ଦେଶରେ ଅସମାନତା ବୃଦ୍ଧି ପାଉଛି : ଅକ୍ସଫାମ ରିପୋର୍ଟ

28277361_10155986560639566_460747025195827523_n
ବିଗତ ତିନି ଦଶନ୍ଧି ଧରି ଦେଶରେ ବିଭିନ୍ନ କ୍ଷେତ୍ରରେ ଅସମାନତା ବୃଦ୍ଧି ପାଉଛି। ଦେଶର ଶାସନ ବ୍ୟବସ୍ତାରେ ତୃଟିତ୍ପୂର୍ଣ ସରକାରୀ ନୀତି ଗୁଡିକ କେତେକାଂଶରେ ଏଥିପାଇଁ ଦାୟୀ। ‘The widening Gaps: India Inequality Report 2018’ ନାମକ ଏକ ରିପୋର୍ଟ ଅକ୍ସଫାମ ଦ୍ଵାରା ପ୍ରକାଶିତ କରାଯାଇଛି ଯେଉଁଥିରେ ଦେଶରେ ଅସମାନତାର ସାଂପ୍ରତିକ ସ୍ଥିତି, ଏହାର କାରଣ ଏବଂ ନୀତି ଭିତ୍ତିକ ସୁପାରିଶ ମଧ୍ୟ ରଖାଯାଇଛି। ତୀବ୍ର ଅସମାନତା ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଏକ ଅନ୍ୟତମ ରାଷ୍ଟ୍ର। ଏହି ରିପୋର୍ଟ ଭାରତ ନିଜକୁ ଏକ କମ ଆସମାନତା ଥିବା ରାଷ୍ଟ୍ର ଦାବିକରୁଥିବା ଭ୍ରାନ୍ତ ଧାରଣ କୁ ଦୂର କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ସାଧାରଣରେ ବିଶ୍ଵାସ ଯେ ଅଭିବୃଦ୍ଧି ଘଟିଲେ ଅସମାନତା ଅପରିହାର୍ଜ୍ୟ। କିନ୍ତୁ ପ୍ରକୃତ ପକ୍ଷେ ଦେଶର ଅଭିବୃଦ୍ଧି ହେଲେ ମଧ୍ୟ ଅସମାନତାକୁ ଦୂର କରିହେବ। ବିଶ୍ଵର ବିଭିନ୍ନ ରାଷ୍ଟ୍ରମାନେ ଯଥା: ପୂର୍ବ ଏସିଆ ଓ ଲାଟିନ ଆମେରିକାର ଦେଶମାନେ ଅଭିବୃଦ୍ଧି ସହିତ ଅସମାନତା ଭଳି ସମାଜିକ ତଥା ଅର୍ଥନୈତିକ ବ୍ୟାଧିକୁ ଦୂର କରିବାରେ ସମର୍ଥ ହୋଇଛନ୍ତି। ଭାରତରେ କିନ୍ତୁ ଅଭିବୃଦ୍ଧିର ଦ୍ରୁତ ବୃଦ୍ଧି ସହିତ ଅସମାନତା ମଧ୍ୟ ବୃଦ୍ଧି ଘଟୁଛି। କେତେକ କ୍ଷେତ୍ରରେ ନିର୍ଦ୍ଧିଷ୍ଟ ନୀତି ଗୁଡିକ ଯାହାକି ଶ୍ରମ ଅପେକ୍ଷା ପୁଞ୍ଜିକ୍ଷେତ୍ର କୁ ଅତ୍ୟଧିକ ପ୍ରାଧାନ୍ୟ ଦିଆ ଯିବା ଦ୍ଵାରା ଏହିଭଳି ପରିସ୍ଥିତି ଉପୁଜିଛି। ଏଥିସହିତ ଅଭିବୃଦ୍ଧି ଲକ୍ଷ୍ୟନେଇ ସରକାର ଅଣ କୁଶଳୀ ଶ୍ରମ ତୁଳନାରେ କୁଶଳୀ ଶ୍ରମକୁ ଯଥେଷ୍ଟ ପ୍ରାଧାନ୍ୟ ଦିଆଯିବା ଦ୍ଵାରା ଅସମାନତା ବୃଦ୍ଧି ପାଉଛି। ବିଭିନ୍ନ ତଥ୍ୟ ଉପରେ ବିଶ୍ଲେଷିତ ଏହି ରିପୋର୍ଟରେ ଦେଖାଯାଇଛି ଯେ ଅସମାନତା ବିଭିନ୍ନ ବର୍ଷମାନଙ୍କରେ ପରିବର୍ତନ ହୋଇଛି। ୧୯୮୦ ଦଶକରେ ଏହି ଅସମାନତା ହାର ସ୍ତିର ଥିବା ସ୍ଥଳେ, ୧୯୯୧ ଦଶକ ପରଠାରୁ ଅର୍ଥାତ ୨୦୧୭ ମସିହା ଯାଏ ଏହା ଯଥେଷ୍ଟ ମାତ୍ରାରେ ବୃଦ୍ଧି ଘଟିଛି। ଭାରତରେ ଦ୍ରୁତ ଅର୍ଥନୀତି ଅଭିବୃଦ୍ଧି ଘଟୁଥିବା ସହିତ, ଅଧିକ ସମ୍ପତ୍ତି କିଛି ଲୋକଙ୍କ ନିକଟରେ ଠୁଳ ହେବ ଦ୍ଵାରା ଧନୀ ଗରିବ ମାନକ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଉଛି। ଅକ୍ସଫାମ ଦ୍ଵାରା ପ୍ରକାଶିତ ଓ ଜେନୟୁର ଏକ ପ୍ରାଧ୍ୟାପକଙ୍କ ଦ୍ଵାରା ଲିଖିତ ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତ ଭଳି ରାଷ୍ଟ୍ରରେ ବହୁ ପ୍ରାଚୀନ କାଳରୁ ଜାତି, ଧର୍ମ ଓ ଲିଙ୍ଗା ଭିତ୍ତିକ ପାର୍ଥକ୍ୟ ରହିଆସିବା ଦ୍ଵାରା ଦେଶକୁ ବିକାଶ ପାଇଁ କ୍ଷତି ହେଉଥିବା ସ୍ଥଳେ ଅସମାନତା ମଧ୍ୟ ଦେଶର ଗଣତନ୍ତ୍ର ପାଇଁ ଏକ ମୁଖ୍ୟ ସମସ୍ୟା ଭାବରେ ମୁଣ୍ଡଟେକି ଉଠିଛି । ଏହି ରିପୋର୍ଟରେ କୁହା ଯାଇଛି ଯେ ଉତ୍ତରାଧିକାର ସୂତ୍ରରେ ଅନେକ ସମ୍ପତ୍ତି ଧନୀ ଲୋକମାନଙ୍କୁ ମିଳୁଛି ଯଦ୍ୱାରା ଅର୍ଥନୀତି ପୁଞ୍ଜିବାଦ ଆଡକୁ ଯାଉଛି ଏବଂ ତଳ ଶ୍ରେଣୀର ଗରିବ ଲୋକମାନକ ସ୍ଥିତି ଅଧିକରୁ ଅଧିକ ଖରାପ ହୋଇ ପାସୁଛି।
ଅକ୍ସଫାମ ଭାରତର ମୁଖ୍ୟ ନିର୍ବାହୀ ଅଧିକାରୀ ନିଶା ଅଗ୍ରୱାଲ କୁହନ୍ତି ଯେ ଏହି ରିପୋର୍ଟ ଅସମାନତର ବିଭିନ୍ନ ଦିଗ ଗୁଡିକୁ ଯଥା ଆଯ, ସମ୍ପତ୍ତି ଓ ଉପଯୋଗ ନେଇ ତର୍ଜମା କରାଯାଇଛି। ଅସମାନତାକୁ ମାପିବା ପାଇଁ ଯେଉଁ ପଦ୍ଧତି ବ୍ୟବହାର କରିଲେ ଓ ଯେଉଭଳି ତଥ୍ୟ ବ୍ୟବହାର କଲେ ମଧ୍ୟ ସିଦ୍ଧାନ୍ତ ହେଉଛି ଯେ ଦେଶରେ ଅସମାନତା ଅତ୍ୟନ୍ତ ଗମ୍ଭୀର ସ୍ଥିତି ଏବଂ ଏହା ବୃଦ୍ଧି ପାଉଛି। ଏହି ଅସମାନତା ମୁଖ୍ୟତଃ ନବେ ଦଶକରେ କରାଯାଇଥିବା ଜଗତୀକରଣ ଓ ତତ୍ପରେ ପର୍ଯ୍ୟାୟ କ୍ରମରେ ସରକରଙ୍କ ନୀତି ଓ ଆର୍ଥିକ ସଂସ୍କାର ପଦକ୍ଷେପ ଗୁଡିକ ଦାୟୀ। ଏଥିରେ ସୁଧାର ଆଣିବାକୁ ହେଲେ ଉତ୍ତରାଧିକାର ଓ ସମ୍ପତ୍ତି ଟିକସ ଲାଗୁ କରିବାର ଆବଶ୍ୟକତା ରହିଛି। ଏଥିରୁ ମିଳୁଥିବା ଅର୍ଥଗୁଡିକୁ ଗରିବମାନଙ୍କୁ ପ୍ରାଧାନ୍ୟ ଦେଇ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗରିବ ମାନଙ୍କ ପୁଷ୍ଟି କ୍ଷେତ୍ରରେ ଖର୍ଚ କରିବାର ଆବଶ୍ୟକତା ରହିଛି। ଏହା ଦ୍ଵାରା ଦେଶର ତଳସ୍ତରର ଜନସାଧାରଣ ମାନେ ଅଭିବୃଦ୍ଧିର ସୁଯୋଗ ନେବା ସହିତ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି ହୋଇପାରିବ।

Share in top social networks!
Powered By Indic IME