ମେଡ଼ିକାଲ କଲେଜ୍ମାନଙ୍କରେ ଚୁକ୍ତିଭିତ୍ତିକ ଟୁ୍ୟଟର, ରେସିଡେ଼ଣ୍ଟସ୍ମାନଙ୍କ ପାରିତୋଷିକ ଓ ପ୍ରୋତ୍ସାହନ ରାଶି ବୃଦ୍ଧି ପାରିତୋଷିକ ଓ ପ୍ରୋତ୍ସାହନ ରାଶି ବୃଦ୍ଧି ପାରିତୋଷିକ ଓ ପ୍ରୋତ୍ସାହନ ରାଶି ବୃଦ୍ଧି

ବିଭିନ୍ନ ସରକାରୀ ମେଡ଼ିକାଲ କଲେଜ୍ମାନଙ୍କରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥ#ବା ଟୁ୍ୟଟର, ସିନିଅରରେସିଡେ଼ଣ୍ଟ
ଓ ଜୁନିଅର ରେସିଡେ଼ଣ୍ଟମାନଙ୍କ ପାରିତୋଷିକ ଓ ପ୍ରୋତ୍ସାହନ ଭତ୍ତା ବୃଦ୍ଧି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ
ଦିଆଯାଇଥ#ବା ଏପରି ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ଆଜି ଅନୁମୋଦନ କରିଛନ୍ତି ।
ଏଣିକି ସରକାରୀ ମେଡ଼ିକାଲ କଲେଜ୍ମାନଙ୍କର ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥ#ବା ସ୍ନାତକୋତ୍ତର ଶିକ୍ଷାପ୍ରାପ୍ତ
ଟୁ୍ୟଟରମାନେ ପାରିତୋଷିକ ଓ ଭତ୍ତା ମିଶାଇ ମାସିକ ୭୫ ହଜାର, ସ୍ନାତକୋତ୍ତର ଶିକ୍ଷାନଥ#ବା ଟୁ୍ୟଟରମାନେ
ପାରିତୋଷିକ ଓ ଭତ୍ତା ମିଶାଇ ୭୦ ହଜାର ଟଙ୍କା ପାଇବେ । ସେହିପରି ସିନିଅର ରେସିଡେ଼ଣ୍ଟ ଓ ଜୁନିଅର
ରେସିଡେ଼ଣ୍ଟମାନଙ୍କ ମାସିକ ପାରିତୋଷିକ ପରିମାଣ ଯଥାକ୍ରମେ ୬୫ ହଜାର ଓ ୫୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
ଅନ୍ୟ ପକ୍ଷରେ, ଆୟୁର୍ବେଦିକ ଓ ହୋମିଓପାଥ#ରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଥ#ବା ଛାତ୍ରଛାତ୍ରୀମାନଙ୍କ
ଷ୍ଟାଇପେଣ୍ଡ ପରିମାଣ ବୃଦ୍ଧି କରାଯାଇଛି । ଷ୍ଟାଇପେଣ୍ଡ ପରିମାଣ ବୃଦ୍ଧି ଫଳରେ ସେମାନଙ୍କୁ ଏଣିକି ମାସିକ ୧ମ ବର୍ଷ
୧୫ ହଜାର, ୨ୟ ବର୍ଷ ୧୬ ହଜାର ଓ ୩ୟ ବର୍ଷ ୧୭ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ । ପୂର୍ବରୁ ଏହି ସ୍ନାତକୋତ୍ତର
ଛାତ୍ରଛାତ୍ରୀମାନଙ୍କ ଷ୍ଟାଇପେଣ୍ଡ ପରିମାଣ ମାସିକ ଯଥାକ୍ରମେ ୧୦ ହଜାର, ୧୦ ହଜାର ୫ଶହ ଓ ୧୧ ଜହାର ଟଙ୍କା
ଥ#ଲା ।

Share in top social networks!
Powered By Indic IME