ବିନାମୂଲ୍ୟରେ ସାନିଟାରୀ ନାପ୍କିନ୍ ବିତରଣ ଯୋଜନା “ଖୁସି”

ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପାଠ ପଢୁଥିବା ୧୭ ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରୀ ଉପକୃତ ହେବେ
ବାର୍ଷିକ ୭୦ କୋଟି ଟଙ୍କା ବ୍ୟୟ ହେବ
28168741_1585905208162528_5256355060056963797_n
କିଶୋରୀ ବାଳିକା ଓ ମହିଳାମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାନିଟାରୀ ନାପ୍କିନ୍ ବିତରଣ ଯୋଜନା “ଖୁସି” ଘୋଷଣା କରିଛନ୍ତି ।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ରାଜ୍ୟ ସରକାର ମହିଳାମାନଙ୍କ ନିମନ୍ତେ ମମତା , ମିଶନ ଶକ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ୫୦ ପ୍ରତିଶତ ସଂରକ୍ଷଣ ଠାରୁ ଆରମ୍ଭ କରି ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ବର୍ତମାନ ସେମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସାନିଟାରୀ ନାପକିନ୍ ଯୋଗାଣ ‘ଖୁସି’ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ଷÂ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀରେ ପାଠପଢୁଥିବା ପ୍ରାୟ ୧୭ଲକ୍ଷ ଛାତ୍ରୀମାନଙ୍କୁ ମାଗଣାରେ ଏହି ସାନିଟାରୀ ନାପକିନ୍ ଯୋଗାଇ ଦିଆଯିବ । ଏଥି ପାଇଁ ବାର୍ଷିକ ୭୦ କୋଟି ଟଙ୍କା ବ୍ୟୟ ହେବ । ଯାହାକି ରାଜ୍ୟ ସରକାର ବହନ କରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।
ବିଭିନ୍ନ ସର୍ବେକ୍ଷଣର ଫଳାଫଳ ଅନୁସାରେ ଅଧିକାଂଶ କିଶୋରୀ ବାଳିକା ଏବଂ ମହିଳା ମାସିକ ଋତୁସ୍ରାବ ସମୟରେ ପାରମ୍ପରିକ ଶୈଳୀ ଅନୁକରଣ କରିଥାଆନ୍ତି ଏବଂ ପରିସ୍କାର ପରିଚ୍ଛନତା ପ୍ରତି ଗୁରୁତ୍ୱ ଦିଅନ୍ତି ନାହିଁ । ଯେଉଁଥିପାଇଁ ଅନେକ ସମୟରେ ସେମାନଙ୍କ ସାମାଜୀକ ଜୀବନରେ ଏହି ସମୟରେ ଅନେକ କଟକଣା ମଧ୍ୟରେ ରହିବାକୁ ହୋଇଥାଏ । ଆମ ରାଜ୍ୟରେ ମହିଳାମାନଙ୍କ ମଧ୍ୟରେ ସେମାନଙ୍କ ଋତୁସ୍ରାବ ସମୟରେ ପରିସ୍କାର ପରିଚ୍ଛନତା ଅଭ୍ୟାସ ବୃଦ୍ଧି ପାଇଁ “ଖୁସି” ଯୋଜନା ଆରମ୍ଭ କରାଯାଇଛି ।
ଏହି ଯୋଜନାରେ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ୬Â ରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ପ୍ରଦାନ କରାଯିବା ସହିତ ସରକାରୀ ସ୍ୱାସ୍ଥ୍ୟ ଅନୁÂାନମାନଙ୍କରେ ପ୍ରସବ ହେଉଥିବା ମହିଳା ଏବଂ ଗର୍ଭପାତ କରାଉଥିବା ମହିଳାମାନଙ୍କୁ ମଧ୍ୟ ବିନାମୂଲ୍ୟରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏତଦ୍ବ୍ୟତିତ ଗୋÂୀ ସ୍ତରରେ ମହିଳା ଏବଂ କିଶୋରୀ ବାଳିକାମାନଙ୍କ ମଧ୍ୟରେ ପରିସ୍କାର ପରିଚ୍ଛନତା ବୃଦ୍ଧି ନିମନ୍ତେ ଉଭୟ ସହରାଂଚଳ ଓ ଗ୍ରାମାଂଚଳରେ ଆଶା କର୍ମୀମାନଙ୍କ ଦ୍ୱାରା ସୋସିଆଲ ମାର୍କେଟିଂ ମାଧ୍ୟମରେ ରିହାତି ମୂଲ୍ୟରେ ୬ ଗୋଟି ସାନିଟାରୀ ନାପକିନ୍ ଥିବା ପାକେଟକୁ ୬ ଟଙ୍କା ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ରାଜ୍ୟରେ ମହିଳାମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦିଗରେ ଆଉ ଏକ ବଳିÂ ପଦକ୍ଷେପ ।

Share in top social networks!
Powered By Indic IME