ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରକୁ ଚପଲ ଫିଙ୍ଗି ଥିବା ବ୍ୟକ୍ତି କାର୍ତ୍ତିକ ମେହେର ରାଷ୍ଟ୍ରୀୟ ସ୍ୱୟଂ ସେବକ ର ସଦସ୍ୟ: ବିଜେଡି

Kartika Mehera (1)ଗତକାଲି କୁମ୍ଭାରୀ ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କଲାବେଳେ କାର୍ତ୍ତିକ ମେହେର ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ବିଜେଡି ତରଫରୁ ଏହାକୁ ଆମେ କଡ଼ା ନିନ୍ଦା କରିଥିଲୁ ଏବଂ ସିଧାସଳଖ ଭାବେ ଆକ୍ଷେପ କରିଥିଲୁ, ଏହାର ବିଜେପିର ଏକ ଷଡ଼ଯନ୍ତ୍ର । ଆଜି ପଦ୍ମପୁରର ଆଇଆଇସିଙ୍କ ଉକ୍ତି ଯେ କାର୍ତ୍ତିକ ଜଣେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି, ଏଭଳି ଅତୀତରେ ମଧ୍ୟ ଅନେକ କାଣ୍ଡ ଘଟାଇଛନ୍ତି ଏବଂ କାର୍ତ୍ତିକ କୌଣସି ରାଜନୈତିକ ଦଳରେ ସଂପୃକ୍ତ ନୁହନ୍ତି । ଏ ଉକ୍ତିକୁ ନେଇ ବିଜେପିର ନେତାମାନେ ଖାସ୍‍କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ଏହା ଉକ୍ତି ରଖିଥିଲେ କି, ଯଦିଓ ଘଟଣା ନିନ୍ଦନୀୟ, ବିଜେପିକୁ ଏହା ଟାଣିକରି ସାମିଲ କରାଯାଉଛି । ଯେଉଁ ବ୍ୟକ୍ତି ଘଟଣା ଘଟଇଛନ୍ତି ତାଙ୍କର ମାନସିକ ସନ୍ତୁଳନ ନଥିଲା ଏବଂ ପୋଲିସ ତା’କାମ ଠିକ୍‍ରେ କରିପାରିଲା ନାହିଁ । ସୋସିଆଲ୍‍ ମିଡିଆରୁ ଯାହା ଜଣାପଡେ ଏହା ସଂପୂର୍ଣ୍ଣ ଭାବେ ଭୁଲ ।

କାର୍ତ୍ତିକ ମେହେରଙ୍କ ମାନସିକ ଭାରସାମ୍ୟ ଓ ସନ୍ତୁଳନ ଠିକ୍‍ ଅଛି ଏବଂ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ (ଆର୍‍ଏସ୍‍ଏସ୍‍)ର ସଦସ୍ୟ ଅଟନ୍ତି, ଯାହା ସୋସିଆଲ ମିଡିଆର ଫଟୋରୁ ଜଣାପଡେ । ତେଣୁକରି ଗତକାଲି ଘଟିଥିବା ଘଟଣା ବିଜେପିର ଦ୍ୱାରା ରଚିତ-ପ୍ରେରିତ-ଷଡ଼ଯନ୍ତ୍ରଭୁକ୍ତ, ଏହା ସ୍ପଷ୍ଟ ପ୍ରମାଣ ହୋଇଛି ଏବଂ ମାନ୍ୟବର
କେନ୍ଦ୍ରମନ୍ତ୍ରୀଙ୍କ ଉକ୍ତି ସଂପୂର୍ଣ୍ଣ ଭୁଲ ବୋଲି ସାବ୍ୟସ୍ତ ହେଉଛି । ଏଥିରୁ ସ୍ପଷ୍ଟ ଜଣାପଡେ ଯେ ବିଜେପି କେତେ ନିମ୍ନ ସ୍ତରକୁ ଖସି ରାଜନୀତି କରିପାରେ । ଅପରନ୍ତୁ, ବିଜେଡି ତରଫରୁ ମଧ୍ୟ ପୋଲିସ ଡିଜିଙ୍କ ପାଖରେ ଆପତ୍ତି ଜଣାଯାଉଛି ଯେ ପଦ୍ମପୁର ଆଇଆଇସି ଜନୈକ ଇଲେକ୍ଟେ୍ରାନିକ୍‍ ଗଣମାଧ୍ୟମରେ କାହା ଚାପର ବଶବର୍ତ୍ତୀ ହୋଇ ଏଭଳି ଉକ୍ତି ରଖିଛନ୍ତି, ତାହା ମଧ୍ୟ ତଦନ୍ତ ହେବା ଉଚିତ୍‍ବୋଲି ସାଂସଦ ତଥା ମୁଖପାତ୍ର ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ।

Share in top social networks!
Powered By Indic IME