ମାର୍ଚ୍ଚ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଡ଼ିଶା ଏମ୍ଏସ୍ଏମ୍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୧୮

IMG_20180226_174439
ଓଡ଼ିଶା ଏମ୍ଏସ୍ଏମ୍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୧୮ ଆସନ୍ତା ମାର୍ଚ୍ଚ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ଏଥ#ରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବା ଏହି ବାଣିଜ୍ୟ ମେଳାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବୋ ଏଥ#ରେ ପ୍ରାୟ ୫୦୦ରୁ ଊ–ର୍ ଘରୋଇ ଓ ଅନ୍ତର୍ଜାତୀୟ ପ୍ରତିନିଧ# ଯୋଗଦେବେ ବୋଲି ବିଭାଗ ସୂତ୍ରରୁ ପ୍ରକାଶା ଆଜି ଏମ୍ଏସ୍ଏମ୍ଇ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଅନୁଷ୍ଠିତ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା ଉପସ୍ଥିତ ଥ#ଲୋ
ଶ୍ରୀ ଗୁପ୍ତା ସୂଚନା ଦେଇଥ#ଲେ ଯେ ଏହି ବାଣିଜ୍ୟ ମେଳାରେ ୩୫୦ରୁ ଊ–ର୍ ପ୍ରଦର୍ଶନୀ ଷ୍ଟଲ ସ୍ଥାନ ପାଇବା ୬ଟି ପାଭିଲିୟନ୍ରେ ବିଭକ୍ତ ଏହି ଷ୍ଟଲ୍ଗୁଡ଼ିକ ମଧ୍ୟରୁ ଥ#ମ୍ ପାଭିଲିୟନ୍ରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ସଂପର୍କିତ ପ୍ରଦର୍ଶନୀ ସ୍ଥାନ ପାଇବା ପାଭିଲିୟନ୍-୧ ଅନ୍ତର୍ଜାତୀୟ ଉତ୍ପାଦ ପ୍ରଦର୍ଶନକାରୀ ଏବଂ କେନ୍ଦ୍ର ସରକାରୀ ଉଦ୍ୟୋଗ ପାଇଁ ସଂରକ୍ଷିତ ରହିବା ସେହିଭଳି ପାଭିଲିୟନ୍-୨ରେ ଖାଦ୍ୟ ପ୍ରକ୍ରିୟାକରଣ ଓ ସାମୁଦି୍ରକ ଖାଦ୍ୟ ଉଦ୍ୟୋଗ ପ୍ରଦର୍ଶନୀମାନ ସ୍ଥାନିତ ହେବା ପାଭିଲିୟନ-୩ ମହିଳା ଏବଂ ଅନୁସୂଚିତ ଜାତି ଓ ଜନଜାତି ଉଦ୍ୟୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥ#ବାବେଳେ ପାଭିଲିୟନ୍-୪ରେ ଇଂଜିନିୟରିଂ ଓ ଆନୁଷଙ୍ଗିକ କ୍ଷେତ୍ର, ପାଭିଲିୟନ୍-୫ ଷ୍ଟାର୍ଟଅପ୍ ଓ ରପ୍ତାନୀକାରୀ ଉଦ୍ୟୋଗ କ୍ଷେତ୍ର ସଂପର୍କିତ ପ୍ରଦର୍ଶନୀମାନ ଅନୁଷ୍ଠିତ ହେବା ନାଲ୍କୋ, ଆଇଓସିଏଲ୍, ଗୋଳାବାରୁଦ କାରଖାନା, ଓଡ଼ିଶା ଖଣି ନିଗମ, ଗ୍ରୀଡ଼୍କୋ, ଇପିକଲ୍, ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ, କଏର୍ ବୋର୍ଡ, କୁ୍ୟସିଆଇ, ଜେମ୍ ଆଦି ସଂସ୍ଥା ଏହି ମେଳାରେ ଅଂଶଗ୍ରହଣ ପାଇଁ ସ୍ୱୀକୃତି ପ୍ରଦାନ କରିସାରିଛନ୍ତିା
ଶ୍ରୀ ଗୁପ୍ତା ଆହୁରି କହିଲେ ଯେ ଏହି ମେଳା ଅବସରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କ ନିମନ୍ତେ ପ୍ରତ୍ୟେକ ଦିନ ଏମ୍ଏସ୍ଏମ୍ଇ ସମ୍ବନ୍ଧିତ ବିଭିନ୍ନ ବିଷୟ ଉପରେ ଆଲୋଚନାଚକ୍ରମାନେ ଆୟୋଜିତ ହେବା ଏହି କ୍ରମରେ ମାର୍ଚ୍ଚ ୬ ତାରିଖରେ “ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଓ ରପ୍ତାନୀକାରୀମାନଙ୍କୁ ଋଣ ଓ ବିପଣନ ସଂଯୋଗ’, ମାର୍ଚ୍ଚ ୭ରେ “ଜେଡ଼୍, ଜେମ୍, ଆଇପିଆର୍ ଓ ଡିଜିଟାଲ ବିପଣନ ମାଧ୍ୟମରେ ଏମ୍ଏସ୍ଏମ୍ଇ ବ୍ୟବସାୟର ଅଭିବୃଦ୍ଧି’, ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମାର୍ଚ୍ଚ ୮ରେ “ଏମ୍ଏସ୍ଏମ୍ଇ ବିକାଶ: ମହିଳା, ଅନୁସୂଚିତ ଜାତି ଓ ଜନଜାତି ଉଦ୍ୟୋଗୀ ତଥା ଷ୍ଟାର୍ଟଅପ୍ମାନଙ୍କୁ ଗୁରୁତ୍ୱ’ ମାର୍ଚ୍ଚ ୯ରେ “ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ସମ୍ଭାବନା: ପ୍ୟାକେଜିଂ ଉପରେ ଗୁରୁତ୍ୱ’ ଏବଂ ଶେଷ ଦିନ ମାର୍ଚ୍ଚ ୧୦ ତାରିଖରେ “ମିଶନ-୧୦୦୦ ଷ୍ଟାର୍ଟଅପ୍ସ୍-େଓ୍ୱ ଫରଓ୍ୱାର୍ଡ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା
ଏହି ଆଲୋଚନା ଚକ୍ରଗୁଡ଼ିକରେ ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ଶାସନ ସଚିବ ଶ୍ରୀ ଅରୁଣ ପଣ୍ଡା, ଖାଦ୍ୟ ପ୍ରକ୍ରିୟାକରଣ ଶାସନ ସଚିବ ଶ୍ରୀ ଜେ. ପି. ମୀନା,ଏନ୍ସିଡ଼ିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ଦୀପ ନାୟକ ଯୋଗଦେବୋ ଏହି ମେଳାରେ ଓଡ଼ିଆ ତଥା କଣ୍ଟିନେଣ୍ଟାଲ୍ ଖାଦ୍ୟ ଉପଲବ୍ଧ ହେବା ଏଥ#ରେ ଜଣାଶୁଣା ହୋଟେଲ୍ ଓ ରେସ୍ତୁରାଁମାନଙ୍କ ଦ୍ୱାରା ୧୫ଟି ଖାଦ୍ୟ ଷ୍ଟଲ୍ ସ୍ଥାନିତ ହେବା ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ ବୋଲି ଶ୍ରୀ ଗୁପ୍ତା ସୂଚନା ଦେଇଥ#ଲୋ

Share in top social networks!
Powered By Indic IME