ଆଇଆଇଏମ୍ସିର ରୌପ୍ୟ ଜୟନ୍ତୀ ସମାରୋହ ଆରମ୍ଭ

IIMC SILVER JUBILEEକେବଳ ରାଜନେତା, ଉତ୍ତମ ଶାସନ କିମ୍ବା ସଫଳ ବ୍ୟକ୍ତିତ୍ୱଙ୍କ ଯୋଗୁଁ ଦେଶ ଶ୍ରେÂ ହୋଇପାରିବନି । ସାରା ବିଶ୍ୱରେ ଦେଶର ନାମ ଉଜ୍ଜ୍ୱଳ ତଥା
ଶ୍ରେÂ ଦେଶରେ ପରିଣତ କରିବାକୁ ହେଲେ ବିଶ୍ୱସ୍ତରୀୟ ପ୍ରତିÂାନ ଗଢ଼ିବାକୁ ହେବ ବୋଲି କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ । ଭାରତୀୟ ଜନ ସଞ୍ଚାର ସଂସ୍ଥାନର ରୌପ୍ୟ ଜୟନ୍ତୀ ସମାରୋହ ଆରମ୍ଭ ହୋଇଛି । ଉଦ୍ଘାଟନୀ ଦିବସରେ ଅତିଥିଭାବେ ଯୋଗଦେଇ ଶ୍ରୀ ବାଗ୍ଚୀ କହିଛନ୍ତି,
ଜାପାନ ବିକଶିତ ହେବା ପଛରେ ଏହାର ଟେକ୍ନୋଲୋଜିର ଭୂମିକା ଅନେକ ।

ସେଠାକାର କମ୍ପାନୀଗୁଡ଼ିକ କେବଳ ଉପôାଦ ବିକ୍ରି କରୁନାହାନ୍ତି, ବରଂ ଟେକ୍ନୋଲୋଜିର ବିଭିନ୍ନ ସ୍ତର ଉପରେ ଅଧିକରୁ ଅଧିକ ଗବେଷଣା କରୁଛନ୍ତି । ସେହିପରି ଭାରତରେ ଥିବା ସମସ୍ତ ଶିକ୍ଷାନୁÂାନରେ ବିଭିନ୍ନ ବିଷୟ ଉପରେ ଜଟିଳ ଗବେଷଣା ଦରକାର । ଏଥିପାଇଁ ଉତ୍ତମ ଶିକ୍ଷାନୁÂାନର ଆବଶ୍ୟକତା ରହିଛି । ହେଲେ ଏ ପର୍ଯ୍ୟନ୍ତ ଆମ ଦେଶରେ ଆମେ ପ୍ରତିÂାନର ଗୁରୁତ୍ୱ ବୁଝିପାରୁନାହେଁ । ତେଣୁ ପ୍ରଥମେ ପ୍ରତିÂାନର ଗୁରୁତ୍ୱ ବୁଝିବାକୁ ହେବ । ଏହାସହ ଆମେ କେବଳ ସଫଳତା ଓ ଲକ୍ଷ୍ୟ ହାସଲ ପଛରେ ଧାଇଁଲେ ହେବନି, ବରଂ ଆମକୁ ପ୍ରଥମେ ଦେଶ, ତା’ପରେ ସଂସ୍ଥା ଓ ଶେଷରେ ନିଜ କଥା ଭାବିବା ଦରକାର ବୋଲି ସେ ମତବ୍ୟକ୍ତ କରିଛନ୍ତି । ଅନ୍ୟତମ ଅତିଥିଭାବେ ଯୋଗଦେଇ ପୂର୍ବତନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓ କହିଛନ୍ତି, ଦେଶର ମହାନ୍ ଇତିହାସ,
ପରମ୍ପରା ଓ ଅବଦାନ ରହିଛି । କିନ୍ତୁ ବର୍ତ୍ତମାନ ଶିକ୍ଷା ଓ ମାନବ ସମ୍ବଳର ବିକାଶ ସବୁଠୁ ଅଧିକ ପ୍ରୟୋଜନ । ଉତ୍ତମ ଶିକ୍ଷା ଓ ଜ୍ଞାନୋଦୟ ପାଇଁ ଆଇଆଇଏମ୍ସି ପରି
ସବୁ ଅନୁÂାନ ଉତ୍ସର୍ଗୀକୃତ ହେବା ଆବଶ୍ୟକ । ଆଇଆଇଏମ୍ସି ଜାତୀୟ ସ୍ତରର ଅନୁÂାନ ହୋଇଥିଲେ ମଧ୍ୟ ଏହାର ପରିଚୟ ଅନ୍ତର୍ଜାତୀୟସ୍ତରର । ସେ
ଢେଙ୍କାନାଳର ଉଦାହରଣ ଦେଇ କହିଛନ୍ତି, ଦିନ ଥିଲା ଢେଙ୍କାନାଳ ସ୍କୁଲ୍ ଅର୍ଥାତ୍ ବର୍ତ୍ତମାନର ବ୍ରଜନାଥ ବଡ଼ଜେନା ବିଦ୍ୟାଳୟ ଯାହାକୁ ‘ମଣିଷ ଗଢ଼ା ଅନୁÂାନ’ ବୋଲି
କୁହାଯାଉଥିଲା । ଏଠାରୁ ଅନେକ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇ ଦେଶ ଗଠନରେ ଭାଗୀଦାର ହୋଇଛନ୍ତି । ତେଣୁ ଆଜିକାଲିର ଯୁବକଯୁବତୀମାନେ ଏ ଦେଶ ପାଇଁ
ଚିନ୍ତା କରି କାର୍ଯ୍ୟ କରିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି ।

ଦୁଇଦିନିଆ ସମାରୋହରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ଆଇଆଇଏମ୍ସିର ମହାନିଦେ୍ର୍ଧଶକ କେ.ଜି. ସୁରେଶ କହିଛନ୍ତି, ସାମ୍ବାଦିକତାର
ଭବିଷ୍ୟତ ହେଉଛି ଆଞ୍ଚଳିକ ଭାଷା । ଲୋକେ ନିଜ ଅଞ୍ଚଳର ବା କହୁଥିବା ଭାଷାରେ ଖବର ପଢ଼ିବାକୁ ଓ ଦେଖିବାକୁ ଚାହୁଁଛନ୍ତି । ଏ ସ୍ଥିତିରେ ଆଞ୍ଚଳିକ ଭାଷାରେ ସାମ୍ବାଦିକତା ପାଠ୍ୟକ୍ରମର ବେଶ୍ ଭୂମିକା । ଏଥିପାଇଁ ଆଇଆଇଏମ୍ସି, ଢେଙ୍କାନାଳର ଢେର ଅବଦାନ ରହିଛି । ସାରା ଦେଶର ଅନ୍ୟ ଆଇଆଇଏମ୍ସି ଶାଖା
ପାଇଁ ଆଇଆଇଏମ୍ସି ଢେଙ୍କାନାଳକୁ ରୋଲ୍ ମଡେଲ୍ଭାବେ ନିଆଯାଇ ଆଗାମୀ ଦିନରେ ଆଞ୍ଚଳିକ ଭାଷାରେ ସାମ୍ବାଦିକତାକୁ ଅଧିକ ଗୁରୁତ୍ୱ ଦିଆଯିବ । ସେ ଆହୁରି
କହିଛନ୍ତି, ବିକାଶମୂଳକ ଯୋଗାଯୋଗ ପାଇଁ ‘ଗୋÂୀ ବେତାର’ର ଗୁରୁତ୍ୱ ରହିଛି । ଏହାକୁ ଆଖି ଆଗରେ ରଖି ଆଇଆଇଏମ୍ସି ଢେଙ୍କାନାଳରେ ଖୁବ୍ ଶୀଘ୍ର ଏକ ଗୋÂୀ
ବେତାର କେନ୍ଦ୍ର ଖୋଲାଯିବାକୁ ଯୋଜନା କରାଯାଉଛି । ଏହାସହ ଏଠାରେ ଏକ ଜାତୀୟ ସ୍ତରର ‘ଗଣମାଧ୍ୟମ ସଂଗ୍ରହାଳୟ’ ଖୋଲାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଉତ୍ସବରେ ଅନ୍ୟତମ ଅତିଥିଭାବେ ଆଇଆଇଏମ୍ସି, ନୂଆଦିଲ୍ଲୀର ଆକାଡେମିକ୍ ଡିନ୍ ପ୍ରଫେସର ବିଜୟ ପରମାର୍ କହିଛନ୍ତି, ଆଇଆଇଏମ୍ସି ଢେଙ୍କାନାଳର ଏ ଯାତ୍ରା
ପଛରେ ଏହାର ଅଧ୍ୟାପକ, କର୍ମଚାରୀଙ୍କ ବିଶେଷ ଭୂମିକା ରହିଛି । ସେମାନଙ୍କ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବ ହିଁ ଆଜି ଏ ସଂସ୍ଥାନକୁ ଅନନ୍ୟ ପରିଚୟ
ଦେଇଛି । ସେହିଭଳି ଆଇଆଇଏମ୍ସି ଆଞ୍ଚଳିକ ଶାଖାଗୁଡ଼ିକର ମେଣ୍ଟର୍ ପ୍ରଫେସର ଗୀତା ବାମ୍ଜାଇ କହିଛନ୍ତି, ସାମ୍ବାଦିକତା ପାଇଁ ଢେଙ୍କାନାଳର ପରିବେଶ ବହୁତ
ଭଲ । ଏହା ଛୋଟିଆ ସହରଟିଏ ହୋଇଥିଲେ ମଧ୍ୟ ଏଠାରେ ସଂଘର୍ଷର କାହାଣୀ ଦେଖିବାକୁ ମିଳେ । ତେଣୁ ଏଠାରେ ସାମ୍ବାଦିକତା ଶିକ୍ଷା ନେଉଥିବା ଛାତ୍ରଛାତ୍ରୀମାନେ
ସାମ୍ବାଦିକତାର ବାସ୍ତବ ବିଭବ ଜାଣିପାରୁଛନ୍ତି ।
ଅଧ୍ୟକ୍ଷତା କରି ଆଇଆଇଏମ୍ସି, ଢେଙ୍କାନାଳର ଆଞ୍ଚଳିକ ନିଦେ୍ର୍ଧଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, କୌଣସି ସଂସ୍ଥାନର ୨୫ ବର୍ଷ ପୂର୍ତ୍ତି ବହୁତ ଅଧିକ ହୋଇନପାରେ,
ହେଲେ ବିଶ୍ୱସନୀୟତା ପ୍ରତିÂା ଓ ପଥ ଦେଖାଇବା ପାଇଁ ଏହା ଯଥେଷ୍ଟ । ତେବେ ଆଇଆଇଏମ୍ସି, ଢେଙ୍କାନାଳର ଏ ବୟସରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ
କ୍ଷେତ୍ରରେ ଏହାର କାର୍ଯ୍ୟକାରିତା ନେଇ ଆମେ ସଙ୍କଳ୍ପବଦ୍ଧ । ବର୍ତ୍ତମାନ ଉଭୟ ଅତୀତ ଓ ବର୍ତ୍ତମାନକୁ ଦେଖିବାର ବେଳ ବୋଲି ଶ୍ରୀ ଚାଟାର୍ଜୀ କହିଛନ୍ତି ।
ଏହି ଅବସରରେ ସଂସ୍ଥାନ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ସମ୍ବାଦ ପ୍ରସଙ୍ଗ-୨’ ଓ ‘ମିଡିଆ ୩୬୦ ଡିଗ୍ରୀ’ ଉନ୍ମୋଚିତ ହୋଇଛି । ଧନ୍ୟବାଦ ଅର୍ପଣ କରିଛନ୍ତି ଇତିଶ୍ରୀ
ସିଂହ ରାଠୋର ।
ପରବର୍ତ୍ତୀ ବୈଷୟିକ ଅଧିବେଶନରେ ସୁବ୍ରତ ବାଗ୍ଚୀ ‘ଦକ୍ଷତା, ବିକାଶ ଓ ଗଣତନ୍ତ୍ର’ ଉପରେ ଆଲୋଚନା କରି କହିଛନ୍ତି, ଉତ୍ତମ ଯୋଗାଯୋଗ ଏବଂ
ସାମ୍ବାଦିକତା ହିଁ ଗବେଷଣା । ତେଣୁ ସାମ୍ବାଦିକତା ଛାତ୍ରଛାତ୍ରୀମାନେ ନିଜ ବିଷୟ ଉପରେ ଅଧିକରୁ ଅଧିକ ଗବେଷଣା କରିବା ସହ ଅନ୍ୟ ବିଷୟରେ ମଧ୍ୟ ଜ୍ଞାନ
ଆହରଣ କରିବା ଜରୁରୀ । ଏହା କରିପାରିଲେ ସାମ୍ବାଦିକତାର ବିଭିନ୍ନ ବିଭବ ଉପରେ ଚିନ୍ତା କରିହେବ ଓ ଦେଶକୁ ବିକାଶ ଦିଗରେ ଆଗେଇ ନେଇହେବ । ପରେ
‘ଜ୍ଞାନର ଗଣତନ୍ତ୍ରୀକରଣ’ ଉପରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର, ପ୍ରସାର ଭାରତୀର ପୂର୍ବତନ ଉପ ମହାନିଦେ୍ର୍ଧଶକ
ଅଭୟ ପାଢ଼ୀ, ପ୍ରଫେସର ବିଜୟ ପରମାର୍ ଆଲୋଚନା କରିଛନ୍ତି । ଶେଷ ଅଧିବେଶନରେ ‘ଗଣମାଧ୍ୟମ ଦ୍ୱାରା ବିଚାର’ ଉପରେ ପ୍ରଫେସର ଗୀତା ବାମ୍ଜାଇ,
ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ପ୍ରଫେସର ବିଜୟ ମହାପାତ୍ର ଓ ଖ୍ୟାତନାମା ସାମ୍ବାଦିକ ତଥା ଶିକ୍ଷାବିତ ସ୍ନେହାଶିଷ ସୁର ଆଲୋଚନା କରିଛନ୍ତି । ସନ୍ଧ୍ୟାରେ
ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Share in top social networks!
Powered By Indic IME