ପଂଚାୟତିରାଜ ଦିବସରେ ମୁଖ୍ୟମନ୍ତ୍ରୀଙ୍କ “ଆମ ଗାଁ, ଆମ ବିକାଶ” ଯୋଜନାର ଶୁଭାରମ୍ଭ ପ୍ରସଙ୍ଗରେ ବାସ୍ତବତାରେ ନୁହେଁ, କେବଳ ପ୍ରଚାରରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ : ସମୀର ମହାନ୍ତି

ବାସ୍ତବତାରେ ନୁହେଁ, କେବଳ ପ୍ରଚାରରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ । ବିକାଶର ମିଛ ପ୍ରତିଶୃତି ଦେଇ ନିରୀହ ରାଜ୍ୟବାସୀଙ୍କୁ ପ୍ରତାରଣା ଦେବାରେ ସମସ୍ତ ସୀମା ମୁଖ୍ୟମନ୍ତ୍ରୀ ଉଲ୍ଲଂଘନ କରିସାରିଛନ୍ତି । ଦୀର୍ଘ ୧୮ ବର୍ଷ ଶାସନରେ ରହି ରାଜ୍ୟ ବିକାଶର ମିଥ୍ୟା କଥା କହି କେବଳ ଯେ ପ୍ରତାରଣା ଦେଇଛନ୍ତି ତା ନୁହେଁ, ବରଂ ରାଜ୍ୟବାସୀଙ୍କୁ ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛକୁ ନେଇଯାଇଛନ୍ତି ବୋଲି ରାଜ୍ୟ ବିଜେପି ଉପ ସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।
ଗ୍ରାମାଂଚଳବାସୀ ନାନାଦି ମୈାଳିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାନୀୟ ଜଳ, ସଡକ, ବିଜୁଳିଠୁ ଆରମ୍ଭ କରି ବିଦ୍ୟାଳୟରେ ଶ୍ରେଣୀଗୁହ ଅଭାବ ଆଦି ବହୁ ସମସ୍ୟା ଗ୍ରାମାଂଚଳରେ ପରିଲକ୍ଷିତ । ପ୍ରଧାନମନ୍ତ୍ରୀଙ୍କ ନିଦେ୍ର୍ଧଶ କ୍ରମେ ଗ୍ରାମାଂଚଳର ବିକାଶ ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇ ସିଧାସଳଖ ଭାବେ ପଂଚାୟତମାନଙ୍କୁ ବ୍ୟବସ୍ଥିତ ଅର୍ଥ ଆସିବ । ଏହା ଦ୍ୱାରା ସ୍ଥାନୀୟ ଗ୍ରାମାଂଚଳର ବିକାଶରେ ବାଧା ସୃଷ୍ଟି ନ ହେବା ସହ ଭ୍ରଷ୍ଟାଚାର ବନ୍ଦ ହୋଇପାରିବ । ମାତ୍ର ବିକାଶ ବିରୋଧୀ ରାଜ୍ୟ ସରକାର ଏଭଳି ଏକ ଜନ ହିତକର ଯୋଜନାରେ ବାଧକ ସାଜିଛନ୍ତି । ଅନ୍ୟ ପଟେ ନିଜ ଅପାରଗତାକୁ ଲୁଚାଇବା ପାଇଁ ପୁଣି ଥରେ ଅପପ୍ରୟାସ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜୁ ବାବୁଙ୍କ ଜନ୍ମ ଦିନକୁ ପଂଚାୟତ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା “ଆମ ଗାଁ, ଆମ ବିକାଶ” ମଧ୍ୟ କେବଳ ପ୍ରଚାର ସର୍ବସ୍ୱ । ଭିଡିଓ କନଫରେନସିଂ ଜରିଆରେ ସାଧାରଣ ଜନତାଙ୍କ ଦାବୀକୁ ସରପଂଚଙ୍କ ଜରିଆରେ ମାନି ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ଅନୁମୋଦନ କରିବା ସଂପୂର୍ଣ୍ଣ ଅବାସ୍ତବ ଏବଂ ହାତ୍ସ୍ୟାସ୍ପଦ । ଏହି ଯୋଜନାରେ କେବଳ କମୁ୍ୟନିଟି ସେଂଟର, ମନ୍ଦିର, ମସଜିଦ୍ ଆଦି ନିର୍ମାଣ କରାଯିବା ଶାସକ ବିଜେଡିଠାରୁ ହୀନ ରାଜନୀତିର ଗନ୍ଧ ବାରି ହୋଇପଡୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପିସି କାରବାର ହିଁ ରାଜ୍ୟ ବିକାଶରେ ବାଧକ ସାଜିଛି ବୋଲି ମୁଖ୍ୟମନ୍ତ୍ରୀ ସ୍ୱୀକାର କରିସାରିଛନ୍ତି । ଏହି ଯୋଜନା ମାଧ୍ୟମରେ ଗ୍ରାମାଂଚଳର ବିକାଶ ହେବା ପରିବର୍ତେ ପିସି କାରବାର ବୃଦ୍ଧି ପାଇବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦଳୀୟ ନିର୍ବାଚନ ପାଣ୍ଠି ଗଢି ତୋଳିବାରେ ସହାୟକ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଭାରତୀୟ ଜନତା ପାର୍ଟି ଓଡିଆଙ୍କ ହକ୍ ପାଇଁ ଲଢିବ । ରାଜ୍ୟବାସୀ ମଧ୍ୟ ଏହାକୁ ଅନୁଭବ କରିବା ସହ ବିଜେପି ପ୍ରତି ଆସ୍ଥା ପ୍ରକଟ କରିଲେଣି । ଏଥିରେ ବିବ୍ରତ ଓ ବିଚଳିତ ହୋଇ ମୁଖ୍ୟମନ୍ତ୍ରୀ ଅଯଥାରେ ଏଭଳି ମିଛ ଅଭିନୟ ପୁଣି ଆରମ୍ଭ କରି ଦେଇଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।

Share in top social networks!
Powered By Indic IME