ୱର ମହାନ୍ତି, ବିଜୟଶ୍ରୀ ରାଉତରାୟ, ବିକ୍ରମ
କେଶରୀ ଆରୁଖ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ମଲ୍ଳିକ, ପ୍ରତାପ ଜେନା, ନୃସିଂହ ସାହୁ, ନିରଞ୍ଜନ ପୂଜାରୀ, ଉଷା ଦେବୀ,
ସ୍ନେହାଙ୍ଗିନୀ ଛୁରିଆ, ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ବେଦ ପ୍ରକାଶ ଅଗ୍ରୱାଲା, ହୃଷିକେଶ ନାଏକ, ସାଧାରଣ
ସଂପାଦକ ପ୍ରଣବ ପ୍ରକାଶ ଦାସ, ପ୍ରଦୀପ କୁମାର ପାଣିଗ୍ରାହୀ, ଅରୁଣ ସାହୁ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମୀର ରଞ୍ଜନ ଦାଶ, ଅନୁଭବ
ପଟ୍ଟନାୟକ, ପ୍ରଣବ କୁମାର ବଳବନ୍ତରାୟ, ରାଜେନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME