ବିଜୟ ଉତ୍ସବ ପାଳିଲା ବିଜେଡି

DXHbM6JVwAArlfo ବିଜେପୁର ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀନୀ ରୀତା ସାହୁଙ୍କ ବିଜୟ ଖବର ଜାଣିବା
ପରେ ଆଜି ବିଜୁ ଜନତା ଦଳ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ କର୍ମୀ ଓ ନେତାଙ୍କ ଭିଡ଼ ବୃଦ୍ଧି ପାଇବା ସହିତ ସମସ୍ତେ ଖୁସି
ମନାଇଥିଲେ । ବିଜେଡିରୁ ରୀତା ସାହୁ ବିଜୟିନୀ ହେବା ଖବର ବିଧିବଦ୍ଧ ଭାବେ ଘୋଷଣା ହେବା ପୂର୍ବରୁ ଅଣଆନୁÂାନିକ ଭାବେ
ବିଜୟ ଖବର ମିଳିବା ସହିତ କାର୍ଯ୍ୟାଳୟରେ ବିଜେଡିର ମନ୍ତ୍ରୀ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଓ ସାଂଗଠନିକ
କର୍ମକର୍ତ୍ତାମାନଙ୍କ ଗହଳି ଲାଗି ରହିଥିଲା । ବାଜା, ବାଣ ମଧ୍ୟରେ ସମସ୍ତେ ବିଜେପୁର ବିଜୟ ଖୁସିରେ ମିଷ୍ଟାନ ପରସ୍ପରକୁ ଖୁଆଇଥିଲେ ।
ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇବା ସହିତ ଉପସ୍ଥିତ ଦଳୀୟ କର୍ମକର୍ତ୍ତା ଓ ନେତାମାନେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ପରେ ଦଳୀୟ କାର୍ଯ୍ୟାଳୟରୁ ସମସ୍ତେ ଏକ ଶୋଭାଯାତ୍ରାରେ ନବୀନ ନିବାସ
ଯାଇଥିଲେ । ସେଠାରେ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ
ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ ବିଜେପୁର ଜନସାଧାରଣଙ୍କ ଅକୁଣ୍ଠ ବିଶ୍ୱାସ ଓ ବିପୁଳ ଭଲପାଇବା ବିଜେଡିକୁ ବିଜୟୀ
କରାଇଛି । ଓଡ଼ିଶାର ଜନସାଧାରଣଙ୍କ ହୃଦୟରେ ବିଜୁ ଜନତା ଦଳ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ଏହା ଦର୍ଶାଉଛି । ଆମ
ଶାନ୍ତିପ୍ରିୟ ଜନସାଧାରଣ, ବିରୋଧୀଙ୍କ ହୀନ ରାଜନୀତି ଓ ହିଂସାକୁ ନାକଚ କରିଛନ୍ତି । ଏହି ଅଭୂତପୂର୍ବ ସଫଳତା ପାଇଁ ଅକ୍ଲାନ୍ତ
ପରିଶ୍ରମ କରିଥିବା ପ୍ରତ୍ୟେକ ବିଜେଡି କର୍ମୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ସମର୍ପିତ ଭାବେ ଲୋକଙ୍କ ସେବା ଏବଂ ଓଡ଼ିଶାକୁ ସମୃଦ୍ଧ,
ଶକ୍ତିଶାଳୀ କରିବା ପାଇଁ ଆମ କର୍ତ୍ତବ୍ୟ ଜାରି ରହିବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ । ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ
ଏବଂ ନବୀନ ନିବାସରେ ପାଳିତ ବିଜୟ ଉତ୍ସବରେ ଉପସ୍ଥିତ ଥିବା ନେତୃବୃନ୍ଦଙ୍କ ମଧ୍ୟରେ ଦଳର ସାଧାରଣ ସଂପାଦକ ତଥା
ବିଧାୟକ ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଅନୁଭବ ମହାନ୍ତି, ବିଧାୟକ
ପ୍ରିୟଦର୍ଶୀ ମିଶ୍ର, ଉମାକାନ୍ତ ସାମନ୍ତରାୟ, ମୁକ୍ତିକାନ୍ତ ମଣ୍ଡଳ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଯୁବ ବିଜେଡି ସଭାପତି
ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଡେପୁଟି ମେୟର
କେ. ଶାନ୍ତି, ଭୁବନେଶ୍ୱର ମହିଳା ସଭାନେତ୍ରୀ ଭାରତୀ ସିଂହ, ଶ୍ରୀମୟୀ ମିଶ୍ର, ଏଲିନା ଦାଶ, ମହାମାୟା ସ୍ୱାଇଁ, ସନ୍ତୋଷ ବେଜ, ଦୁର୍ଗା
ସାମନ୍ତରାୟ, କୁନ ବିହାରୀ ଦାସଙ୍କ ସମେତ ବହୁ କର୍ପୋରେଟ୍‍ର, ଦଳୀୟ କାର୍ଯ୍ୟକର୍ତ୍ତା, ଯୁବ-ଛାତ୍ର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Share in top social networks!
Powered By Indic IME