ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ନେଇ ପୋଲିସ ଡିଜିଙ୍କୁ ଭେଟି କାର୍ଯ୍ୟାନୁÂାନ ଦାବି କଲା ବିଜେଡି

cmdgp ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥôନୀ ରୀତା ସାହୁଙ୍କ ପାଇଁ ପ୍ରଚାରରେ ଯାଇଥିବା ମାନ୍ୟବର
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରକୁ ବରପାଲ୍ଲୀ ବ୍ଲକ କୁମ୍ଭାରୀ ଗ୍ରାମ ଠାରେ ଗତକାଲି ଆକ୍ରମଣ କରାଯାଇଥିଲା ।
ଆକ୍ରମଣକାରୀର ପକେଟ୍‍ରୁ ବିଜେପିର ପତାକା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା, ଯାହା ସିଏ ଜଣେ ବିଜେପି କର୍ମୀ
ବୋଲି ସୂଚୀତ କରୁଛି । ବିଜେପି ପୂର୍ବରୁ ସୁଚିନ୍ତିତ ଉପାୟରେ ତା’ର କର୍ମୀଙ୍କ ଦ୍ୱାରା ଏଭଳି ହୀନ କାର୍ଯ୍ୟ କରିଛି ଏବଂ ମାନ୍ୟବର
ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବା ଭଳି ହୀନ କାର୍ଯ୍ୟରେ ବିଜେପି ସଂପୃକ୍ତ ଅଛି । ଏପରିକି ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ
ସଚିବଙ୍କ ଘରେ ବିଜେପିର ଗୁଣ୍ଡାମାନେ ପଶି ବହୁ ସଂପତ୍ତି ନଷ୍ଟ କରିବାର ଅଭିଯୋଗ ରହିଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଜେପି
କୌଣସି ନା କୌଣସି ଉପାୟରେ ଗଣତନ୍ତ୍ରକୁ ନଷ୍ଟ କରିବା ସହ ରାଜ୍ୟରେ ବାହୁବଳ ପ୍ରୟୋଗ କରି ଅରାଜକତା ସୃଷ୍ଟି କରି କ୍ଷମତା
ଦଖଲ କରିବାକୁ ଚାହୁଁଛି ।
ଗଣତନ୍ତ୍ରରେ ଏଭଳି ହୀନମାନସିକତା ଅପରାଧର କୌଣସି ସ୍ଥାନ ନାହିଁ କିମ୍ବା ଜନମାନସରେ ଏହା ସ୍ପୃହଣୀୟ ନୁହେଁ । ବିଜେପି
ଯେଭଳି ବାହୁବଳ ଦ୍ୱାରା କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଛି, ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଗତକାଲି କୁମ୍ଭାରୀ ଗ୍ରାମର
ଗ୍ରାମବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିବା ପ୍ରତିବାଦରେ ରାତିରେ ଉପବାସ ରହି ଦେଖାଇଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିର ପ୍ରଚ୍ଛଦପଟରେ ଥିବା ବିଜେପିର ଅସାମାଜିକ ତତ୍ତ୍ୱ ଏବଂ ଅରାଜକତା ସୃଷ୍ଟି
କରୁଥିବା ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଆଜି ବିଜୁ ଜନତା ଦଳର ବରିÂ ନେତା ତଥା ମନ୍ତ୍ରୀ
ମହେଶ୍ୱର ମହାନ୍ତି, ସାଧାରଣ ସଂପାଦକ ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ବିଏମ୍‍ସି ମେୟର
ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ମୁଖପାତ୍ର ସସ୍ମିତ ପାତ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ ପ୍ରମୁଖ
ପୋଲିସ ମହନିଦେ୍ର୍ଧଶକଙ୍କୁ ଭେଟି ଦାବି ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଜେପି କର୍ମୀଙ୍କ ଆକ୍ରମଣକୁ ପ୍ରତିବାଦ କରି ଆଜି ପୂର୍ବାହ୍ଣ ୧୦.୩୦ ମିନିଟ୍‍ରେ ହଜାର ହଜାର
ସଂଖ୍ୟାରେ ବିଜେଡି ଯୁବ-ଛାତ୍ର କର୍ମୀମାନେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରୁ ଏକ ବାଇକ୍‍ ରାଲିରେ ବାହାରି ଜନତା
ମୈଦାନ ଠାରେ ସମବେତ ହୋଇଥିଲେ । ପରେ ସେଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଅନୁÂିତ
ହୋଇଥିଲା ।

Share in top social networks!
Powered By Indic IME