ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ କରିବା ନିଷ୍ପତି

27751533_1624061497677423_312138005731583925_nକେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପଠାଇବାକୁ କେନ୍ଦ୍ରୀୟ ବିଜେପି ନିଷ୍ପତି ନେଇଥିବାରୁ ବିଜେପି ରାଜ୍ୟ ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ବିଜେପି ରାଜ୍ୟ ଶାଖା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛିା
ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳର ନେତା କନକ ବର୍ଧନ ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଓଡିଆ ବ୍ୟକ୍ତି ଭାବେ ଓଡିଶା ବାହାରୁ ରାଜ୍ୟସଭାକୁ ୨୦୧୨ରେ ଯାଇଥିଲେ । ଏବେ ପୁଣି ଥରେ ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ପ୍ରାର୍ଥୀ ଭାବେ ସ୍ଥିର କରିବା ସମଗ୍ର ଓଡିଶା ପାଇଁ ଗର୍ବର ବିଷୟ ବୋଲି ସେମାନେ କହିଛନ୍ତି ।

Share in top social networks!
Powered By Indic IME