ଉଦ୍ଧାର ଟଙ୍କା ପାଇଁ ସାଙ୍ଗ ହତ୍ୟା କଲା ସାଙ୍ଗକୁ,ଅଭିଯୁକ୍ତକୁ ଗିରଫ କଲା ଚେନାଇପୁଲିସ ବାରିକପୁରରୁ ।

File photo of late Amar Khatuaବାଲେଶ୍ୱର ଜିଲ୍ଲା ଖଇରା ଥାନା ସୁଣ୍ଢିରା ଚାନ୍ଦଗୋଛି ଗ୍ରାମର ମାୟାଧର ଖଟୁଆଙ୍କ ସାନ ପୁଅ ଅମର (୩୨) ଚେନ୍ନାଇ ସ୍ଥିତ ଥରାଇପନମ୍ ସ୍ଥିତ ସିଷ୍ଟା କମ୍ପାନୀର ହାଉସ୍ କିପର ଭାବେ କାର୍ଯ୍ୟ କରୁଥିଲେ । ସେ ଚଳିତ ମାସ ୧୮ ତାରିଖ ଠାରୁ ନିଖୋଜ ଥିବାର ସେହି କମ୍ପାନୀର ମାନବ ସମ୍ବଳ ଅଧିକାରୀ ଅଜିତ୍ ଡଙ୍ଗି ତାଙ୍କ ବଡଭାଇଙ୍କୁ ଖବର ଦେଇଥିଲେ । ଅମରର ନିଖୋଜ ଖବରର ପ୍ରକୃତ ରହସ୍ୟ ଲୋକଲୋଚନକୁ ଆଣିବାପାଇଁ କମ୍ପାନୀ ସେଠାକାର ସ୍ଥାନୀୟ ପୋଲିସର ସାହାଯ୍ୟ ଲୋଡିଥିଲେ । ସିଏସଟି କମ୍ପାନି ଏଥିନେଇ ଏକ କେସ୍ ରୁଜୁ କରିବା ପରେ ପୁଲିସ ତଦନ୍ତ ଚଳାଇଥିଲା ।ଘଟଣାରୁ ପ୍ରକାଶ ଅମର ଉଦ୍ଧାର ଟଙ୍କା ମାନସଠାରୁ ଧାରନେଇ ଫେରାଇନଥିଲା । ଅମର ୫୦ହଜାର ଟଙ୍କା ବ୍ୟାଙ୍କରୁ ଉଠାଇ ଘରକୁ ପଠାଇବା ଖବର ପାଇ ମାନସ ଅମରକୁ ଧାର ଟଙ୍କା ମାଗିଥିଲ । ପରେ ୨ଜଣକ ଭିତରେ ବଚସା ହୋଇଥିଲା । ବଚସା ମଧ୍ୟରେ ମାନସ ଅମରର ମୁଣ୍ଡକୁ କାଠ ଫାଳିଆରେ ଶକ୍ତ ପ୍ରହାର କରିଥିଲା । ଫଳରେ ଅମରର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।ମାନସ ନୁରୁପାୟ ହୋଇ ଅମର ଉପରେ ଘରେଥିବା ସମସ୍ତ ଆସବାବ ପତ୍ର ଲଦିଦେଇ ଘରଚାବି ପକାଇ ଘରକୁ ଆସୁଥିଲା ଚେନାଇ ପୁିଲିସ କୌଣସି ସୂତ୍ରରୁ ଖବର ପାଇ ଅମର ରହୁୁଥିୁବା ଚେନାଇର ଟେକଟାୱାର ବନ୍ଦ କୋଠରୀଭିତରୁ ପଚିଯାଇଥିବା ମୃତ ଶରୀରକୁ ଉଧାର କରିଥିଲା । ଚେନାଇର ଥୁରାଇ ପାକାକମ ଥାନା ର କେଶ ନଂ ୩୦୦/୧୮ ନରହତ୍ୟା ମାମଲା ରୁଜୁ କରି ତାର ସହଯୋଗି ମାନଙ୍କୁ ପୁଲିସ ତନାଘନା କରୁଥିଲା । ଏଥିରେ ଚେନାଇ ପୁଲିସ ସଦଳବଳେ ଓଡିଶାର ବିଭିନ୍ନ ସ୍ଥାନ ଚଢଉକରି ମୁଖ୍ୟ ଅଭିଯୁକ୍ତ ମାନସକୁ ଭଦ୍ରକ ଜିଲା କେନ୍ଦୁଆପଦା ଥାନା ବାରିକ ପୁର ଅଂଚଳରୁ ଗିରଫ କରି ତଦନ୍ତ ଚାଲୁରଖିଥିଲା ବେଳେ ଅମରଠାରୁ ମାନସ ୫୦ହଜାର ଟଙ୍କା ଆଣି ଟ୍ରନେରେ ବସି ଝରକା ବାଟେ ଉଡାଇ ଦେଇଥିବାର ଚେନାଇ ପୁଲିସ ନିକଟରେ ପ୍ରକାଶ କରିଛି । ମୃତ ଅମରର ବଡଭାଇ ଅମୁଲ୍ୟ ଉକ୍ତ ଅର୍ଥ ଅମର ପାଖରେ ଥିଲା ବେଳେ କେମିତି ଉଡାଇ ଦେଲା ବୋଲି ଅଭିଯୋଗ କରିଛନ୍ତି । ମୃତ ଅମରର ପିତା ମାତା ତାର ବିବାହ ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ସାଙ୍ଗ ତାର ବୈରି ସାଜି ତାକୁ ହତ୍ୟା କରଥିବା ଘଟଣା ସଂପୃକ୍ତ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି ।

Share in top social networks!
Powered By Indic IME