ବିଜେଡିକୁ ସୌମ୍ୟ ଓ ଅଚୁ୍ୟତଙ୍କୁ ସ୍ୱାଗତ: ବିଜୟ ନାୟକ

01 (5)ବିଜୁ ଜନତା ଦଳର ନେତା ଓ ନୀତି ପ୍ରତି ଆକର୍ଷିତ ହୋଇ ବହୁ ଲୋକ ଦଳ ପ୍ରତି ଆନୁଗତ୍ୟ
ଓ ସମର୍ଥନ ପ୍ରକାଶ କରୁଥିବା ସୁଖର କଥା । ଏହା ବିଜେଡିର ବିକାଶ ଏଜେଣ୍ଡାକୁ ଆହୁରି ବ୍ୟାପକ ଓ ଫଳପ୍ରସୂ କରିବ ବୋଲି ବିଜୁ
ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।
ଆଜି ବିଜେଡିରେ ଯୋଗଦେଇଛନ୍ତି ବିଶିଷ୍ଟ ରାଜନେତା ଓ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ
ଶିକ୍ଷାବିତ୍‍ ଓ ସମାଜସେବୀ ଅଚୁ୍ୟତ ସାମନ୍ତ । ୧୮ବର୍ଷ ଧରି ବିଜେଡିର ବିଭିନ୍ନ କାର୍ଯ୍ୟ ଓ ନୀତିକୁ ବିରୋଧ କରିଆସୁଥିବା
ସୌମ୍ୟରଞ୍ଜନ ବିଜେଡିକୁ ଆପଣାଇବା ବିଶେଷ ଗୁରୁତ୍ୱପୂର୍ଣ୍ଣ । ବିଜେଡି ଯେ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ କାର୍ଯ୍ୟ କରୁଛି ଓ
ଏହାର କୌଣସି ବିକଳ୍ପ ନାହିଁ, ଏହା ସୌମ୍ୟରଞ୍ଜନ ଅନୁଭବ କରି ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ଅଚୁ୍ୟତ
ସାମନ୍ତଙ୍କ ସାମାଜିକ ପ୍ରତିବଦ୍ଧତା ସର୍ବଜନବିଦିତ । ସେ ବିଜେଡିରେ ଯୋଗଦେବା ବିଜେଡିର ସାମାଜିକ କାର୍ଯ୍ୟକ୍ରମର ଆଭିମୁଖ୍ୟକୁ
ଆହୁରି ପ୍ରସାରିତ କରିବ ।
ବିଜେଡି ପ୍ରତି ଓଡ଼ିଶାର ବୌଦ୍ଧିକ ଓ ସାମାଜିକ କି୍ରୟାଶୀଳ ଗୋÂୀର ସଦିଚ୍ଛା ଓ ସମର୍ଥନ ବୃଦ୍ଧି ପାଇବା ନିହାତି ସ୍ୱାଗତଯୋଗ୍ୟ ।
ସଂପ୍ରତି ବିକାଶ ଓ ସମାଜନୀତିରେ ବିଜେଡିର ଆଦର୍ଶ ଓ କାର୍ଯ୍ୟକ୍ରମର ବିଶେଷ ପ୍ରାସଂଗିକତା ରହିଛି ଓ ଏହାର ଗ୍ରହଣୀୟତା ବୃଦ୍ଧି
ପାଇବାରେ ଲାଗିଛି । ଶ୍ରୀ ସୌମ୍ୟରଞ୍ଜନ ଓ ଶ୍ରୀ ସାମନ୍ତ ବିଜେଡିର ଓଡ଼ିଶା ବିକାଶ ପ୍ରକଳ୍ପକୁ ବିଭିନ୍ନ ଭାବରେ ପରିପୁଷ୍ଟ କରିବେ
ବୋଲି ଶ୍ରୀ ନାୟକ ଏକ ପ୍ରେସ୍‍ ବିବୃତିରେ କହିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ସୌମ୍ୟରଞ୍ଜନ
ପଟ୍ଟନାୟକ, ଡ. ଅଚୁ୍ୟତ ସାମନ୍ତ ଓ ପ୍ରଶାନ୍ତ ନନ୍ଦଙ୍କୁ ମନୋନୀତ କରିଛନ୍ତି । ଏହି ତିନିଜଣ ନିଜ ନିଜ କ୍ଷେତ୍ରରେ ସୁପ୍ରତିÂିତ ଓ ଓଡ଼ିଶାର
ଜନଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ ଏବଂ ସେମାନେ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଜାତୀୟ ସ୍ତରରେ ଓଡ଼ିଶାକୁ ସଫଳ
ଭାବେ ଉପସ୍ଥାପନ କରିପାରିବେ । ଏମାନଙ୍କର ଦୀର୍ଘବର୍ଷର ଅନୁଭବ, ଅନୁଭୂତି ଓ ଉପଲବ୍ଧି ଓଡ଼ିଶା ପାଇଁ ବେଶ୍‍ ସହାୟକ
ହୋଇପାରିବ ଓ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ପାଇଁ ଏଭଳି ପ୍ରତିÂିତ ବ୍ୟକ୍ତିବିଶେଷଙ୍କୁ ମନୋନୀତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ
ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Share in top social networks!
Powered By Indic IME