ପାରାଦୀପ ପିସିପିଆଇଆର୍ ପାଇଁ କୋରିଆନ୍ ପୁଞ୍ଜିନିବେଶ ଲୋଡ଼ିଲା ଓଡ଼ିଶା

Sanjeev Chopra, PS Industries, Govt of Odisha pitching Paradip PCPIR for Korean investments ବିଶ୍ୱର ପେଟ୍ରୋଲିୟମ, କେମିକାଲ୍ସ ଏବଂ ପ୍ଲାଷ୍ଟିକ୍ କ୍ଷେତ୍ର ନିମନ୍ତେ ପୁଞ୍ଜିନିବେଶ ଏବଂ ଅଭିବୃଦ୍ଧି ପାଇଁ ପାରାଦୀପଠାରେ ଥିବା ପେଟ୍ରୋଲିୟମ, କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ଇନ୍ଭେଷ୍ଟମେଣ୍ଟ ରିଜିଅନ୍ (ପିସିପିଆଇଆର୍) ଏକ ଆଦର୍ଶ ପେଣ୍ଠ । ଦ୍ୱିତୀୟ ସଂସ୍କରଣ ମେକ୍ ଇନ୍ ଓଡ଼ିଶା ୨୦୧୮ ପ୍ରସ୍ତୁତିର ଅଂଶସ୍ୱରୂପ ଓଡ଼ିଶା ସରକାର ମଙ୍ଗଳବାର କୋରିଆନ୍ ନିବେଶକଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ।
ପେଟ୍ରୋଲିୟମ୍, କେମିକାଲ୍ସ, ପେଟ୍ରୋକେମିକାଲ୍ସ ଏବଂ ଆଲଏଡ୍ କ୍ଷେତ୍ରରେ ସ୍ୱତନ୍ତ୍ର ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଏବଂ ଆକୃଷ୍ଟ ସହ ଏକ ଅନୁକୂଳ ବ୍ୟବସାୟ ପରିବେଶ ଯୋଗାଇବା ଉଦେ୍ଧଶ୍ୟରେ ପାରାଦୀପଠାରେ ପିସିପିଆଇଆର୍ ବିକାଶ କରାଯାଉଛି । ଭାରତରେ ପ୍ରସ୍ତାବିତ ୪ଟି ପିସିପିଆଇଆର୍ ମଧ୍ୟରୁ ଏହା ଗୋଟିଏ ଏବଂ ଭାରତର ଅନ୍ୟତମ ସର୍ବବୃହତ ମାଲବାହୀ ବନ୍ଦର, ପାରାଦୀପ ବନ୍ଦର ନିକଟରେ ଅବସ୍ଥିତ, ଯାହାକି ଇଣ୍ଡୋ-ଚାଇନିଜ୍ ଅଞ୍ଚଳ ଏବଂ ପୂର୍ବ ଏସିଆର ସମସ୍ତ ବଜାରର ପ୍ରବେଶ ପଥ ।
ଦ୍ୱିତୀୟ ଇଣ୍ଡୋ-କୋରିଆ ବିଜ୍ନେସ୍ ସମିଟ୍ ୨୦୧୮ରେ ପାରାଦୀପ ପିସିପିଆଇଆର୍ରେ ଥିବା ପୁଞ୍ଜିନିବେଶ ସୁଯୋଗ ଶୀର୍ଷକ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ସଞ୍ଜୀବ ଚୋପ୍ରା, ପ୍ରମୁଖ ସଚିବ, ଶିଳ୍ପ ବିଭାଗ, ଓଡ଼ିଶା ସରକାର କହିଲେ, “ପାରାଦୀପ ପିସିପିଆଇଆର୍ର ବିଭିନ୍ନ ପ୍ରକାର ରଣନୀତିକ ଫାଇଦା ରହିଛି: ଯଥା କେମିକାଲ ଓ ପେଟ୍ରୋକେମିକାଲ ଡାଉନ୍ଷ୍ଟ୍ରିମ୍ ଶିଳ୍ପ ପାଇଁ ସହଜରେ କଞ୍ଚାମାଲ ଉପଲବ୍ଧତା, ଫିଡ୍ଷ୍ଟକ୍ ଆମଦାନି ପାଇଁ ପର୍ଯ୍ୟାପ୍ତ ବନ୍ଦର କ୍ଷମତା, ଶିଳ୍ପ ଅନୁକୂଳ ଶ୍ରମିକ ଗୋÂୀ, ପ୍ରତିଯୋଗିତାମୂଳକ ମୂଲ୍ୟରେ ବିଜୁଳି, ଜଳ ଉପଲବ୍ଧତା । ଓଡ଼ିଶା ଶିଳ୍ପ ବିଭାଗ ପ୍ଲାନ୍: ଭିଜନ୍ ୨୦୨୫ରେ ମଧ୍ୟ କେମିକାଲ୍ସ, ପ୍ଲାଷ୍ଟିକ୍ ଏବଂ ପେଟ୍ରୋକେମିକାଲ୍ସ ଏକ ପ୍ରମୁଖ ଫୋକସ୍ କ୍ଷେତ୍ର ରହିଛି । ପେଟ୍ରୋଲିୟମ, କେମିକାଲ ଏବଂ ପେଟ୍ରୋକେମିକାଲ୍ ଉପôାଦର ବର୍ଦ୍ଧିିତ ଚାହିଦାକୁ ଦୃଷ୍ଟିରେ ରଖି ଆମେ ଏହି କ୍ଷେତ୍ରରେ ବୃହତ ଧରଣର ସୁଯୋଗ ଚିହ୍ନଟ କରିଛୁ ଏବଂ ଆଲଏଡ୍ ଶିଳ୍ପର ଅଭିବୃଦ୍ଧି ପାଇଁ ପାରାଦୀପ ପିସିପିଆଇଆର୍ରେ ଏବେ ଏକ ବିଶ୍ୱଶ୍ରେଣୀୟ ଭିତ୍ତିଭୂମି ବିକାଶ କରୁଛୁ । ଏହି ପ୍ରକଳ୍ପ ୬,୦୦,୦୦୦ରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା ରଖାଯାଇଛି ।”
୧୩,୬୪୩ କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୨୮୪ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ (ସ୍ୱତନ୍ତ୍ର ଭାବେ ଶିଳ୍ପାଞ୍ଚଳ ଏବଂ ସହଯୋଗୀ ବିକାଶ ପାଇଁ ୧୨୩ ବର୍ଗ କିଲୋମିଟର ପ୍ରକ୍ରିୟାକରଣ ଅଞ୍ଚଳ) ପାରାଦୀପ ପିସିପିଆଇଆର୍ ସାର ୟୁନିଟ୍, ମାନୁଫାକ୍ଚରିଂ ୟୁନିଟ୍ ଏବଂ ଫିଡ୍ଷ୍ଟକ୍ ଉପଲବ୍ଧତା ସହ ଏକ ପୂର୍ଣ୍ଣ ବିକଶିତ ଇକୋସିଷ୍ଟମ । ଏହି ପ୍ରକଳ୍ପରେ ୧୫ ଏମ୍ଏମ୍ଟିପିଏ କ୍ଷମତାର ବିଶୋଧନାଗାର ସହ ଭାରତର ସର୍ବବୃହତ ରାଷ୍ଟ୍ରାୟତ୍ତ ତୈଳ ଏବଂ ଗ୍ୟାସ ନିଗମ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଆଙ୍କର ଟେନାଣ୍ଟ ରହିଥିବା ବେଳେ ଅନ୍ୟ ପ୍ରମୁଖ କମ୍ପାନି ମଧ୍ୟରେ ଇଫ୍କୋ, ପାରାଦୀପ ଫସ୍ଫେଟ୍, ସ୍କଲ୍ ବ୍ରେୱେରିଜ୍ ଏବଂ ଏସାର ପ୍ରମୁଖ ରହିଛନ୍ତି ।
ଏହାସହ ଜଡ଼ିତ ଏକ କାର୍ଯ୍ୟକ୍ରମ ସ୍ୱରୂପ ଓଡ଼ିଶା ସରକାର ୧୨୦ ଏକର ଜମି ଉପରେ ପାରାଦୀପ ପ୍ଲାଷ୍ଟିକ୍ ପାର୍କ ବିକାଶ କରୁଛନ୍ତି । ଏଥିରେ ଡାଉନ୍ଷ୍ଟ୍ରିମ୍ ପ୍ଲାଷ୍ଟିକ୍ ଶିଳ୍ପ ନିମନ୍ତେ ପଲିମର୍ରୁ ପ୍ଲାଷ୍ଟିକ୍ ଉପôାଦ ବିକାଶ ପାଇଁ ୱେର୍ହାଉସ୍ଠାରୁ ଆରମ୍ଭ କରି କଞ୍ଚାମାଲ ଓ ଫିନିସ୍ ଉପôାଦ ଓ ପ୍ୟାକିଂ ପର୍ଯ୍ୟନ୍ତ ସବୁ ପ୍ରକାର ସୁବିଧା ଗୋଟିଏ ଛାତ ତଳେ ଯୋଗାଇ ଏକ ଷ୍ଟେଟ୍-ଅଫ୍-ଦି-ଆର୍ଟ ମାନୁଫାକ୍ଚରିଂ ବେସ୍ ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି ।

Share in top social networks!
Powered By Indic IME