ଶ୍ରେଣୀ ଗୃହ ଅଭାବ, ଗୋଟିଏ କୋଠରୀରେ ଚାଲିଛି ୫ଟି ଶ୍ରେଣୀ ।

Khaira Kishorenagar School (2) ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ପଚାଂୟତ କିଶୋରୀନଗର ନୋଡାଲ ଉ.ପ୍ରା ବିଦ୍ୟାଳୟରେ ସରକାରଙ୍କ ନଜର ଆଢୁଆଳରେ ରହିଯାଇଥିଲା ବେଳେ ଶିକ୍ଷକ ଶ୍ରେଣୀ ଗୃହ ଅଭାବରୁ ଶିକ୍ଷାଦାନରେ ସମସ୍ୟା ଦେଖା ଦେଇଛି । ସରକାରଙ୍କ ଦ୍ୱାରା ଏହି ସ୍କୁଲଟି ନୋଡାଲ ସ୍କୁଲର ମାନ୍ୟତା ଲାଭ ପରେ ପ୍ରଥମରୁ ଅÂମ ଶ୍ରେଣୀ ଯାଏଁ ଶିକ୍ଷାଦାନ ଚାଲି ରହିଛି । କିଛିଦିନ ପୂର୍ବେ ଏଠାରେ ସରକାରଙ୍କ ଦ୍ୱାରା ୧୦ ଲକ୍ଷ ବ୍ୟୟରେ ସର୍ବଶିକ୍ଷା ଅଭିଯାନ ଦ୍ୱାରା ବିଦ୍ୟାଳୟ ଗୃହ ନିର୍ମାଣ କରାଯାଇଥିଲା । କିଛି ବର୍ଷ ପରେ ବିଦ୍ୟାଳଟି ନଷ୍ଟ ହୋଇଯାଇଥିବାରୁ ବିପଦ ସଂଙ୍କୁଳ ହେବା ନେଇ ସେହି ଗୃହରେ ଶିକ୍ଷାଦାନକୁ ସମ୍ପୁଣ୍ଣ ବନ୍ଦ କରାଯାଇଛି । ପାଖରେ ଥିବା ଅତିରିକ୍ତ ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ତିନୋଟି ଗୃହରେ ଚାଲିଛି ଶିକ୍ଷାଦାନ । ଗୋଟିଏ ଗୃହରେ ଅଷ୍ଟମ ଶ୍ରେଣୀ, ଅନ୍ୟ ଏକ ଶ୍ରେଣୀ ଗୃହରେ ଷÂ, ସପ୍ତମ ଚାଲିଥିଲା ବେଳେ ପ୍ରଥମରୁ ପଚଂମର ଛାତ୍ର ଛାତ୍ରୀ ଗୋଟିଏ ଗୃହରେ ଶିକ୍ଷା ଗ୍ରହଣ କରୁଛନ୍ତି । ଯାହାକି ବସିବା ପାଇଁ ସ୍ଥାନ ସମସ୍ୟା ଦେଖାଦେଇଥିଲା ବେଳେ ପିଲାମାନେ ଆଳୁବସ୍ତା ନଦିଲା ପରି ପାଠ ପଢୁଛନ୍ତି । ଗୋଟିଏ ବିଷୟକୁ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ କରିଥିବା ବେଳେ ପ୍ରଥମରୁ ପଚଂମ ପିଲା ମାନେ ଶୁଣିଥାନ୍ତି । ଯାହାକି ଶ୍ରେଣୀ ଗୃହ ଅଭାବରୁ ଶିକ୍ଷାଦାନ ଓ ଗ୍ରହଣରେ ଅନ୍ତରାୟ ସୃଷ୍ଟି କରିଛି । ୧୦୭ ଛାତ୍ର ଛାତ୍ରୀଙ୍କୁ ନେଇ ଚାଲିଥିବା ଏହି ବିଦ୍ୟାଳୟକୁ ଆଖପାଖ ୧୦ ଗୋଟି ଗ୍ରାମରୁ ଛାତ୍ର ଛାତ୍ରୀ ମାନେ ପାଠ ପଢିବା ପାଇଁ ଆସିଥାନ୍ତି । ୪ ବର୍ଷରୁ ଉର୍ଦ୍ଧ ଏହି ବିଦ୍ୟାଳଟି ଶିକ୍ଷାଦାନ ଓ ଗ୍ରହଣରେ ସମସ୍ୟା ଦେଇ ଗତି କରୁଛି । ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମେଧାବି ଛାତ୍ର ହୋଇ ପୂର୍ବରୁ ବିଦ୍ୟାଳୟର ଟେକ ରଖିଥିଲାବେଳେ ତାହା ଏବେ ସ୍ୱପ୍ନ ହେବାକୁ ବସିଛି । ଏ ବିଷୟରେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତର ଚେୟାରମ୍ୟାନ୍ ଜଳଧର ଜେନା , ବର୍ତ୍ତମାନର ଚେୟାରମ୍ୟାନ୍ ବାସନ୍ତି ବାରିକ ଓ ଅଚଂଳବାସୀ ପ୍ରଶାସନ, ବିଧାୟକଙ୍କ ପାଖରେ ଦାବି କରୁଥିଲେ ମଧ୍ୟ ସମସ୍ୟା ପ୍ରତି ଆନ୍ତରିକତା ନଥିବାର ଅଭିଯୋଗ କରିଛନ୍ତି । ବିଇଓ ଦ୍ୱାୟିତ୍ୱରେ ଥିବା ଏବିଇଓ ବାସୁଦେବ ରାଉତ ବିଦ୍ୟାଳୟର ସମସ୍ୟା ପ୍ରତି ନଜର ଦିଆଯାଇଥିବା ବେଳେ ଶିକ୍ଷକ ନିଯୁକ୍ତ ମିଳିଲେ ନିଯୁକ୍ତି ଦିଆଯିବା ସହିତ ନୂତନ ଶ୍ରେଣୀ ଗୃହ ପାଇଁ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME