ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦିଲେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି

DSC_2676ବିଜେଡି କର୍ମୀ ଦିଲେଶ୍ୱର ସାହୁଙ୍କୁ ଯେପରି ବିଜେପିର ଗୁଣ୍ଡାମାନେ ଗୁରୁବାର ବିଳମ୍ବିତ ରାତିରେ ଗୁଳିମାଡ଼ କରି ଗୁରୁତର ଭାବେ ଆହତ କଲେ ଓ ଆଜି ତାଙ୍କର ମୃତୁ୍ୟ ଘଟିଲା, ତାହା ଅତ୍ୟନ୍ତ ନିନ୍ଦନୀୟ । ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ବିଜେପୁର ଉପ-ନିର୍ବାଚନରେ ହାରିଯିବା ଆଶଙ୍କାରେ ହତାଶ ହୋଇପଡିଥିବା ବିଜେପିର ଏପରି ଅସହିଷ୍ଣୁ ଆଚରଣ ସଂପୂର୍ଣ୍ଣ ଅମାନୁଷିକ । ବିଜେପି କର୍ମୀ ଓ ଗୁଣ୍ଡାଙ୍କ ଆକ୍ରମଣରେ ଗୁରୁତର ଥିବା ବିଜେଡିର ଆଉ ୩ଜଣ ଏବେ ମଧ୍ୟ ବୁର୍ଲା
ମେଡିକାଲ୍‍ରେ ଚିକିତ୍ସିତ ହେଉଛନ୍ତି । ଉପ-ନିର୍ବାଚନରେ ପରାଜୟ ଆଶଙ୍କା ପରେ ଅଗଣତାନ୍ତ୍ରିକ ହିଂସାର ଲକ୍ଷ୍ମଣରେଖା ଟପିଥିବା
ବିଜେପିର ଏପରି ଆଚରଣକୁ ନିର୍ବାଚନୀ ଅପରାଧ କହିଲେ ମଧ୍ୟ ଯଥେଷ୍ଟ ହେବ ନାହିଁ ।

ବିଜୁ ପରିବାର ସଦସ୍ୟ ଦିଲେଶ୍ୱରଙ୍କ ମରଶରୀର ଆଜି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚôବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ
ଜନତା ଦଳ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶ୍ରୀ
ପଟ୍ଟନାୟକ ଉପସ୍ଥିତ ଦିଲେଶ୍ୱରଙ୍କ ପନôୀ ଓ ପରିବାରବର୍ଗଙ୍କ ସହ କଥା ହୋଇ ସମବେଦନା ଜଣାଇଥିଲେ । ସେ ତାଙ୍କ ପ୍ରତିକ୍ରିୟାରେ
କହିଛନ୍ତି ଯେ ଦିଲେଶ୍ୱରଙ୍କ ମୃତୁ୍ୟରେ ମୁଁ ମର୍ମାହତ । ଏହା ଏକ ଘୃଣ୍ୟ ଅପରାଧ । ଶାନ୍ତିପ୍ରିୟ ଓଡ଼ିଶାରେ ଗୁଳିକାଣ୍ଡକୁ ବରଦାସ୍ତ
କରାଯିବନି । ରାଜ୍ୟବାସୀ ଏହାର ଉଚିତ୍‍ ଜବାବ ଦେବେ । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ନିଆଯିବ । ଦିଲେଶ୍ୱରଙ୍କ
ପରିବାରର ଦାୟିତ୍ୱ ବିଶେଷତଃ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବ ବିଜେଡି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦିଲେଶ୍ୱର ହେଉଛନ୍ତି ଆମ ଦଳର ପୂରାତନ ଯୁବ କର୍ମୀ । ସେ ଏହି ହତ୍ୟା
ଷଡ଼ଯନ୍ତ୍ରରେ ପ୍ରତ୍ୟକ୍ଷ ଭାବେ ଶିକାର ହୋଇଛନ୍ତି, ସେକଥା ଆଉ କାହାରିକୁ ଅଛପା ନାହିଁ । ଏନେଇ ଥାନାରେ ଏକ ମାମଲା ରୁଜୁ
ହୋଇଛି ଏବଂ ପୋଲିସ ପ୍ରଶାସନକୁ କାର୍ଯ୍ୟାନୁÂାନ ଗ୍ରହଣ କରିବା ପାଇଁ ଆମେ ଅନୁରୋଧ କରୁଛୁ । ଯେଉଁମାନେ ଏହି ଘଟଣାରେ
ଉପସ୍ଥିତ ଥିଲେ କେବଳ ସେମାନଙ୍କୁ ନୁହେଁ, ଯେଉଁମାନେ ଏହି ଘଟଣାର ପ୍ରଚ୍ଛଦ ପଟରେ ରହି ଷଡ଼ଯନ୍ତ୍ର କରିଛନ୍ତି, ସେମାନଙ୍କ
ବିରୋଧରେ ମଧ୍ୟ କାର୍ଯ୍ୟାନୁÂାନ ନେବାକୁ ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି ।
ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ଯେ ବିଜେପିର ଶେଷ ସମୟ ଆସିଗଲା । ରକ୍ତମୁଖା ବିଜେପି ଆଜି ପୁଣି ଏକ
ଜୀବନ ନେଇଛି । ବିଜେପି ଭୋଟ ପାଇଁ ଲୋକଙ୍କ ଜୀବନ ନେବାକୁ ପଛାଏ ନାହିଁ, ତାହା ଆଜି ପୁଣିଥରେ ପ୍ରମାଣିତ ହୋଇଛି ।
ଓଡ଼ିଶାବାସୀ ଏଭଳି ନରହନ୍ତା ଦଳ ପ୍ରତି ସତର୍କ ରହିବାକୁ ଶ୍ରୀ ନାୟକ କହିଛନ୍ତି ।
ବିଜୁ ଜନତା ଦଳ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ପ୍ରଦୀପ ମହାରଥୀ, ନୃସିଂହ ସାହୁ, ଅନନ୍ତ ଦାସ, ସାଧାରଣ
ସଂପାଦକ ପଦ୍ମନାଭ ବେହେରା, ଅତନୁ ସବ୍ୟସାଚୀ ନାୟକ, ଡ. ଅରୁଣ କୁମାର ସାହୁ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର,
ସମୀର ରଞ୍ଜନ ଦାଶ, ସରୋଜ ସାମଲ, ପୂର୍ଣ୍ଣଚନ୍ଦ୍ର ସେଠୀ, ବାସନ୍ତୀ ମଲ୍ଲିକ, ସୁବ୍ରତ ତରାଇ, ମାନସ ମାଡ଼କାମୀ, ଯୋଜନା ବୋର୍ଡ
ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସ, ମେୟର ଅନନ୍ତ ନାରାୟଣ ଜେନା, ସୁବାସ ସିଂହ, ରାଜ୍ୟ ସଂପାଦକ ବିଜୟ ନାୟକ, ଜିଲ୍ଲା ବିଜେଡି
କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ଡେପୁଟ ମେୟର କେ. ଶାନ୍ତି, ଜିଲ୍ଲା ଯୁବ ଜନତା
ସଭାପତି ଅମରଜିତ ସେନାପତିଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା, କର୍ପୋରେଟର୍‍ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME