ଟ୍ରାଇଫେଡ୍ର ୧୪ ଦିନିଆ ଆଦିବାସୀ ହସ୍ତକଳା ପ୍ରଦର୍ଶନୀ ଶୁଭାରମ୍ଭ

DSC_8873 ଆଦିବାସୀ ହସ୍ତକଳାର ପ୍ରଚାର ପ୍ରସାର ପାଇଁ ଟ୍ରାଇବାଲ୍ କୋ-ଅପରେଟିଭ୍ ମାର୍କେଟିଙ୍ଗ୍ ଡେଭଲପ୍ମେଂଟ୍ ଫେଡରେସନ୍ ଅଫ୍ ଇଣ୍ଡିଆ (ଟ୍ରାଇଫେଡ୍) ତରଫରୁ ଆଜିଠାରୁ ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ବୋକା କାଫେଠାରେ ୧୪ ଦିନିଆ ଆଦିବାସୀ ହସ୍ତକଳାର ପ୍ରଦର୍ଶନୀ ଆରମ୍ଭ ହେବା ସହିତ ପ୍ରଦର୍ଶନୀ ପଡ଼ିଆ ନିକଟସ୍ଥ ଏକାମ୍ର ହାଟଠାରେ ଥିବା ଟ୍ରାଇବ୍ସ ଇଣ୍ଡିଆ ଶୋ’ରୁମ୍କୁ ନୂତନ ରୂପ ଦିଆଯାଇ ଏହାର ପୁର୍ନଶୁଭାରମ୍ଭ କରାଯିବ । ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ପରିଚାଳନାରେ ୬ ଅଗଷ୍ଟ ୧୯୮୭ ମସିହାରୁ କାର୍ଯ୍ୟ କରୁଥିବା ଟ୍ରାଇଫେଡ୍, ଭାରତ ବର୍ଷରେ ବିଶେଷକରି ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଆଦିବାସୀଙ୍କ ବିରଳ ଓ ଲୁପ୍ତପ୍ରାୟ ସୂକ୍ଷ୍ମ କାରୁକାର୍ଯ୍ୟକୁ କେବଳ ଦେଶରେ ସୀମିତ ନରଖି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପହଞ୍ଚାଇବାରେ ସଫଳ ହୋଇପାରିଛି । ସାରାଭାରତରେ ଟ୍ରାଇଫେଡ୍ର ୧୪ଟି ଆଞ୍ଚଳିକ କାର୍ଯ୍ୟାଳୟ ରହିଛି । ଭୁବନେଶ୍ୱରଠାରେ ଥିବା କାର୍ଯ୍ୟାଳୟ ଅଧିନରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ନିକୋବର ମଧ୍ୟ ସ୍ଥାନ ପାଇଛି । ଟ୍ରାଇଫେଡ୍ର ପ୍ରମୁଖ ଉଦେ୍ଧଶ୍ୟ ହେଉଛି ଏହି ହସ୍ତକଳାସବୁର ବ୍ୟବସାୟିକ ବିକାଶ କରାଇବା ସହିତ ଆଦିବାସୀମାନଙ୍କୁ ସେମାନଙ୍କ ଗୁଜରାଣ ପାଇଁ ଉଚିତ ପ୍ରାପ୍ୟ ଯୋଗାଇଦେବା । ଆଦିବାସୀ ଶୀଳ୍ପିମାନଙ୍କୁ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା କରାଯାଇଛି ଯାହାଦ୍ୱାରା ସେମାନେ ନିଜର ଅର୍ଥନୈତିକ ବିକାଶ କରାଇ ନିଜର ଜୀବନ ଶୈଳୀରେ ଉନ୍ନତି ଆଣିପାରୁଛନ୍ତିି । ଏହି ଉପôାଦ ସବୁକୁ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବାପାଇଁ ‘ଟ୍ରାଇବ୍ସ ଇଣ୍ଡିଆ’ ନାମରେ ସାରା ଦେଶରେ ୪୩ଟି ଶୋ’ ରୁମ୍ ପ୍ରତିÂା କରାଯାଇଛି । ଟ୍ରାଇଫେଡ୍ ଭୁବନେଶ୍ୱର ଅଧିନରେ ଗୋଟିଏ ଭୁବନେଶ୍ୱରରେ ଏବଂ ଅନ୍ୟ ଏକ ଶୋ୩ ରୁମ୍ ରାଉରକେଲାଠାରେ ପ୍ରତିÂା କରାଯାଇଛି । ଉଭୟ ଶୋ’ରୁମ୍ ଆଜିଠାରୁ ନୂଆ ରୂପରେ ପରିବର୍ତ୍ତିତ ହୋଇ ଅଧିକ ଗ୍ରାହକଙ୍କ ମନଜିଣିବାରେ କରିବାରେ ସଫଳ ହୋଇପାରିବ । ଟ୍ରାଇବ୍ସ ଇଣ୍ଡିଆର ସମ୍ଭାର ମଧ୍ୟରେ ରହିଛି ବିଭିନ୍ନ ଆଦିବାସୀ ହସ୍ତକଳା, ସମ୍ବଲପୁରୀ ଶାଢ଼ୀ, ଇକ୍କତ୍ ଶାଢ଼ୀ, କଣ୍ଟା କାମ ଶାଢ଼ୀ, ଟସର୍ ଶାଢ଼ୀ, ବାଘ ଛାପା ଶାଢ଼ୀ, ପାରମ୍ପରିକ ପୋଷାକ, ସାର୍ଟ, କୁର୍ତ୍ତା, କୁର୍ତ୍ତି, ଆଦିବାସୀ ହସ୍ତକଳା ଥାଇ ପରଦା ଆଦି ମନଲୋଭା ଏବଂ ଦୁର୍ଲଭ ସାମଗ୍ରୀ । ଓଡ଼ିଶା ଏବଂ ପଶ୍ଚିମବଙ୍ଗରୁ ଆସିଥିବା ସ୍ୱତନ୍ତ୍ର ଏବଂ ଅନନ୍ୟ ଉପôାଦଗୁଡ଼ିକ ଉପରେ ଟ୍ୱିନ୍ ସିଟି ଭୁବନେଶ୍ୱର-କଟକ ଏବଂ ରାଉରକେଲା ସମେତ ସାରା ଓଡ଼ିଶାର ଗ୍ରାହକମାନେ ୪୦ ପ୍ରତିଶତ ଡିସକାଉଂଟ୍ର ସୁବିଧା ନେଇପାରିବେ । ଞ୍ଜ

Share in top social networks!
Powered By Indic IME