ଫଗୁଣ ଯୁବ ମହୋତ୍ସବ ଆନକୂଲ୍ୟରେ ପବିତ୍ର ହୋଲି ଉତ୍ସବ ପାଳିତ

ଫଗୁଣ ଯୁବ ମହୋତ୍ସବ କମିଟି ପକ୍ଷରୁ ଆଇଆରସି ଭିଲେଜ ସ୍ଥିତ ବିଜୁପଟ୍ଟନାୟକ କଲେଜ ଛକଠାରେ ୨୦ତମ ଯୁବ ମହୋତ୍ସବ ଗତ ୧ ଓ ୨ ତାରିଖ ଦୁଇଦିନ ଧରି ଅନୁÂିତ ହୋଇଯାଇଅଛି । ଉତ୍ସବର ଉପଦେଷ୍ଟା ରୋଟାରିୟନ ବି.କେ ଶର୍ମା, କମିଟିର ସଭାପତି ଅଶୋକ କୁମାର ଦାଶ, ମୁଖ୍ୟ ଉପଦେଷ୍ଟା ଯୁବମାନସର ପ୍ରତୀକ ତଥା ଭୁବେଶ୍ୱର ଜିଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ, ବରିÂ ଆଇନ୍ଜୀବି କଂଗ୍ରେସ ନେତା ଶିବାନନ୍ଦ ରାୟ, ରାଜ୍ୟ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥି ଓ ସଂକୁନା କହଁର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ପୂର୍ବରୁ ଅନୁÂିତ ନୃତ୍ୟ ପ୍ରତିଯୋଗିତାରେ କୃତିପ୍ରତିଯୋଗୀ ମାନଙ୍କୁ ପୁରସ୍କାର କରାଯାଇଥିଲା । ଏହି ଅବସରରେ ଜଣାସୁଣା ଚଳଚିତ୍ର ତାରକା ଜ୍ୟୋତିପ୍ରକାଶ ନାୟକ, ଖଳନାୟକ ଭାବରେ କାଳିଚରଣ ଆ•ର୍ଯ୍ୟ, ସମାଜ ସେବିକା, ସୋନାଲି ସାହୁ, ଗୀତିକାର ସୁଚିତ୍ରା ସାହୁ, ଏସ୍ରାଜେନ୍ଦ୍ର କୁମାର ରାଓ, ରାଜୀବ ଶାସମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୋନି ପରି•ଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅକ୍ଷୟ ବାରିକ, ଅନିଲ ଦାଶ, ମନୋରଞ୍ଜନ ବେହେରା, ପରେଶ ପଣ୍ଡା, ସୁଶାନ୍ତ ରାଏ, ଚିନ୍ମୟ ସ୍ୱାଇଁ, ସରୋଜ ବେହେରା, ବାବୁଲାଲ ସ୍ୱାଇଁ, ମନୋରଞ୍ଜନ ମହାପାତ୍ର, ଦୀପକ ଦିଗଲ, ପପୁନି ଦିଗଲ, ଭରତ ରଣା, ଶ୍ରୀନାଥ ପଟ୍ଟନାୟକ, ଦେବାଶିଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ବିଜୁ ପଟ୍ଟନାୟକ କଲେଜ ଛକ କ୍ଷୁ୍ୟଦ୍ର ବ୍ୟବସାୟୀ ସଂଘ, ବିଶ୍ୱକର୍ମା ଅଟୋମହାସଂଘ, ଗଜଲକ୍ଷ୍ମୀ ପୂଜା କମିଟିର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା ।

Share in top social networks!
Powered By Indic IME