ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ “କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଚେୟାର’ ବୁଝାମଣା ପତ୍ର ସ୍ୱାକ୍ଷରିତ: ରାଜ୍ୟ ସରକାରଙ୍କ ପକ୍ଷରୁ ୩.୬ କୋଟି ଟଙ୍କା ପ୍ରଦାନ

IMG_20180228_131120
ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର, ପ୍ରସାର ଓ ଗବେଷଣା ନିମନ୍ତେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ କବି
ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଓଡ଼ିଆ ଚେୟାର୍ ପ୍ରତିଷ୍ଠା ହେବ । ଆଜି ପୂର୍ବାହ୍ନରେ ବନାରସଠାରେ ଏହି ମର୍ମରେ
ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ
ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳ ସଚିବ ଡ଼.ନୀରଜ ତ୍ରିପାଠୀ ଏହି
ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ଓଡ଼ିଶା ସରକାର ଏହି ଚେୟାର୍ ପ୍ରତିଷ୍ଠା ପାଇଁ ୩.୬କୋଟି ଟଙ୍କା ପ୍ରଦାନ
କରିଛନ୍ତି । ଚେୟାରଟିକୁ ଓଡ଼ିଆ ଭାଷା ସାହିତ୍ୟର ମହାନ ସାଧକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ
କରାଯାଇଛି ।
ଓଡ଼ିଆ ଭାଷାର ଅଧ୍ୟୟନ ଓ ଗବେଷଣା ଏବଂ ଏହାର ସାଂସ୍କୃତିକ ପରମ୍ପରାକୁ ଅନ୍ୟ ବିଶ୍ୱବିଦ୍ୟାଳୟ ତଥା
ଶିକ୍ଷାନୁଷ୍ଠାନରେ ପ୍ରସାର କରିବା, ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଓ ଗବେଷଣା ପାଇଁ ଉତ୍ସାହିତ କରିବା,
ଓଡ଼ିଆ ଭାଷା-ସାହିତ୍ୟ-ସଂସ୍କୃତି-ଲୋକପ୍ରଥା-ପ୍ରନ#ତାତ୍ତ୍ୱିକ ବିଭବ ବାବଦରେ ଗବେଷଣା କରିବା ଏବଂ ଅଣ-
ଓଡ଼ିଆ ଭାଷାଭାଷୀଙ୍କ ପାଖକୁ ଓଡ଼ିଆ ସାହିତ୍ୟର ଇତିହାସ ଓ ଲୋକପ୍ରଥାକୁ ପହଞ୍ଚାଇବା ଲକ୍ଷ୍ୟରେ ଏପରି ଚେୟାର୍
ପ୍ରତିଷ୍ଠା କରାଯାଇଛି ।
ଆଜିର ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବରିଷ୍ଠ ପଦାଧ#କାରୀ ଓ ବନାରସ ହିନ୍ଦୁ
ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ଅଧ#କାରୀମାନେ ଉପସ୍ଥିତ ଥ#ଲେ । ବାରାଣସେୟ ଉତ୍କଳ ସମାଜ ତରଫରୁ ପ୍ରଫେସର
ତ୍ରିଭୁବନ ମୋହନ ମହାପାତ୍ର, ପ୍ରଫେସର ବିମଳ କିଶୋର ପଣ୍ଡା, ପ୍ରଫେସର ପ୍ରଦୋଷ ମିଶ୍ର, ପ୍ରଫେସର ଗୋପବନ୍ଧୁ
ମିଶ୍ର, ପ୍ରଫେସର କଲ୍ୟାଣ ଘଡେ଼ଇ ଓ ଡ଼. ଅମୀୟ କୁମାର ସାମଲ ଆଦି ଉପସ୍ଥିତ ଥ#ଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ମାର୍ଚ୍ଚ ମାସରେ ଓଡ଼ିଆ ଭାଷାକୁ ଏକ ଶାସ୍ତ୍ରୀୟ ଭାଷା ଭାବରେ
ଭାରତ ସରକାର ମାନ୍ୟତା ପ୍ରଦାନ କରିଥ#ଲେ । ଗତବର୍ଷ ଡ଼ିସେମ୍ବର ମାସରେ ପୁରୀଠାରେ ସ୍ୱତନ୍ତ୍ର କ୍ୟାବିନେଟ୍
ବସି ସଂସ୍କୃତି ବିଭାଗ ନାମ ପରିବର୍ତ୍ତନ କରାଯାଇ ଏହାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନାମରେ
ନାମିତ କରାଯାଇଥ#ଲା । ସେହିପରି ଗତବର୍ଷ ଫେବୃଆରୀ ୨୨ ତାରିଖରେ ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ
ବିଶ୍ୱବିଦ୍ୟାଳୟରେ ଆଦି କବି ସାରଳା ଦାସଙ୍କ ନାମରେ ଚେୟାର ପ୍ରତିଷ୍ଠା କରାଯାଇଥ#ଲା । ରାଜ୍ୟ ସରକାର
ଏଥ#ପାଇଁ ୫ କୋଟି ଟଙ୍କା ପ୍ରଦାନ କରିଥ#ଲେ । ଏପରି ଚେୟାର ପ୍ରତିଷ୍ଠା ଫଳରେ ମର୍ଯ୍ୟାଦାବନ୍ତ ଓଡ଼ିଆ ଭାଷା
ବିଶ୍ୱସ୍ତରୀୟ ହେବ ବୋଲି ବୁଦ୍ଧିଜୀବୀ ଓ ସାହିତି୍ୟକ ମହଲରେ ଆନନ୍ଦ ପ୍ରକାଶ ପାଇବା ସହିତ ଓଡ଼ିଅ ଭାଷାର
ଭବିଷ୍ୟତ ନିମନ୍ତେ ଆଉ ଏକ ସ୍ମରଣୀୟ ଅଧ୍ୟାୟ ଯୋଡ଼ି ହେଲା ବୋଲି ମତପ୍ରକାଶ ପାଇଛି ।