ଓଡ଼ିଶା ଇଲେକ୍ସନ ୱାଚ ସମ୍ମିଳନୀ ରାଜନୈତିକ ଦଳର ଖର୍ଚ୍ଚ ଉପରେ ସିଲିଂ ରହୁ ଅପରାଧ ପୃଷ୍ଟଭୂମି ଥିଲେ ଟିକଟ ଦେବା ଉଚିତ ନୁହେଁ

598A2838 ରାଜନୈତିକ ଦଳଗୁଡ଼ିକ ପାଇଁ ନିର୍ବାଚନ ଖର୍ଚ୍ଚର ସୀମା ନିର୍ଦ୍ଧାରଣ ସହିତ ଖର୍ଚ୍ଚ ନିୟନ୍ତ୍ରଣ ପାଇଁ ଅଙ୍କୁଶ ପ୍ରୟୋଗ କରିବାର ଜରୁରୀ ଆବଶ୍ୟକତା ରହିଛି । ଏଥିସହିତ ଅପରାଧ ପୃÂଭୂମି ଥିବା ଲୋକଙ୍କୁ ଟିକଟ ଦିଆଯିବା ଉଚିତ ନୁହଁ ବୋଲି ବହୁ ବକ୍ତା ମତପୋଷଣ କରିଛନ୍ତି ।
ଓଡ଼ିଶା ଇଲେକ୍ସନ ଓାଚ ପକ୍ଷରୁ ଆୟୋଜିତ ନିର୍ବାଚନ ଓ ରାଜନୈତିକ ସଂସ୍କାର ଉପରେ ତ୍ରୟୋଦଶ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ଆସୋସିଏସନ ଫର ଡେ଼ମୋକ୍ରାଟିକ ରିଫର୍ମସ ତଥା ନ୍ୟାସନାଲ ଇଲେକ୍ସନ ୱାଚର ପ୍ରତିÂାତା ପ୍ରଫେସର ତ୍ରିଲୋଚନ ଶାସ୍ତ୍ରୀ କହିଥିଲେ ଯେ ନିର୍ବାଚନ ପ୍ରକ୍ରିୟା ଦିନକୁ ଦିନ ଅର୍ଥସର୍ବସ୍ୱ ହୋଇପଡ଼ୁଛି । ଏଥିପାଇଁ ମତଦାତାଙ୍କୁ ଜାଗ୍ରତ କରିବାର ସମୟ ଆସିଛି । ଅପରାଧ ପୃÂଭୂମି ଥିବା ବ୍ୟକ୍ତି ନିର୍ବାଚନ ଲଢ଼ିବା ଅନୁଚିତ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପୂର୍ବତନ ମୁଖ୍ୟ ଶାସନ ସଚବି ସହଦେବ ସାହୁ କହିଥିଲେ ଯେ ଅଧିକାଂଶ ଅସାଧୁ ନେତା ରାଜନୀତିକୁ ଏବେ ବ୍ୟବସାୟ ବୋଲି ଭାବୁଛନ୍ତି । ଭଲ ଲୋକ ବାଛିଲେ ଗଣତନ୍ତ୍ର ସୁଦୃଢ଼ ହେବ ।ଭଲ ଲୋକ ନଥିଲେ ନୋଟାରେ ଭୋଟ ଦେବା ଉଚିତ ।
ଓଡ଼ିଶା ଇଲେକ୍ସନ ୱାଚର ସଂଯୋଜକ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ଭୋଟର ସଚେତନ ହେଲେ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଦୂର ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ନିର୍ବାଚନରେ ଦୁର୍ନୀତି ଓ ଅନୟମିତତା, ଅର୍ଥ ଅପଚୟ, ଅପରାଧପ୍ରବଣତା ଓ ହିଂସା ଆଦି ପ୍ରସଙ୍ଗ ଉପରେ ଆଲୋଚନାଚକ୍ର ଅନୁÂିତ ହୋଇଥିଲା । କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଥିଲେ ଯେ ଆଜିକାଲି ନେତାଙ୍କ କଥା ଓ କାମରେ ତାଳମେଳ ରହୁନି । ନିର୍ବାଚନକୁ ଦୁର୍ନୀତିମୁକ୍ତ ରଖିବାକୁ ହେଲେ ନିର୍ବାଚନ କମିଶନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯିବା ସହିତ ତଳୁ ଉପର ପର୍ଯ୍ୟନ୍ତ ସ୍ୱତନ୍ତ୍ର କ୍ୟାଡ଼ର କରାଯିବାର ଆବଶ୍ୟକତା ରହିଛି । ଭୋଟରଙ୍କୁ ପ୍ରଲୋଭିତ କରିବା ଓ ଭୟ ଦେଖାଇବା ଦ୍ୱାରା ସେମାନେ ବିଭ୍ରାନ୍ତ ହେଉଛନ୍ତି, ଆମେ ଚାହିଁଲେ ନିର୍ବାଚନକୁ ସ୍ୱଚ୍ଛ ଓ ସୀମିତ ବ୍ୟୟରେ କରିପାରିବା । ଏଥିପାଇଁ ଷ୍ଟେଟ ଫଣ୍ଡିଂ ସପକ୍ଷରେ ସେ ମତ ରଖିଥିଲେ । ସାମ୍ବାଦିକ ଅଶୋକ ପ୍ରଧାନ କହିଥିଲେ ଯେ ବ୍ୟାପକ ଜନସଚେତନତା ଦ୍ୱାରା ହିଁ ନିର୍ବାଚନୀ ପ୍ରକ୍ରିୟାରେ ହେଉଥିବା ଅନିୟମିତତାକୁ ରୋକି ହେବ ।
ସିପିଆଇ(ଏମ)ର ନେତା ସନ୍ତୋଷ ଦାସ କହିଥିଲେ ଯେ ସବୁ ରାଜନୈତିକ ଦଳ ପାଇଁ ନିର୍ବାଚନ ଖର୍ଚ୍ଚ ଉପରେ ସିଲିଂ ଧାର୍ଯ୍ୟ ହେବା ଦରକାର । ବିଜେପି ସଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଥିଲେ ଯେ ଏବେ ଟଙ୍କା ଦେବା ଓ ନିର୍ବାଚନରେ ଜିତିବା ଏକ ବେଞ୍ଚମାର୍କ ହେଲାଣି । କିନ୍ତୁ ଏହା ଭିତରେ ମଧ୍ୟ ଅନେକ ଭଲ ଲୋକ ଅଛନ୍ତି ଯାହାଙ୍କୁ ଲୋକ ଚିହ୍ନିବା ଦରକାର । ଭୋଟ ପାଇଁ ପ୍ରଲୋଭନ ଦେବା ଓ ଏହାକୁ ଗ୍ରହଣ କରିବା ଉଭୟ ଅପରାଧ । ଏ ବ୍ୟବସ୍ଥାରେ ପରିବର୍ତ୍ତନ ଦରକାର । ଲୋକ ପରିବର୍ତ୍ତନ ନହେଲେ ଜନମତ ପରିବର୍ତ୍ତନ ହେବନି । ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ସଜ୍ଜନ ଶର୍ମା ମଧ୍ୟ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଦରକାର ବୋଲି କହିଥିଲେ ।
ବିଜେଡ଼ିର ତେଜେଶ୍ୱର ପରିଡ଼ା କହିଥିଲେ ଯେ ଭୋଟରଙ୍କ ଭିତରେ ରାଜନୈତିକ ସଚେତନତାର ଅଭାବ ଏବେ ଚିନ୍ତାର ବିଷୟ । ନିର୍ବାଚନରେ ଅସାଧୁ ଅର୍ଥ କାରବାର ଉପରେ ଅଙ୍କୁଶ ପ୍ରୟୋଗ ପାଇଁ ସଂସ୍କାରର ଆବଶ୍ୟକତା ରହିଛି । ବିଜେଡି ମୁଖପାତ୍ର ସୁଲୋଚନା ଦାସ ଜନସଚେତନତା ଉପରେ ଗୁରୁତ୍ୱ ଦେବା ସହିତ ସଂପ୍ରତ୍ତିକ ଫାଇନାସ୍ ବିଲ୍ର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ ।
କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ନିର୍ବାଚନରେ ଅର୍ଥକାରବାର ନେଇ ଚିନ୍ତା ପ୍ରକଟ କରିଥିଲେ ହେଁ ରାଜନୈତିକ ଦଳଗୁଡ଼ିକୁ ଆରଟିଆଇ ପରିସରଭୁକ୍ତ କଲେ ଏହା ଚାଲିପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଅପରାହ୍ନରେ ଅନୁÂିତ ରାଜନୀତିର ଅପରାଧୀକରଣ ଓ ନିର୍ବାଚନ ହିଂସା ଶୀର୍ଷକ ଆଲୋଚନାଚକ୍ରରେ ଓଡ଼ିଶା ହାଇକୋର୍ଟର ଅଧିବକ୍ତା ଧରଣୀଧର ନାୟକ କହିଥିଲେ ଯେ ୨୦୦୪ରେ ପ୍ରତିଶତ ବ୍ୟକ୍ତିଙ୍କ ନାମରେ ଅପରାଧ ଥିବାବେଳେ ୨୦୧୪ ସୁଦ୍ଧ ତାହା ୩୪ପ୍ରତିଶତରେ ପହଞ୍ଚିଲାଣି । ଏସବୁ ରୋକିବା ଦିଗରେ ଲୋକମତ ସୃଷ୍ଟି କରିବାରେ ରାଜନୈତିକ ନେତା, ସରକାର, ସୁପ୍ରିମକୋର୍ଟ ଓ ନିର୍ବାଚନ କମିଶନରଙ୍କର ଦାୟିତ୍ୱ ରହିଛି । ପ୍ରାର୍ଥୀଙ୍କୁ ଟିକଟ ଦେବା ଓ ଜିତାଇବା ପୂର୍ବରୁ ସେଥିନେଇ କଡ଼ାକଡ଼ି ଯାଞ୍ଚ ହେବା ଦରକାର । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କହି ପୂର୍ବତନ ପୁଲିସ ମହାନିର୍ଦେଶକ ଅମୀୟଭୂଷଣ ତ୍ରିପାଠୀ ଷ୍ଟେଟ ଫଣ୍ଡି ଉପରେ ଗୁରୁତ୍ୱ ଦେବା ସହିତ ନିର୍ବାଚନକୁ ଅର୍ଥ ଓ ବାହୁବଳରୁ କିପରି ରକ୍ଷା କରାଯାଇପାରିବ ସେ ଦିଗରେ ଏବେ ଚିନ୍ତା କରିବାର ସମୟ ଆସିଛି ବୋଲି କହିଥିଲେ । ସିପିଆଇ ନେତା ସୌରୀବନ୍ଧୁ କର, ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି ଆଡ଼ଭୋକେଟ ଧନେଶ୍ୱର ମହାନ୍ତି, ଡା. ସେବା ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରି ନିର୍ବାଚନୀ ହିଂସା କଳାଟଙ୍କାର ପ୍ରୟୋଗ ଆଦିକୁ ବନ୍ଦ କରିବାକୁ ହେଲେ ରାଜ୍ୟ ନୈତିକ ଦଳ ,ନିର୍ବାଚନ କମିଶନ ,ଗଣମାଧ୍ୟମ , ମତଦାତା ତଥା ନିର୍ବାଚନୀ ଦାୟିତ୍ୱରେ ରହୁଥିବା ଅଧିକାରୀମାନଙ୍କର ଗୁରୁ ଦାୟିତ୍ୱ ରହିଛି ।

ବିଭିନ୍ନ ଅଧିବେଶନରେ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର, ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦେଶକ ବୈକୁଣ୍ଠନାଥ ପାଣିଗ୍ରାହୀ , ପୂର୍ବତନ ରାଜ୍ୟ ପୋଲିସ ମହାନିଦେ୍ର୍ଧଶକ ଅମିୟ ଭୂଷଣ ତ୍ରିପାଠୀ ପ୍ରମୁଖ ଅଧ୍ୟକ୍ଷତା କରିଥିଲେ । ଶେଷରେ କ୍ଷମାକର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!
Powered By Indic IME