“ବିଜୁବାବୁଙ୍କ ପରି ଯୁବ ଓ ଛାତ୍ର ସମାଜ ଓଡ଼ିଶାର ବିକାଶ ପାଇଁ କାମ କରନ୍ତୁ’ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

28471639_594218424250483_594289205691334425_n
ବିଜୁ ବାବୁ ଥ#ଲେ ଓଡ଼ିଆ ଜାତିର ମହାନାୟକା ସେ ଥ#ଲେ ଓଡ଼ିଶାର ବିକାଶର ଭଗୀରଥ ଓ ଓଡ଼ିଆ ସ୍ୱାଭିମାନର ପ୍ରତୀକା ସେ ନିଜେ ହିଁ ଥ#ଲେ ନିଜର ସବୁଠାରୁ ବଡ଼ ପରିଚୟା ଓଡ଼ିଶାର ଯୁବ ଓ ଛାତ୍ର ସମାଜ ବିଜୁବାବୁଙ୍କ ପରି ଓଡ଼ିଶାର ବିକାଶ ପାଇଁ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତିା
ମହାନ ଜନନାୟକ, ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥ# ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ବିଜୁବାବୁ ବିକାଶର ମୂଳଦୁଆ ପକାଇଥ#ଲୋ ଓଡ଼ିଶା ଆଜି ବିକାଶର ସବୁ କ୍ଷେତ୍ରରେ ଦେଶର ଆଗୁଆ ରାଜ୍ୟମାନଙ୍କ ସହିତ ପ୍ରତିଯୋଗିତା କରି ଆଗକୁ ବଢ଼ୁଛିା ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଆଜି ରାଜ୍ୟ ପ୍ରଗତି ପଥରେ ଆଗେଇ ଚାଲିଛିା ପ୍ରଗତିର ନୂଆ ନୂଆ ମାଇଲ୍ ଷ୍ଟୋନ୍ ଗଢ଼ୁଛିା ମୁଖ୍ୟମନ୍ତ୍ରୀ କହିଲେ ଓଡ଼ିଶା ବିକାଶ ଓ ସଶକ୍ତିକରଣ ଥ#ଲା ବିଜୁବାବୁଙ୍କ ସର୍ବାଧ#କ ପ୍ରାଥମିକତାା ଓଡ଼ିଶାର ଯୁବଗୋଷ୍ଠୀ ଓ ଛାତ୍ରମାନେ ସବୁ ଆହ୍ୱାନକୁ ସାହସର ସହିତ ମୁକାବିଲା କରନ୍ତୁା ସାଧାରଣ ଜନତାଙ୍କ ସଶକ୍ତିକରଣ ପାଇଁ କାମ କରନ୍ତୁ ଏବଂ ଓଡ଼ିଶାର ସ୍ୱାଭିମାନର ସୁରକ୍ଷା ପାଇଁ ସବୁ କ୍ଷେତ୍ରରେ ସଂଗ୍ରାମ କରିବାକୁ ପ୍ରସ୍ତୁତ
ରୁହନ୍ତୁା
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ବିଜୁବାବୁଙ୍କ ସ୍ମ&ୃତିରେ ଆଜିଠାରୁ “ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛିା ସଚିବାଳୟକୁ ସିଧାସଳଖ ଗାଁ ସହିତ ଯୋଡିବା ଓ ଗାଁର ବିକାଶ ସହିତ ଗାଁ ଲୋକଙ୍କ ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ସଫଳ କାର୍ଯ୍ୟକ୍ରମ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତିା
ସଂସ୍କୃତି ବିଭାଗ ତରଫରୁ ବିଜୁବାବୁଙ୍କ ଉପରେ ପ୍ରସ୍ତୁତ ସ୍ମାରକୀ ଡାକଟିକଟକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବା ସହିତ କେନ୍ଦ୍ର ସରକାର ଓ ଭାରତୀୟ ଡାକ ବିଭାଗକୁ ଧନ୍ୟବାଦ ଜଣାଇଥ#ଲୋ
ସ୍ଥାନୀୟ ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ପୌରୋହିତ୍ୟ କରି ବିଜୁବାବୁଙ୍କୁ କିମ୍ବଦନ୍ତୀ ଓ ଓଡ଼ିଶା ଇତିହାସର ବିକାଶ ପୁରୁଷ ଭାବରେ ଅଭିହିତ କରିଥ#ଲୋ ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ଭୁବନେଶ୍ୱର(ମଧ୍ୟ) ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତି, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା ପ୍ରମୁଖ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥ#ଲୋ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଡାକ ବିଭାଗ ସଚିବ ଅନନ୍ତ ନାରାୟଣ ନନ୍ଦ ଓ ଓଡ଼ିଶାର ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କାମିଲା ମଧ୍ୟ ଉପସ୍ଥିତ ଥ#ଲୋ
ପ୍ରଦୀପ ପ୍ରଜ୍ୱଳନ ଓ ବିଜୁବାବୁଙ୍କ ଫଟୋଚିତ୍ରରେ ଅତିଥ#ମାନେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥ#ଲାା ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ସ୍ୱାଗତ ଭାଷଣ ଦେଇଥ#ଲୋ ସୂଚନା ଅଧ#କାରୀ ସୁଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ଆୟୋଜିତ ସ୍କୁଲ ଓ କଲେଜସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥ#ଲାା ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥ#ଲୋ ଶେଷରେ ସ୍ୱନାମଧନ୍ୟ ଶିଳ୍ପୀମାନଙ୍କ ଦ୍ୱାରା ଭଜନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥ#ଲାା
ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜୟଦେବ ଭବନ ପରିସରରେ ନବନିର୍ମିତ “ଗୀତଗୋବିନ୍ଦ ସଦନ’ ପ୍ରେକ୍ଷାଳୟ ଉଦ୍ଘାଟନ କରିଥ#ଲୋ ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ବିଜୁ ପଟ୍ଟନାୟକଙ୍କ ଜୀବନୀ ଆଧାରିତ ବିଭିନ୍ନ ବିରଳ ଫଟୋଚିତ୍ର ସମ୍ବଳିତ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ଉଦ୍ଘାଟନ କରି ଅନ୍ୟାନ୍ୟ ଅତିଥ#ମାନଙ୍କ ସହିତ ବୁଲି ଦେଖ#ଥ#ଲୋ

Share in top social networks!
Powered By Indic IME