ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ବଛା ବଛା ଶହେ ଅଧିକାରୀଙ୍କ ସହ ବୈଠକ କରି ସେମାନଙ୍କୁ ବିଜେଡିର ନିର୍ବାଚନ କାମ ପାଇଁ ବିଜେପୁରକୁ ପଠାଇଛନ୍ତି : ବିଜେପି

 ବିଜେପୁର ଉପ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ନିଜ ସାମ୍ବିଧାନିକ ଦାୟିତ୍ୱ ପାଳନ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ବିଜେପିର ଦାବୀ
 ବରଗଡ ଜିଲ୍ଲାର ବରିÂ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ଜଳ ସମ୍ପଦ ବିଭାଗ, ମହିଳା ଶିଶୁ କଲ୍ୟାଣ ବିଭାଗ, ପୂର୍ତ ବିଭାଗର ଇଂଜିନିୟର ଓ ଅଧିକାରୀଙ୍କ ଉପରେ କ୍ୟାମେରା ରେକର୍ଡିଂ ସହ ନଜର ରଖାଯିବାକୁ ଦାବୀ
 ସେମାନେ ସରକାରୀ ଗାଡିରେ ଟଙ୍କା ନେଇ କେବଳ ବିଜେଡି କର୍ମୀଙ୍କ ପାଖରେ ପହଂଚାଉ ନାହାନ୍ତି ବରଂ ଭୋଟ ପାଇଁ ନିର୍ଦିଷ୍ଟ ଟାର୍ଗେଟ ଆଧାରରେ ନିୟୋଜିତ ଅଛନ୍ତି
G2 ପୋଲିସ ଓ ପ୍ରଶାସନ ବିଜେପୁର ଉପ ନିର୍ବାଚନରେ ଶାସକ ବିଜେଡିକୁ ଜିତାଇବା ପାଇଁ ଦଳୀୟ କର୍ମୀ ପରି କାମ ଉପରେ ରୋକ ଲଗାଯାଉ । ବିଶେଷ ଭାବରେ ବିପୁଳ କଳା ଟଙ୍କା ଚାଲାଣ ଓ ନିର୍ବାଚନ ପ୍ରଚାରକୁ ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରଣ କରୁଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ପାଂଚ ଜଣ ଅଧିକାରୀଙ୍କ ଉପରେ ନିର୍ବାଚନ ଶେଷ ପର୍ଯ୍ୟନ୍ତ କ୍ୟାମେରା ରେକର୍ଡ ସହ ତୀକ୍ଷ୍ଣ ନଜର ରଖାଯାଉ । ବରଗଡ ଜିଲ୍ଲାର ବରିÂ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ଜଳ ସମ୍ପଦ ବିଭାଗ, ମହିଳା ଶିଶୁ କଲ୍ୟାଣ ବିଭାଗ, ପୂର୍ତ ବିଭାଗର ଇଂଜିନିୟର ଓ ଅଧିକାରୀଙ୍କ ଉପରେ କ୍ୟାମେରା ରେକର୍ଡିଂ ସହ ନଜର ରଖା ଯାଉ କାରଣ ସେମାନେ ସରକାରୀ ଗାଡିରେ ଟଙ୍କା ନେଇ କେବଳ ବିଜେଡି କର୍ମୀଙ୍କ ପାଖରେ ପହଂଚାଉ ନାହାନ୍ତି ବରଂ ଭୋଟ ପାଇଁ ନିର୍ଦିଷ୍ଟ ଟାର୍ଗେଟ ଆଧାରରେ ନିୟୋଜିତ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ବଛା ବଛା ଶହେ ଅଧିକାରୀଙ୍କ ସହ ବୈଠକ କରି ସେମାନଙ୍କୁ ବିଜେଡିର ନିର୍ବାଚନ କାମ ପାଇଁ ବିଜେପୁରକୁ ପଠାଇଥିବାର ବିଜେପି ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଅବଗତ କରାଇବା ସହ ବିହୀତ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବୀ କରିଛି ।
ବିଜେପୁର ଉପ ନିର୍ବାଚନର ପ୍ରଚାର ଆଜି ସରୁଥିବା ବେଳେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ପ୍ରଶାସନ ଓ ପୋଲିସର ନିରପେକ୍ଷତା ଅତ୍ୟନ୍ତ ଜରୁରୀ । ସଂପୂର୍ଣ ବିଜେପୁର ଅଂଚଳରେ ପୋଲିସ ଓ ପ୍ରଶାସନ ରାଜ୍ୟ ସରକାର ନୁହେଁ ବରଂ ନିର୍ବାଚନ ଆୟୋଗଙ୍କ ନିୟନ୍ତ୍ରଣରେ ଅଛି । ମାତ୍ର ବିଜେପୁରର ପୋଲିସ ଓ ପ୍ରଶାସନ କେବଳ ଶାସକ ଦଳକୁ ସୁହାଇବା ଭଳି ନୁହେଁ ବରଂ ଶାସକ ବିଜେଡିର କର୍ମୀ ଭାବରେ କାମ କରିବାର ବହୁ ତଥ୍ୟ ପ୍ରମାଣ ଆୟୋଗଙ୍କ ସାମ୍ନାରେ ଉପସ୍ଥାପିତ କରାଯିବା ସହ ଅତ୍ୟନ୍ତ ଦାୟିତ୍ୱପୂର୍ଣ ଭାବରେ ରାଜ୍ୟ ନିର୍ବାଚନ ଆୟୋଗୁ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ଯ୍ୟାନୁÂାନ ନେବାକୁ ବିଜେପି ଦାବି କରିଛି ।
ଭୁବନେଶ୍ୱରର ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲା କାର୍ଯ୍ୟାଳୟର ପାଂଚ ଅଧିକାରୀ ଓ ବରଗଡ ଜିଲ୍ଲାର ଏସପି, କଲେକ୍ଟର ସମେତ ନିର୍ବାଚନ କାମରେ ନିୟୋଜିତ ଅଧିକାରୀ ମାନେ ସରକାରୀ ଦଳ ପାଇଁ କାମ କରୁଛନ୍ତି ବୋଲି ବିଜେପି ବାରମ୍ବାର ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୫ ଜଣ ଅଫିସର ଭି.କାର୍ତିକେୟନ ପାଣ୍ଡିଆନ, ରୂପା ରୋଶନ ସାହୁ, ଡିି.ଏସ. କୁଟ୍ଟେ, ଗୋପବନ୍ଧୁ ଦାସ ଏବଂ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରମୁଖ ଭୁବନେଶ୍ୱରରୁ ଶାସକ ବିଜୁ ଜନତା ଦଳ ପାଇଁ ବିଜେପୁର ଉପ ନିର୍ବାଚନ ପରିଚାଳନା କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋÂରେ ୩ ସୁଟକେସ ବୋଝେଇ କଳା ଟଙ୍କା ନିବୁଜ କୋଠରୀ ଭିତରେ ଥିବା ଓ କୋଠରୀର ଚାବି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟନ ପାଣ୍ଡିଆନଙ୍କ ପାଖରେ ନିର୍ଦିଷ୍ଟ ସୂଚନା ଦେବା ପରେ ମଧ୍ୟ ନିର୍ବାଚନ ଆୟୋଗ କୌଣସି କାର୍ଯ୍ୟାନୁÂାନ ନେବାକୁ ଉଚିତ ମନେ କଲେ ନାହିଁ । ଯାହାକି ନିର୍ବାଚନ ଆୟୋଗଙ୍କ ନିରପେକ୍ଷତାକୁ ନେଇ ବହୁ ସନେ୍ଦହ ସୃଷ୍ଟି ହୋଇଛି ।
ଭୁବନେଶ୍ୱରରୁ ବିଜେପୁରକୁ ଟଙ୍କା ଓ ନିର୍ବାଚନ ପ୍ରଚାରରେ ଭି.କାର୍ତିକେୟନ ପାଣ୍ଡିଆନଙ୍କ ନେତୃତ୍ୱରେ ପାଂଚ ଜଣିଆ ଟିମ ପରିଚାଳନା କରୁଥିବା ବେଳେ ଆସନ୍ତା ୨ ଦିନ ଧରି ଏମାନଙ୍କର ୨୪ ଘଂଟିଆ ଗତିବିଧି ଉପରେ କ୍ୟାମେରା ରେକର୍ଡିଂ ସହ ନଜର ରଖିବାକୁ ଆମେ ଦାବି କରୁଛୁ । ଗତ କିଛି ଦିନର ଏହି ଅଫିସର ମାନଙ୍କର ଏସଏମସ. ହ୍ୱାଟ୍ସଆପ ଓ ଟେଲିଗ୍ରାମକୁ ଜାଂଚ କଲେ ଆଗାମୀ ଦୁଇ ଦିନ ମଧ୍ୟରେ ସେମାନଙ୍କ ଗତିବିଧି କଣ ହେବ ସେ ବିଷୟରେ ସୂଚନା ମିଳିବାର ସମ୍ଭାବନା ଥିବା କାରଣରୁ ଏହାକୁ ତଦନ୍ତ କରି ବିହିତ ପଦକ୍ଷେପ ନେବା ପାଇଁ ବିଜେପି ଆୟୋଗଙ୍କ ପାଖରେ ଦାବୀ ଜଣାଇଛି ।
ବିଜେପୁରର ତିନିଟି ଥାନା ଇନ୍ସପେକ୍ଟର, ଏସଡିପିଓ, ଗଣ ଓ ଜଳ ସମ୍ପଦ ବିଭାଗ, ମହିଳା ଶିଶୁ କଲ୍ୟାଣ ବିଭାଗ, ପୂର୍ତ ବିଭାଗର ଇଂଜିନିୟର ଓ ଅଧିକାରୀ ମାନେ ସରକାରୀ ଗାଡିରେ ଟଙ୍କା ନେଇ କେବଳ ବିଜେଡି କର୍ମୀଙ୍କ ପାଖରେ ପହଂଚାଉ ନାହାନ୍ତି ବରଂ ଭୋଟ ପାଇଁ ନିର୍ଦିଷ୍ଟ ଟାର୍ଗେଟ ଆଧାରରେ ନିୟୋଜିତ ଅଛନ୍ତିା ଜିଲ୍ଲା ଏସପି, କଲେକ୍ଟର ଓ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ମଧ୍ୟ କ୍ୟାମେରା ରେକର୍ଡିଂ ସହ ନଜର ରଖିବାର ବ୍ୟବସ୍ଥା କରିବାକୁ ବିଜେପି ଆୟୋଗଙ୍କୁ ନିବେଦନ କରିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଉପ ନିର୍ବାଚନ ପ୍ରଚାରରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ବଛା ବଛା ଶହେ ଅଧିକାରୀଙ୍କ ସହ ବୈଠକ କରି ସେମାନଙ୍କୁ ବିଜେଡିର ନିର୍ବାଚନ କାମ ପାଇଁ ପଠାଇଥିବାର ସୂଚନା ଆମ ପାଖରେ ରହିଛି ।
ଗଣତନ୍ତ୍ରର ସବୁଠୁ ବଡ ଆୟୁଧ ଭୋଟ । ଏହି ଭୋଟର ଅଧିକାରୀ ମାନଙ୍କୁ ପ୍ରଲୋଭିତ ବା ଭୟଭୀତ କରିବା ରାଜ୍ୟ ଶାସକ ଦଳର ବିଜେପୁର ଉପ ନିର୍ବାଚନ ଜିତିବା ପାଇଁ ଗୋଟିଏ ଆୟୁଧ ହୋଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରତିନିଧି ଭାବେ ରାଜ୍ୟ ନିର୍ବାଚନ ଆୟୋଗ ହେଲେ ବିଜେପୁରରେ ମୁକ୍ତ ଓ ଅବାଧ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ସାମ୍ବିଧାନିକ ଅଧିକାରୀ । ନିଜ ସାମ୍ବିଧାନିକ ଦାୟିତ୍ୱ ପାଳନ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ବିଜେପି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଦାବୀ କରିଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗୋଙ୍କ ନେତୃତ୍ୱରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଥିବା ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲୀପ ମହାନ୍ତି, ରାଜ୍ୟ ସଂପାଦକ ଶିଶିର ଗମାଙ୍ଗୋ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME