ଗ୍ରାମାଂଚଳ ବିକାଶରେ ଇ-ପଂଚାୟତର ଗୁରୁତ୍ୱ

ଆଜି ସ୍ଥାନୀୟ ଇନିଷ୍ଟିଚୁ୍ୟଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ଜାତୀୟ ସେବା ଯୋଜନାର ଆନୁକୁଲ୍ୟରେ “ଇ-ପଂଚାୟତ ମାଧ୍ୟମରେ ସଶକ୍ତିକରଣ” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁÂିତ ହୋଇଯାଇଛି । ପଂଚାୟତ ସ୍ତରରେ ସବୁ ଜିନିଷ ସ୍ୱଚ୍ଛ ହେବା ଦରକାର ଏବଂ ସରପଂଚ ଉପଯୁକ୍ତ କ୍ଷମତା ପାଇପାରିଲେ ଇ-ପଂଚାୟତର ସଫଳ ଋପାୟନ ହୋଇପାରିବ ବୋଲି ଏସ୍.ଆଇ.ଆର୍.ଡିର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅଧିକାରୀ ତାପସ ରଂଜନ ସାହୁ କହିଥିଲେ । ଆଧୁନିକ ପ୍ରଯୁକ୍ତିଜ୍ଞାନ କୌଶଳର ବିକାଶ ଫଳରେ ବର୍ତମାନ ସର୍ବତ୍ର କଂପୁ୍ୟଟରର ବହୁଳ ବ୍ୟବହାର କରାଯାଉଛି । ତେଣୁ ପଂଚାୟତ ସ୍ତରରେ ମଧ୍ୟ କଂପୁ୍ୟଟରର କାର୍ଯ୍ୟକାରୀ ହେବା ଦରକାର ବୋଲି ସେ ମତ ଦେଇଥିଲେ । ପଂଚାୟତରାଜ ଯୋଜନାର ସଫଳ ବିକାଶ ହେଲେ ଦେଶରେ ପ୍ରକୃତ ବିକାଶ ହୋଇପାରିବ ଏବଂ ସରକାର କରୁଥିବା ଜନମଙ୍ଗଳକାରୀ ଯୋଜନା ସବୁ ସିଧାସଳଖ ଲୋକମାନଙ୍କ ପାଖରେ ପହଂଚି ପାରିବ ବୋଲି ଲୋକ ବିକାଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅବ୍ଦୁଲ୍ ସାଫିକ୍ ତାଙ୍କ ବକ୍ତବ୍ୟରେ କହିଥିଲେ ।
ଅନ୍ୟତମ ଅତିଥି ଭାବେ ରଞ୍ଜନ କୁମାର ରାଉତ ଯୋଗଦେଇ କହିଥିଲେ ଯେ ଅମଲା ଓ ରାଜନେତାଙ୍କ କର୍ତୃତ୍ୱରୁ ମୁକ୍ତି ପାଇପାରିଲେ ପଂଚାୟତ ସଠିକ କାର୍ଯ୍ୟ ସଂପାଦନ କରିପାରିବ ଓ ଗ୍ରାମାଂଚଳର ପ୍ରକୃତ ବିକାଶ ହୋଇପାରିବ । ଅନ୍ୟତମ ଅତିଥି ମଧ୍ୟରେ ଓୟୁଏଟିର ଜାତୀୟ ସେବା ଯୋଜନାର ସହସଂଯୋଜକ ନିରଦ ବରନ ଖୁଂଟିଆ ଏବଂ ଓଡ଼ିଶା ମାନବ ସମ୍ବଳ ବିଚରାଳୟର ଆବାହକ ପଦ୍ମା ଦାଶ ଯୋଗଦେଇ ଇ-ପଂଚାୟତର ଗୁରୁତ୍ୱାରୋପ କରିଥିଲେ ।
ଅନୁÂାନର ନିଦେ୍ର୍ଧଶକ ପ୍ରଫେସର ଉପେନ୍ଦ୍ର ପାଢୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ । ସମାଜସେବା ବିଭାଗର ସଂଯୋଜକା ଡଃ ଗାୟତ୍ରୀ ପଟ୍ଟନାୟକ ସଭା ସଂଚାଳନ କରିଥିବାବେଳେ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ରଘୁନାଥ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଆଲୋଚନାଚକ୍ରରେ ଅନୁÂାନର ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME