ଜୟଦେବ ଭବନ ପରିସରରେ ନବନିର୍ମିତ ଗୀତଗୋବିନ୍ଦ ସଦନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଓଡ଼ିଆ ଜାତିର ମହାନାୟକ, ଆଧୁନିକ ଓଡ଼ିଶାର ନିର୍ମାତା, କଳିଙ୍ଗ ସ୍ୱାଭିମାନର ପ୍ରତୀକ, ଦ୍ୱିତୀୟ ଖାରବେଳ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ତମ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନବନିର୍ମିତ ଗୀତଗୋବିନ୍ଦ ସଦନକୁ ଆଜି ସନ୍ଧ୍ୟାରେ ଲୋକାର୍ପିତ କରିଛନ୍ତିା
ଏହି ଲୋକାର୍ପଣ ଉତ୍ସବରେ ସୂଚନା ଓ ଲୋକସଂପର୍କ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଗାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ଭୁବନେଶ୍ୱର(ମଧ୍ୟ) ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତି, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥ#ଲୋ
ସୂଚନାଯୋଗ୍ୟ ଯେ ୩୪ ହଜାର ୭୪୧ ବର୍ଗ ଫୁଟ ପରିମିତ ଏହି ସଦନ ନିର୍ମାଣରେ ୬ କୋଟି ୬୩ ଲକ୍ଷ ୬ ହଜାର ୬୩୯ ଟଙ୍କା ବିନିଯୋଗ କରାଯାଇଛିା ତିନିମହଲା ବିଶିଷ୍ଟ ଏହି ସଦନର ୧୧ ହଜାର ୫୯୫ ବର୍ଗ ଫୁଟ ପରିମିତ ଭୂତଳ, ୭ ହଜାର ୨୪୪ ବର୍ଗଫୁଟ ପରିମିତ ତଳ ମହଲା, ୭ ହଜାର ୮୦୦ ବର୍ଗଫୁଟ ପରିମିତ ପ୍ରଥମ ମହଲା ଓ ୮ ହଜାର ୧୦୨ ବର୍ଗ ଫୁଟ ପରିମିତ ଦ୍ୱିତୀୟ ମହଲା
ରହିଛିା ଭୂତଳରେ ପ୍ରାୟ ୩୦ଟି ଯାନ ପାର୍କିଂର ସୁବିଧା ଥ#ବାବେଳେ ତଳମହଲାରେ ୯୦ ଜଣ ବ୍ୟକ୍ତି ଖାଇ ପାରିବା ଭଳି ଭୋଜନାଳୟ, ପ୍ରଥମ ମହଲାରେ ଥ#ବା ପ୍ରେକ୍ଷାଳୟରେ ୧୬୪ ଜଣ ବ୍ୟକ୍ତି ବସି ପାରିବେ ଓ ସମ୍ମିଳନୀ କକ୍ଷରେ ୫୧ଟି ସିଟ୍ର ବ୍ୟବସ୍ଥା ରହିଛିା ଦ୍ୱିତୀୟ ମହଲାରେ ପାଠାଗାରର ବ୍ୟବସ୍ଥା ରହିଛି ଓ ଏଥ#ରେ ୧୦୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରିପାରିବୋ ଇ-ପାଠାଗାରରେ ୨୦ ଜଣ ଛାତ୍ରଛାତ୍ରୀ କମ୍ପୁ୍ୟଟର ମାଧ୍ୟମରେ ଅନ୍ଲାଇନ୍ରେ ଉପାଦେୟ ପୁସ୍ତକମାନ ପଠନ କରିପାରିବୋ
ପ୍ରକାଶ ଥାଉକି ୨୦୧୩ ମସିହା ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ସଦନର ଭିତ୍ତିପ୍ରସ୍ତର ସ୍ଥାପନ କରିଥ#ଲୋ ସଦନର ନିର୍ମାଣ କାର୍ଯ୍ୟ ସେହି ବର୍ଷ ଡିସେମ୍ବର ୫ ତାରିଖରୁ ଆରମ୍ଭ ହୋଇଥ#ଲାା ଏହି ସଦନ ରାଜଧାନୀବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନକୁ ସାକାର କରିପାରିଛି ଏବଂ ଯେଉଁ ଅନୁଷ୍ଠାନମାନେ ଜୟଦେବ ଭବନର ମୁଖ୍ୟ ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମମାନ ଆୟୋଜନ କରିବା ପାଇଁ ସ୍ଥାନାଭାବରୁ ଅସମର୍ଥ ହେଉଥ#ଲେ ସେମାନେ ଏହା ଦ୍ୱାରା ଉପକୃତ ହୋଇପାରିବୋ

Share in top social networks!
Powered By Indic IME