ମାର୍ଚ୍ଚ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଅନୁÂିତ ହେବ ଓଡିଶା ପର୍ବ – ୨୦୧୮

Mr Sidhartha Pradhan President Odia Samaj addressing the press conference along with Members ମହିମାନ୍ୱିତ ଓଡିଆ ସଂସ୍କୃତି ଓ ପ୍ରେରଣାଦାୟୀ ଓଡିଆ ସମାଜର ଗୌରବମୟ ଗାଥାକୁ ସମସ୍ତବର୍ଗରେ ଉଦ୍ଭାଷିତ କରିବା ନିମନ୍ତେ ପୂର୍ବ ବର୍ଷ ପରି ଏହି ବର୍ଷ ମଧ୍ୟ ଓଡିଶା ପର୍ବ ଭାରତର ପ୍ରାଣକେନ୍ଦ୍ର ନୂଆଦିଲ୍ଲୀର ଚାକଚକ୍ୟଭରା ପୁଷ୍ପାୟିତ ପରିବେଶ ମଧ୍ୟରେ ମାର୍ଚ୍ଚ ମାସ ୯ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଇଣ୍ଡିଆ ଗେଟ, ଲନ୍ ନମ୍ବର-୬ ଠାରେ ଆୟୋଜିତ ହେବ । ଆଜି ନୂଆଦିଲ୍ଲୀ ସ୍ଥିତ ପ୍ରେସ କ୍ଲବ ଅଫ ଇଂଡିଆଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି ଆୟୋଜକ ଓଡିଆ ସମାଜ । ରାଜଧାନୀର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକମାନେ ଓଡିଶା ପର୍ବର ଏହି ଦ୍ୱିତୀୟ ସଂସ୍କରଣରେ ଓଡିଶାର ଅନନ୍ୟ କଳାକୃତି, ଐତିହ୍ୟ, ପରମ୍ପରା, ନୃତ୍ୟ, ଓଡିଆ ରାନ୍ଧଣା ଇତ୍ୟାଦି ସହିତ ଓଡିଶାର ଗୌରବାନ୍ୱିତ ଇତିହାସ ଏବଂ ଅନନ୍ୟ ସ୍ୱାଧୀନତା ସଂଗ୍ରାମର ପରାକାÂାକୁ ଏକ ଛାତତଳେ ଉପଲବ୍ଧି କରିପାରିବେ ।
ମାର୍ଚ୍ଚ ମାସ ୯ ତାରିଖ ଦିନ ସନ୍ଧ୍ୟା ୬ ଘଟିକା ସମୟରେ ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ ସନ୍ନିକଟ ଲନ୍-୬ ଠାରେ ଓଡିଶା ପର୍ବର ଉଦଘାଟନୀ ସମାରୋହ ଅନୁÂିତ ହେବ । ଏହି ଉଦ୍ଘାଟନୀ ସମାରୋହରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶ୍ରୀଯୁକ୍ତ ଦୀପକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବେ । ୧୦ ତାରିଖ ସନ୍ଧ୍ୟାରେ ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାଇଡୁ ଏବଂ ୧୧ ତାରିଖ ସନ୍ଧ୍ୟାରେ ମାନ୍ୟବର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏହିପରି ପର୍ବ ଆୟୋଜନର ଉଦେ୍ଧଶ୍ୟକୁ ବର୍ଣ୍ଣନା କରିବା ଅବସରରେ ଓଡିଆ ସମାଜର ସଭାପତି ତଥା ଅବସରପ୍ରାପ୍ତ ଆଇଆରଏସ ଅଫିସର ଶ୍ରୀଯୁକ୍ତ ସିଦ୍ଧାର୍ଥ ପ୍ରଧାନ କହିଥିଲେ ଯେ ଦେଶପ୍ରେମ ଏବଂ ଭାବନାର ଦୃଷ୍ଟିକୋଣରୁ ସମସ୍ତ ଓଡିଆ ଜଣେ ଜଣେ ପାଇକ । ୧୮୦୪ ମସିହାରେ ସଂଗଠିତ ପାଇକ ବିଦ୍ରୋହ ବ୍ରିଟିଶ ସରକାରଙ୍କ ଦ୍ୱାରା ସ୍ଥାପିତ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ହୋଇଥିବା ପ୍ରଥମ ଯୁକ୍ତିଯୁକ୍ତ ସଂଗ୍ରାମ ଅଟେ । ମୁଁ ମୋର ଶାନ୍ତ ସ୍ୱଭାବ ବଜାୟ ରଖିଛି କାରଣ ମୁଁ ଜଣେ ନୀରବ, ସଂସ୍କୃତି ଏବଂ ଶାନ୍ତିପ୍ରିୟ ମଣିଷ କିନ୍ତୁ ମୁଁ ଜଣେ ଦୃଢନିଷ୍ଟ ଓଡିଆ । ମୋର ଜନ୍ମଭୂମି ଅର୍ନ୍ତନିହିତ ସମାନତା ଓ ସରଳତାର ସମ୍ମିଶ୍ରଣ । ସେ ଆହୁରି ମଧ୍ୟ କହିଥିଲେ ପୁର୍ବ ବର୍ଷ ତୁଳନାରେ ଏହି ବର୍ଷ ଓଡିଶା ପର୍ବ ଗତ ବର୍ଷ ତୁଳନାରେ ୫୦ ପ୍ରତିଶତ ଅଧିକ ସ୍ଥାନରେ ଆୟୋଜିତ ହେବ । ଏତଦ୍ବ୍ୟତୀତ ଆଗନ୍ତୁକଙ୍କ ନିମନ୍ତେ ବହୁତ କିଛି ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ବହୁ ସଂଖ୍ୟକ ପାନୀୟ ଜଳ ଆଉଟଲେଟ୍ ଏହି ବର୍ଷ ପର୍ବରେ ଉପଲବ୍ଧ ହେବା ସହିତ ପୂର୍ବ ବର୍ଷ ତୁଳନାରେ ତିନିଗୁଣ ଅଧିକ ଖାଦ୍ୟ ଷ୍ଟଲର ସମାହାର ରହିବ ଯେଉଁଠାରେ ପାରମ୍ପରିକ ଓଡିଆ ଖାଦ୍ୟ ମିଳିବ ।
ଶ୍ରୀ ସିଦ୍ଧାର୍ଥ ପ୍ରଧାନଙ୍କ ସହିତ ଓଡିଆ ସମାଜର ଟ୍ରଷ୍ଟି ଶ୍ରୀ ହିରଣ୍ୟ ମହାନ୍ତି ଏବଂ ଶ୍ରୀ ସନ୍ଦୀପ ମହାପାତ୍ର, ଏବଂ ଓଡିଆ ସମାଜର ମୁଖ୍ୟ ସଦସ୍ୟ ମଂଡଳୀର ସଦସ୍ୟବୃନ୍ଦ ଶ୍ରୀ ଚାରୁଦତ ପାଣିଗ୍ରାହୀ ଏବଂ ଶ୍ରୀ ଦେବଜିତ୍ ରଥ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ୨ ଲକ୍ଷ ୬୦ ହଜାର ବର୍ଗ ଫୁଟ ପରିବ୍ୟାପ୍ତ ଅଂଚଳରେ ଆୟୋଜିତ ଓଡିଶା ପର୍ବ ଓଡିଶାର ସର୍ବ ପୁରାତନ ଇତିହାସ ଏବଂ ସଂସ୍କୃତିକୁ ଅତୀତ ଅଭିମୁଖୀ ପରିଭାଷାରେ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ । ସମବେତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିବାପାଇଁ ଓଡିଶା ପର୍ବର ପ୍ରବେଶ ପଥକୁ ଦୋଳ ବିମାନ ସଦୃଶ ସ୍ଥପତିରେ ସୁସଜ୍ଜିତ କରାଯିବ ଯାହା ସୌହାଦ୍ର୍ଧ୍ୟପୂର୍ଣ୍ଣ ରଂଗର ପର୍ବ ଦୋଳ ଯାତ୍ରାକୁ ପ୍ରତିଫଳିତ କରିବ । ରଙ୍ଗୀନ୍ ଚାନ୍ଦୁଆ ଏବଂ ପଟ୍ଟଚିତ୍ରର କାରୁକାର୍ଯ୍ୟ ଏହି ରଙ୍ଗାରଙ୍ଗ ସାଜସଜ୍ଜାକୁ ଆହୁରି ତରଙ୍ଗାୟିତ କରିବ ।

ସ୍ୱାଧୀନତା ସଂଗ୍ରାମରେ ଝାସଦେଇଥିବା ଓଡିଆ ମାଟିର ବରପୁତ୍ରମାନଙ୍କର ବୀରତ୍ୱର ଗାଥାକୁ ଜନମାନସରେ ଉଦ୍ବୁଦ୍ଧ କରିବା ନିମନ୍ତେ ଏହି ବର୍ଷର ବିଷୟବସ୍ତୁ ଉନବିଂଶ ଏବଂ ବିଂଶ ଶତାବ୍ଦୀରେ (୧୮୦୪-୧୯୪୭) ଇଂରେଜ ଶାସନ ବିରୁଦ୍ଧରେ ଓଡିଶାର ସଂଗ୍ରାମ ଉପରେ ପର୍ଯ୍ୟବେଷିତ ଏବଂ ଆୟୋଜିତ ହେଉଥିବା ଅନନ୍ୟ ପ୍ରଦର୍ଶନୀ ମଧ୍ୟ ଏହି ବିଷୟବସ୍ତୁ ଉପରେ ଆଧାରିତ ଯାହାକି ଓଡିଶାର ବୀର ପାଇକପୁଅ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଏବଂ ଘୁମୁଷର, ପାରଳାଖେମୁଣ୍ଡି, ବାଣପୁର, ନୟାଗଡ, ଦଶପଲ୍ଲା, କେନ୍ଦୁଝର ଇତ୍ୟାଦି ଅଂଚଳରେ ହୋଇଥିବା ସଂଗ୍ରାମର ହେବ ପ୍ରତିଫଳନ ମାତ୍ର । କଳାନୈପୁଣ୍ୟ ବାରବାଟୀ ଦୁର୍ଗର ପ୍ରତିରୂପରେ ସଭାସ୍ଥଳକୁ ସୁସଜ୍ଜିତ କରାଯିବ ଯାହା ଓଡିଶାର ଅତୀତ ହୃତଗୌରବକୁ ସର୍ବସମ୍ମୁଖରେ ଦଣ୍ଡାୟମାନ କରିବ । ବ୍ରିଟିଶ ଶାସନ ବିରୁଦ୍ଧରେ ଓଡିଶାର ସଂଗ୍ରାମ ଉପରେ ଆଧାରିତ ବିଭିନ୍ନ ଜନକୈନ୍ଦ୍ରିକ ସିନେମା, କଫି ଟେବୁଲ ବୁକ ଏବଂ ପ୍ରଦର୍ଶନୀ ଉପସ୍ଥିତ ଦର୍ଶକମାନଙ୍କର ଭରପୂର ମନୋରଂଜନ କରିବ ।
ଦିଲ୍ଲୀବାସୀଙ୍କ ମଧ୍ୟରେ ଓଡିଶା ଇତିହାସର ଗାଥାକୁ ପ୍ରସାରିତ କରିବା ପାଇଁ ଏହି ବର୍ଷ ବିଭିନ୍ନ ପ୍ରକାରର ନୂତନ ଆୟୋଜନ କରାଯାଇଛି । ଅନ୍ତଜାର୍ତୀୟ ଖ୍ୟାତିସଂପନ ସ୍ଥପତି ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କ ଦ୍ୱାରା ନିର୍ମିତ ସ୍ଥପତି ଦରବାର ଓଡିଶାର କଳାକୃତିକୁ ବିଶ୍ୱ ଦରବାରରେ ପ୍ରତିଫଳିତ କରିବ ।
କିଶୋର କିଶୋରୀମାନଙ୍କ ମଧ୍ୟରେ ଓଡିଆ ସଂସ୍କୃତି ପ୍ରତି ଅନୁରାଗ ସୃଷ୍ଟି କରିବାପାଇଁ ଅଦମ୍ୟ ଓଡିଶାର ପ୍ରାଣଭିତିିକ ବିଷୟବସ୍ତୁ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ୧୮ ବର୍ଷରୁ ନିମ୍ନ ପିଲାମାନଙ୍କ ମଧ୍ୟରେ ଏହି ଓଡିଶା ପର୍ବରେ ଅନୁÂିତ ହେବ । ଏହି ପର୍ବରେ ଆୟୋଜିତ ହେବାକୁ ଥିବା ଫ୍ୟାଶନ ସୋ ଓଡିଶା ତନ୍ତବୁଣାର ସୂକ୍ଷ୍ମ କାରୁକାର୍ଯ୍ୟକୁ ଅତି ଉଚ୍ଚକୋଟାରେ ପ୍ରତିପାଦିତ କରିବ । ଏହି ସୋ ଫ୍ୟାଶନ ଡିଜାଇନ କାଉନସିଲ ଅଫ ଇଣ୍ଡିଆର ସଭାପତି ଶ୍ରୀଯୁକ୍ତ ସୁନୀଲ ସେଟ୍ଟୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଦର୍ଶିତ ହେବ ।
ଓଡିଶା ପର୍ବରେ ଆୟୋଜିତ ହେବାକୁ ଥିବା ହସ୍ତଶିଳ୍ପ ଅନୁଭାଗ ଓଡିଶାର ପ୍ରସିଦ୍ଧ କଳାକୃତି, ମୂର୍ତିିକାର ଏବଂ ବସ୍ତ୍ରାକାରମାନଙ୍କର ଏକ ବିଶ୍ୱପ୍ରସିଦ୍ଧ ଗନ୍ତାଘର । ହସ୍ତଶିଳ୍ପ ଅନୁଭାଗ ରାଜ୍ୟର କୋଣଅନୁକୋଣରେ ଥିବା ବିଭିନ୍ନ ଶିଳ୍ପ ଏବଂ ତନ୍ତବୁଣାର ପ୍ରଦର୍ଶନ କରିବ । ପୁରସ୍କାରପ୍ରାପ୍ତ ସ୍ଥପତି ଏବଂ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଶାଢୀ, କପଡା ଏବଂ କାରିଗରି ଦିଲ୍ଲୀରେ ଥିବା ଓଡିଆ ଏବଂ ଅଣଓଡିଆମାନଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ଏକ ମନଲୋଭା ପରିବେଶ ସୃଷ୍ଟି କରିବ ।
ଓଡିଶାର ପାରମ୍ପରିକ ଲୋକକଳା, ଓଡିଶୀ, ଫ୍ୟୁଜନ, ସମକାଳିକ ନୃତ୍ୟ ଓଡିଶା ପର୍ବରେ ଆୟୋଜିତ ନୃତ୍ୟ ଏବଂ ସଙ୍ଗୀତଭିତିକ କାର୍ଯ୍ୟକ୍ରମରେ ଭାରତର ପ୍ରାଣକେନ୍ଦ୍ରକୁ ଉତ୍ଫୁଲିତ କରିବ । ଓଡିଆମାନଙ୍କ ମଧ୍ୟରେ ଥିବା ଅର୍ନ୍ତନିହିତ କଳାକୃତିର ସମ୍ଭାର ତିନିଦିନ ବ୍ୟାପୀ ଅନୁÂିତ ଏହି ପର୍ବରେ ଆଗନ୍ତୁକମାନଙ୍କୁ ବେଶ ଆକୃଷ୍ଟ କରିବ ।
ସୁସ୍ୱାଦୁ ଓଡିଆ ଖାଦ୍ୟ ଏବଂ ପାକପ୍ରଣାଳୀ ସବୁ ବର୍ଗର ଲୋକମାନଙ୍କ ମଧ୍ୟରେ ଏକ ଅନନ୍ୟ ସ୍ଥାନ ବଜାୟ ରଖିଛି । ଏହି ବର୍ଷ ମଧ୍ୟ ଖାଦ୍ୟ ପ୍ରିୟ ବ୍ୟକ୍ତିମାନେ ଓଡିଶାର ସୁସ୍ୱାଦୁ୍ୟ ମିÂାନ ସହ କଟକ, ବ୍ରହ୍ମପୁର ଏବଂ ପଶ୍ଚିମ ଓଡିଶାର ସ୍ୱତନ୍ତ୍ର ଖାଦ୍ୟ ଯେପରିକି ଦହିବରା, ଚାଟ୍, ସହ ବିଭିନ୍ନ ଆମିଷ ଖାଦ୍ୟ, ଓଡିଆ ଥାଳି ଓ ପାନ ପରି ଆହୁରି ଅନେକ ଓଡିଆ ସୁସ୍ୱାଦୁ ଖାଦ୍ୟର ମଜାନେବା ସହିତ ଦିଲ୍ଲୀ ବାସି ଓଡିଆ ରାନ୍ଧଣାକୁ ମନେପକାଇବେ ।
ସମଗ୍ର ଖାଦ୍ୟ ବଜାର ଓଡିଆମାନଙ୍କର ବାର ମାସରେ ତେର ପର୍ବ ପାଳନର ସଂକଳନ ଉପରେ ପର୍ଯ୍ୟବେଷିତ ହେବ । ଲୋକପ୍ରିୟ ଓଡିଆ ରାନ୍ଧଣା କାର୍ଯ୍ୟକ୍ରମ ପୁଂଟୁନନାଙ୍କ ପେଟ ଯାତ୍ରାର ଉପସ୍ଥାପକ ପୁଂଟୁନନା ମଧ୍ୟ ଖାଦ୍ୟ ବଜାରରେ ଉପସ୍ଥିତ ରହିଆଗନ୍ତୁକମାନଙ୍କର ମନୋରଂଜନ କରିବା ସହିତ ସେମାନଙ୍କ ସହ ବାର୍ତାଳାପ କରିବେ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ସ୍ୱରୂପ ଏକ ଆଧ୍ୟାତ୍ମିକ ଭାବନାକୁ ପ୍ରସ୍ଫୁଟିତ କରିବା ପାଇଁ ପୁରୀ ପ୍ରସିଦ୍ଧ ଜଗନ୍ନାଥ ଭୋଗ ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ ହେବ ।
ମାର୍ଚ୍ଚ ମାସ ୯ ତାରିଖ ଦିନ ଆରମ୍ଭ ହେବାକୁ ଯାଉଥିବ । ଏହି ପର୍ବ ସମସ୍ତଙ୍କ ନିମନ୍ତେ ସନ୍ଧ୍ୟା ୪ ଘଟିକାଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବା ସହ ମାର୍ଚ୍ଚ ମାସ ୧୦ ଏବଂ ୧୧ ତାରିଖ ଦିନ ଏହି ପର୍ବ ମଧ୍ୟାହ୍ନ ୧୨ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଏହି ପର୍ବରେ ଯୋଗଦାନ ପାଇଁ କୌଣସି ପ୍ରବେଶ ଶୁଳ୍କ ରହିବ ନାହିଁ ।

Share in top social networks!
Powered By Indic IME