ବିଜେପୁର ଉପ ନିର୍ବାଚନର ଜନାଦେଶକୁ ବିଜେପି ନମ୍ରତାର ସହ ସ୍ୱୀକାର କରୁଛି: Dharmendra Pradhan

27866948_1624968627586710_7171832390280521617_nବିଜେପୁର ଉପ ନିର୍ବାଚନର ଜନାଦେଶକୁ ବିଜେପି ନମ୍ରତାର ସହ ସ୍ୱୀକାର କରୁଛି । ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ତାଙ୍କର ବିଜୟ ପାଇଁ ସାଧୁବାଦ ଜଣାଉଛି ।

କଂଗ୍ରେସ ଦଳ ବିଜୁ ଜନତା ଦଳ ସହ ଏକ ଅହେତୁକ ଓ ଅଦୃଶ୍ୟ ବୁଝାମଣା ଥିବା ସମ୍ପର୍କରେ ବିଜେପି ଯେଉଁ ଅଭିଯୋଗ କରୁଥିଲା ଏହି ନିର୍ବାଚନ ଫଳାଫଳ ତାକୁ ପ୍ରମାଣିତ କରୁଛି । ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତା ସମ୍ପର୍କରେ ବିଜେପି ତାର ଅଭିମତକୁ ବିଜେପୁରର ଜନସାଧାରଣକୁ ସଠିକ ଭାବେ ବୁଝାଇବାରେ ସଫଳ ହୋଇ ପାରି ନାହିଁ ।

କଂଗ୍ରେସ ରାଜ୍ୟ ରାଜନୀତିରେ ଅପ୍ରାସଙ୍ଗିକ ହୋଇ ଯିବାର ବାର୍ତା ଏହି ନିର୍ବାଚନରେ ମତଦାତା ମାନେ ଦେଇଛନ୍ତି । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହିସାବରେ ଆହୁରି ମୁଖର ଭାବେ ଜନ ସମସ୍ୟାକୁ ନେଇ ବିଜେପି କାମ କରିବ ।
ଏହି ପରାଜୟକୁ ନେଇ ଦଳ ଆତ୍ମ ସମୀକ୍ଷା କରିବ ଓ ଶିକ୍ଷା ଗ୍ରହଣ କରିବ, ଏହା ୨୦୧୯ ନିର୍ବାଚନ ପାଇଁ ସହାୟକ ହେବ ।

Share in top social networks!
Powered By Indic IME