ଗୁଜରାଟଭିତ୍ତିକ ଶିଳ୍ପପତିଙ୍କୁ ନୂଆ ଅଭିବୃଦ୍ଧିର ସୁଯୋଗ ନେବାକୁ ଆହ୍ୱାନ କଲା ଓଡ଼ିଶା

– ମେକ୍ ଇନ୍ ଓଡ଼ିଶା ୨୦୧୮ ପ୍ରସ୍ତୁତି ଅଂଶସ୍ୱରୂପ ଅହମ୍ମଦାବାଦରେ ଏକ ପୁଞ୍ଜିନିବେଶ ପ୍ରୋତ୍ସାହନ ରୋଡ୍ ସୋ’ ଆୟୋଜନ କଲେ ଓଡ଼ିଶା ସରକାର
– ଶିଳ୍ପ ବିକାଶ ପାଇଁ ମେଟାଲ କ୍ଷେତ୍ରରେ ଆନ୍ସିଲାରୀ ଆଣ୍ଡ ଡାଉନ୍ଷ୍ଟ୍ରିମ୍ ଶିଳ୍ପ, ପ୍ଲାଷ୍ଟିକ୍, କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ, ଆଇଟି/ଆଇଟିଇଏସ୍ ଆଣ୍ଡ ଇଏସ୍ଡିଏମ୍, ଆଗ୍ରୋ ଆଣ୍ଡ ସିଫୁଡ୍ ପ୍ରୋସେସିଂ, ଟୁରିଜିମ୍, ବୟନ ଓ ପୋଷାକ ଶିଳ୍ପ ଭଳି ୬ଟି କ୍ଷେତ୍ରକୁ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର

Odisha's Investor Meet - Ahmedabad
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୮ ପ୍ରସ୍ତୁତିର ଅଂଶସ୍ୱରୂପ ଓଡ଼ିଶା ସରକାର ଆଜି ଅହମ୍ମଦାବାଦରେ ଏକ ପୁଞ୍ଜିନିବେଶ ପ୍ରୋତ୍ସାହନ ରୋଡ୍ ସୋ’ର ଆୟୋଜନ କରିଥିଲେ । ଏଥିରେ ଓଡ଼ିଶାରେ ପୁଞ୍ଜିନିବେଶ କରିବାର ବିଭିନ୍ନ ଫାଇଦାକୁ ପ୍ରଦର୍ଶନ କରାଯାଇଥିଲା । ପୁଞ୍ଜିନିବେଶ ପେଣ୍ଠସ୍ଥଳୀ ଭାବେ ଓଡ଼ିଶାରେ ପ୍ରତିଯୋଗିତାମୂଳକ ଫାଇଦା ଉପରେ ଏକ ପ୍ୟାନେଲ୍ ଆଲୋଚନାଚକ୍ର ଅନୁÂିତ ହୋଇଥିଲା । ଏହି ଆଲୋଚନାଚକ୍ରକୁ ଗୁଜରାଟ ସରକାରଙ୍କ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେଶ୍ୱର ସାହୁ ପରିଚାଳନା କରିଥିଲେ । ପ୍ୟାନେଲ ଆଲୋଚନାଚକ୍ରରେ ଓଡ଼ିଶା ସରକାରଙ୍କ ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ଶଶି ଭୂଷଣ ବେହେରା, ଓଡ଼ିଶା ସରକାରଙ୍କ ପ୍ରମୁଖ ଶିଳ୍ପ ସଚିବ ଶ୍ରୀ ସଞ୍ଜୀବ ଚୋପ୍ରାଙ୍କ ସମେତ ଆଦାନି ଗ୍ରୁପ୍, ୱେଲ୍ସ୍ପୁନ୍ ଗ୍ରୁପ୍ ଏବଂ ମନପସନ୍ଦ ବେଭରେଜ୍ ଲିମିଟେଡ୍ର ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।
ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ଏ ଅବସରରେ ନିକଟରେ ପୁଞ୍ଜି ନିବେଶକାରୀଙ୍କ ପାଇଁ ଆରମ୍ଭ ହୋଇଥିବା ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲ ‘ଗୋ ସ୍ୱିଫ୍ଟ’, ସ୍ୱଳ୍ପ ବ୍ୟୟରେ ରାଜ୍ୟରେ ବ୍ୟବସାୟିକ ପରିବେଶ, ସମର୍ପିତ କ୍ଷେତ୍ରୀୟଭିତ୍ତିକ କ୍ଲଷ୍ଟର ଏବଂ ଶିଳ୍ପାଞ୍ଚଳ ବିକାଶ ପାଇଁ ଉପଲବ୍ଧ ୧,୦୦,୦୦୦ ଏକରର ଜମି ବ୍ୟାଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ୨୦୧୮ ନଭେମ୍ବର ୧୧ରୁ ୧୫ ଯାଏଁ ଅନୁÂିତ ହେବାକୁ ଥିବା ଫ୍ଲାଗ୍ସିପ୍ ଦ୍ୱିବାର୍ଷିକ ନିବେଶକ ସମ୍ମିଳନୀ, ମେକ୍ ଇନ୍ ଓଡ଼ିଶା ୨୦୧୮ରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ଗୁଜରାଟଭିତ୍ତିକ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିଥିଲେ ।
ଅହମ୍ମଦାବାଦ୍ ରୋଡ୍ ସୋ’ରେ ୧୦୦ରୁ ଅଧିକ ପ୍ରମୁଖ ଗୁଜରାଟଭିତ୍ତିକ ଶିଳ୍ପପତି ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ ଏବଂ ଓଡ଼ିଶାର ପ୍ରମୁଖ କ୍ଷେତ୍ରରେ ଥିବା ଆକର୍ଷଣୀୟ ସୁଯୋଗ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ରୋଡ୍ ସୋ’ ବେଶ୍ ସଫଳ ହୋଇଛି ।
ପ୍ରତିନିଧି ଦଳର ନେତା ତଥା ଓଡ଼ିଶା ସରକାରଙ୍କ ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ଶଶି ଭୂଷଣ ବେହେରା କହିଲେ, “ଆମ୍ଭର ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ପୂର୍ବ ଭାରତର ମାନୁଫାକ୍ଚରିଂ ପେଣ୍ଠ ଭାବେ ଦ୍ରୁତ ଅଭିବୃଦ୍ଧି କରୁଛି । ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ୍-୨୦୨୫ ଅଂଶସ୍ୱରୂପ ୨.୫ ଲକ୍ଷ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ଏବଂ ୩୦ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି ଉଦେ୍ଧଶ୍ୟରେ ରାଜ୍ୟର ପ୍ରମୁଖ କ୍ଷେତ୍ରରେ ଶିଳ୍ପାଞ୍ଚଳ ବିକାଶ ପାଇଁ ଓଡ଼ିଶା ସରକାର ଅକ୍ଳାନ୍ତ କାର୍ଯ୍ୟ ଜାରି ରଖିଛନ୍ତି । ଓଡ଼ିଶାରେ ଥିବା ପୁଞ୍ଜିିନିବେଶ ଅଭିବୃଦ୍ଧିର ସୁଯୋଗ ନେବା ସହ ଓଡ଼ିଶାରେ ନିବେଶ କରିବାକୁ ଆମ୍ଭେ ଗୁଜରାଟୀ ଶିଳ୍ପପତି ଏବଂ ଉଦ୍ୟୋଗୀଙ୍କୁ ନିମନ୍ତ୍ରଣ କରୁଛୁ ।”
ବୈଠକ ଅବସରରେ ଓଡ଼ିଶାକୁ କାହିଁକି ଏକ ଏକକ ନିବେଶ ପେଣ୍ଠ କରାଯିବା ଉଚିତ ବୋଲି ନିବେଶକମାନଙ୍କୁ ସୂଚନା ଦିଆଯାଇଥିଲା । ଦୀର୍ଘ ୧୭ ବର୍ଷ ହେଲା ଓଡ଼ିଶାରେ ଏକ ସ୍ଥିର ସରକାର ରହିଛି, ୪୮୦ କିଲୋମିଟରର ସମୁଦ୍ର କୂଳ ସହ ପାରାଦୀପ ଓ ଧାମରାରେ ଗଭୀର ଜଳ ବନ୍ଦର ରହିଛି । ଉଭୟ ବନ୍ଦରର ମିଳିତ ମାଲ ପରିବହନ କ୍ଷମତା ୨୦୨୦ ସୁଦ୍ଧା ବାର୍ଷିକ ୪୦୦ ନିୟୁତ ଟନ୍ରେ ପହଞ୍ଚିବ । ଓଡ଼ିଶା ଭାରତର ସର୍ବବୃହତ ଇସ୍ପାତ, ଷ୍ଟେନ୍ଲେସ୍ ଷ୍ଟିଲ୍ ଏବଂ ଆଲୁମିନିୟମ ଉପôାଦନକାରୀ ରାଜ୍ୟ । ଆଇଆଇଟି, ଆଇଆଇଏମ୍, ଏମ୍ସ, ଏନ୍ଆଇଟି, ଏକ୍ସଆଇଏମ୍ବି ଭଳି ପ୍ରମୁଖ ଶିକ୍ଷାନୁÂାନର ଉପସ୍ଥିତି ସହ ରାଜ୍ୟ ପୂର୍ବାଞ୍ଚଳର ଶିକ୍ଷା ପେଣ୍ଠରେ ପରିଣତ ହୋଇଛି । ରାଜ୍ୟରୁ ପ୍ରତି ବର୍ଷ ୧,୦୦,୦୦୦ରୁ ଅଧିକ ବୈଷୟିକ ଏବଂ କୁଶଳୀ ସ୍ନାତକ ସୃଷ୍ଟି ହେଉଛନ୍ତି । ବିଜୁଳି ତାରିଫ, ମଜୁରି ହାର, ଜୀବନ ଧାରଣ ମାନ, ଶିଳ୍ପାଞ୍ଚଳ ଜମି କ୍ଷେତ୍ରରେ ରାଜ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ବ୍ୟବସାୟ କରିବା ସମ୍ଭବପର । ଭାରତ ସରକାରଙ୍କ ସ୍ମାର୍ଟ ସିଟି ଚ୍ୟାଲେଞ୍ଜରେ ୯୭ଟି ସହର ମଧ୍ୟରୁ ରାଜଧାନୀ ଭୁବନେଶ୍ୱର ୧ ନମ୍ବର ସ୍ମାର୍ଟସିଟିର ର୍ୟାଙ୍କ ପାଇଛି ।
ଅହମ୍ମଦାବାଦ ନିବେଶକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସଞ୍ଜୀବ ଚୋପ୍ରା, ପ୍ରମୁଖ ସଚିବ, ଶିଳ୍ପ ବିଭାଗ, ଓଡ଼ିଶା ସରକାର କହିଲେ, “ଗୁଜରାଟର ବ୍ୟବସାୟ ସମୁଦାୟ ନିକଟରୁ ଏଭଳି ସ୍ୱାଗତ ପାଇଁ ଆମେ ବେଶ୍ ଆନନ୍ଦିତ । ଓଡ଼ିଶାର ବ୍ୟବସାୟ ଅନୁକୂଳ ନୀତି ଏବଂ ବିଶ୍ୱଶ୍ରେଣୀୟ ଭିତ୍ତିଭୂମି ସାରା ଦେଶର ନିବେଶକଙ୍କ ନିକଟରୁ ସକାରାତ୍ମକ ପ୍ରତିକ୍ରିୟା ପାଇଛି । ସେହିଭଳି ଓଡ଼ିଶାରେ ବିଭିନ୍ନ କ୍ଷେତ୍ର ପାଇଁ ଏକ ଆଦର୍ଶ ବ୍ୟବସାୟ ଇକୋସିଷ୍ଟମ ସୃଷ୍ଟି ହୋଇଛି । ଗତ ୩ ବର୍ଷ ହେଲା ରାଜ୍ୟ ସରକାର ବ୍ୟବସାୟ ସଂସ୍କାର କାର୍ଯ୍ୟକ୍ରମ କାର୍ଯ୍ୟକାରିତାକୁ ଗୁରୁତ୍ୱ ଦେଇଆସିଛନ୍ତି । ଏହାଫଳରେ କମ୍ପାନିଗୁଡ଼ିକ ପାଇଁ ରାଜ୍ୟରେ ବ୍ୟବସାୟ କରିବା ବେଶ୍ ସରଳ ହୋଇଛି । ଏହି କାରଣରୁ ୨୦୧୬ ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ ରିପୋର୍ଟରେ ୯୨.୭୩% ସ୍କୋର ସହ ବ୍ୟବସାୟ ସଂସ୍କାର କାର୍ଯ୍ୟକାରିତାରେ ଓଡ଼ିଶା ‘ଲିଡର’ର ମାନ୍ୟତା ପାଇଛି ।
ଷ୍ଟେଟ୍-ଅଫ୍-ଦି-ଆର୍ଟ ଅନୁଗୁଳ ଆଲୁମିନିୟମ ପାର୍କରେ ୟୁନିଟ୍ ସ୍ଥାପନ ପାଇଁ ରାଜ୍ୟ ସରକାର ନିବେଶକଙ୍କୁ ଜମି ମୂଲ୍ୟ (ଏକର ପିଛା ୧୦ ଲକ୍ଷ)ରେ ଆର୍ଲି ବାର୍ଡ ରିହାତି ପ୍ରଦାନ କରୁଛନ୍ତି । ସେହିଭଳି ରାଷ୍ଟ୍ରାୟତ୍ତ ନାଲ୍କୋ ଡାଉନ୍ଷ୍ଟ୍ରିମ୍ ଶିଳ୍ପକୁ ଟନ୍ ପିଛା ୫,୦୦୦ ଟଙ୍କା ରିହାତିରେ ଆଲୁମିନିୟମ ଇନ୍ଗଟ୍ ଏବଂ ଟନ୍ ପିଛା ୪,୦୦୦ ଟଙ୍କା ରିହାତିରେ ମୋଲ୍ଟେନ୍ ମେଟାଲ୍ ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି ।
୨୦୧୬-୧୭ରେ ଓଡ଼ିଶାର ଜିଏସ୍ଡିପି ଅଭିବୃଦ୍ଧି ହାର ୭.୯୪% ରହିଛି, ଯାହାକି ଜାତୀୟ ହାର ୭.୧%ଠାରୁ ଢେର୍ ଅଧିକ । ପ୍ରମୁଖ କ୍ଷେତ୍ରରେ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରି ୩୦ ଲକ୍ଷ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସୂଚନା ଥାଉକି, ଗତବର୍ଷ ମୁମ୍ବାଇ, ବାଙ୍ଗାଲୋରରେ ଆୟୋଜିତ ନିବେଶକ ସମ୍ମିଳନୀରୁ ମିଳିତ ଭାବେ ରାଜ୍ୟ ସରକାର ୧୨୪ଟି ନିବେଶ ଆଗ୍ରହ ଗ୍ରହଣ କରିଥିଲେ । ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୬ରୁ ରାଜ୍ୟ ସରକାର ୨.୦୨ ଲକ୍ଷ କୋଟି ଟଙ୍କାର ୭୬ଟି ନିବେଶ ପ୍ରସ୍ତାବ ପାଇଥିଲେ ।
ଦ୍ୱିବାର୍ଷିକ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଉଦେ୍ଧଶ୍ୟରେ ରାଜ୍ୟ ସରକାର ଜର୍ମାନୀ, ଆମେରିକା, ଚୀନ୍, ଜାପାନ ଓ ଦକ୍ଷିଣ କୋରିଆ ସମେତ ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇ, ଭାଇଜାଗ୍ ଓ କୋଏମ୍ବାଟୁର ଭଳି ଭାରତୀୟ ସହରରେ ରୋଡ୍ ସୋ’ କରି ନିବେଶକ ଆକୃଷ୍ଟ କରିବାକୁ ଯୋଜନା କରିଛନ୍ତି ।

Share in top social networks!
Powered By Indic IME